ପୁରୀ, ୨୭/୦୭:  ଆଜି ନୀଳାଦ୍ରୀ ବିଜେ। ୨୭ ଦିନ ଶୂନ୍ୟ ପଡ଼ିଥିବା ଶ୍ରୀମନ୍ଦିର ରତ୍ନବେଦିକୁ ଫେରିଯିବେ ନୀଳାଦ୍ରିନାଥ। ସ୍ନାନପୂର୍ଣ୍ଣମୀ ପରଠାରୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅନ୍ନପ୍ରସାଦ ଭୋଗ ଲାଗି ନଥିଲା । ନୀଳାଦ୍ରି ବିଜେ ପରଦିନଠାରୁ ବଡ଼ଦେଉଳରେ ଶ୍ରୀବିଗ୍ରହଙ୍କୁ ଅନ୍ନପ୍ରସାଦ ଭୋଗ  କରାଯିବ । ପ୍ରଥମ ଦିନର ଅନ୍ନମହାପ୍ରସାଦ ନୀଳାଚଳ ଅବଢ଼ା ନାମରେ ଖ୍ୟାତ ।

ସୋମବାର ରାତିରେ ଠାକୁରେ ରତ୍ନବେଦିରେ ବିଜେ ପରେ ମଙ୍ଗଳବାର ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା ।  ଯାହାକି ପ୍ରତ୍ୟେକ ଜଗନ୍ନାଥପ୍ରେମୀଙ୍କ କାମ୍ୟ । ଭକ୍ତପାଇଁ ସେହି ଦିନଟି ହେଉଛି ପରମଆନନ୍ଦମୟ ।  ଏହି ନୀଳାଚଳ ଅବଢ଼ାରୁ କଣିକାଏ ପାଇବାକୁ ଭକ୍ତ ପ୍ରବଳ ଉତ୍କଣ୍ଠାର ସହ ଚାହିଁ ବସିଥାଏ ।

ଅଧିକ ପଢ଼ନ୍ତୁ :- Niladri Bije: ଆଜି ରଥଯାତ୍ରାର ଶେଷ ପର୍ବ ‘ନୀଳାଦ୍ରି ବିଜେ’, ନୀଳକନ୍ଦରକୁ ବାହୁଡ଼ିବେ ନୀଳମଣି , ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ କରିବେ ମାନଭଞ୍ଜନ