PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ମାଳଦ୍ବୀପର ସର୍ବୋଚ୍ଚ ସମ୍ମାନ ନିଶାନ୍ ଇଜ୍ଜୁଦ୍ଦିନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି

ମାଲେ,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଳଦ୍ବୀପର ସର୍ବୋଚ୍ଚ ନାଗରିକ ସମ୍ମାନ ‘ରୁଲ ଅଫ୍ ନିଶାନ୍ ଇଜ୍ଜୁଦ୍ଦିନ୍’ରେ ସମ୍ମାନିତ କରାଯାଇଛି। ମାଲଦ୍ବୀପର ରାଜଧାନୀ ମାଲେର ଏକ ସମାରୋହରେ ରାଷ୍ଟ୍ରପତି ଇବ୍ରାହିମ ସାଲେହ ଏହି ସମ୍ମାଦ ମୋଦିଙ୍କୁ ପ୍ରଦାନ କରିଛନ୍ତି।   ମାଳଦ୍ବୀପର ବୈଦେଶିକ ମନ୍ତ୍ରୀ ଶାହିଦ ଟ୍ବିଟ କରିଛନ୍ତି ଯେ, ମୋଦିଙ୍କୁ ନିଶାନ ଇଜ୍ଜୁଦ୍ଦିନ ସମ୍ମାନ ପ୍ରଦାନ କରାଯାଇଛି।

ମାଳଦ୍ବୀପର ସର୍ବୋଚ୍ଚ ସମ୍ମାନ ମିଳିବା ପରେ ମୋଦି କହିଛନ୍ତି, ‘ଏହା ହେଉଛିି ବଡ ସମ୍ମାନ। ସେ ଏହାକୁ ବିନମ୍ରତାର ସହ ଗ୍ରହଣ କରୁଛନ୍ତି। ଏହା କେବଳ ଜଣେ ବ୍ୟକ୍ତିଙ୍କ ସମ୍ମାନ ନୁହେଁ ବଂର ଦେଶ ଭିତରେ ଯେଉଁ  ସମ୍ପର୍କ ରହିଛି ତାକୁ ଦର୍ଶାଇଥାଏ।’ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପ୍ରଥମ ଥର ବିଦେଶ ଗସ୍ତରେ ମାଳଦ୍ବୀପ ପହଁଞ୍ଚିଛନ୍ତି। ସେ ଦୁଇ ଦିନିଆ ମାଳଦ୍ବୀପ ଗସ୍ତରେ ଆଜି ଯାଇ ପହଁଞ୍ଚିଛନ୍ତି। ସେଠାରେ ପହଁଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ରବିବାର ମୋଦି ଶ୍ରୀଲଙ୍କା ଯାତ୍ରାରେ ଯିବେ। ଗତ ବର୍ଷ ମଧ୍ୟ ମୋଦି ମାଳଦ୍ବୀପ ଯାଇଥିଲେ। ଏହା ହେଉଛି ତାଙ୍କର ଦ୍ବିତୀୟ ଥର ଯାତ୍ରା।

ସମ୍ବନ୍ଧିତ ଖବର