ପ୍ରମୂଖ ଖବର
  • ରଥ ଖଳା ହାଲ୍‌ଚାଲ୍‌...ଗରଗରା ପଡ଼ି ଉଠିଲା ପୋଲ ଗୟଳ, ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଉଠିବ ଚାରିନାହାକା
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡର ବ୍ରାଇଡ୍ସ ଅଫ ଇଣ୍ଡିଆ କ୍ୟାମ୍ପେନ ଆରମ୍ଭ

Published By : Gurupada Nath | June 6, 2025 9:28 PM

ଭୁବନେଶ୍ବର,୬/୬ :  ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପକ୍ଷରୁ ଆରମ୍ଭ ହୋଇଯାଇଛି ବ୍ରାଇଡ୍ସ ଅଫ ଇଣ୍ଡିଆ କ୍ୟାମ୍ପେନ । ବିବାହ ଋତୁ ଆଗକୁ ଆସୁଥିବାବେଳେ ତାକୁ ଦୃଷ୍ଟିରେ ରଖି ମାଲାବାର ପକ୍ଷରୁ ଏହି କ୍ୟାମ୍ପେନ ଲଞ୍ଚ କରାଯାଇଛି । ଭାରତୀୟ ନାରୀଙ୍କ ପାଇଁ ବିବାହର ଦିନଟି ଖୁବ୍ ସ୍ୱତନ୍ତ୍ର । ତେଣୁ ବିବାହ ଦିନ ନିଜ ପସନ୍ଦର ଗହଣା କଲେକ୍ସନ ପିନ୍ଧିବାକୁ ସ୍ବପ୍ନ ଦେଖିଥିବା ମହିଳାଙ୍କ ସ୍ବପ୍ନ ପୁରା କରିବ ମାଲାବାର ।

ଏହି ଲକ୍ଷ୍ୟ ନେଇ ଭୁବନେଶ୍ୱର ସୌଭାଗ୍ୟ ନଗରସ୍ଥିତ ମାଲାବାର ସୋ ରୁମରେ ଆଜି ଏହା ଲଞ୍ଚ ହୋଇଛି । ଓଡ଼ିଆ ବୋହୂ ଲୁକ ସମେତ, ବଙ୍ଗାଳୀ ବିବାହ, ତେଲୁଗୁ ବିବାହ ଓ ଅନ୍ୟାନ୍ୟ ଭିନ୍ନଭିନ୍ନ ସମ୍ପ୍ରଦାୟର ମହିଳାମାନେ ବିଭିନ୍ନ ଗହଣାରେ ସଜେଇ ହୋଇଥିଲେ । ବିଏମସି କର୍ପୋରେଟର ବିନୟିନୀ ଜେନା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ମାଲାବାରରେ ଅଫର ଗୁଡ଼ିକ ଚାଲୁ ରହିଛି । ତେଣୁ ଗ୍ରାହକ ଚାହିଁଲେ ସୁନା ବୁକ କରିବା ସୁବିଧା ମଧ୍ୟ ରହିଛି ବୋଲି କହିଛନ୍ତି ମାର୍କେଟିଂ ମ୍ୟାନେଜର ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.