ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ରଥଯାତ୍ରା ପାଇଁ ମାଲକାନଗିରି ଜିଲ୍ଲା ଉତ୍ସବ ମୁଖର; ୨୦ହଜାର ଭକ୍ତଙ୍କ ସମାଗମ

Published By : Bijay Swain | June 27, 2025 8:05 PM

ମାଲକାନଗିରି,୨୭/୬(ଆ.ପ୍ର): ଘୋଷ ଯାତ୍ରା ପାଇଁ ସମଗ୍ର ମାଲକାନଗିରି ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଛି। ପ୍ରଭୁଙ୍କ ଘୋଷ ଯାତ୍ରାରେ ହିନ୍ଦୁ, ମୁସଲିମ,ଖ୍ରୀଷ୍ଟିଆନ ଏକତ୍ରିତ ହୋଇ ରଥ ଟାଣି ଭାଇଚାରାର ପରମ୍ପରାକୁ ବଞ୍ଚାଇ ରଖିଛନ୍ତି।

ମାଲାନଗିରି ଜିଲ୍ଲାରେ ପାଗ ଅନୁକୁଳ ଥିବାରୁ ଜିଲ୍ଲାର ବିଭିନ୍ନ ଅଚଂଳରେ ରଥ ଯାତ୍ରା ଆଡମ୍ବର ସ‌ହକାରେ ପାଳିତ ହୋଇ ଯାଇଛି । ଜିଲ୍ଲା ସଦର ମହକୁମାଠାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ସକାଳେ ଠାକୁରଙ୍କ ରୀତିନୀତି ପାଳନ ଓ କାନିକା ଭୋଗ ସରିବା ପରେ ଶ୍ରୀଜିଉଙ୍କ ରଥ ପ୍ରତିଷ୍ଠା ହୋଇଥିଲା । ଅପରାହ୍ନରେ ଘଟିଂ, ଶଙ୍ଖ, କାହାଳି, ମୃଦଙ୍ଗ ବାଜାର ତାଳେ ତାଳେ ସେବାୟତ ମାନେ ଚତୁର୍ଧାମୂର୍ତିଙ୍କୁ ପହଣ୍ଡି ବିଜେ କରି ରଥ ଉପରକୁ ନେଇଥିଲେ । ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ରାଜ ପଗଡି ପିନ୍ଧି ହାତରେ ସୁନା ଓ ରୁପା ଝାଡ଼ୁ ଧରି ଛେରାପହଁରା କରିଥିଲେ। 

ଛେରାପହଁରା ପରେ ରଥାରୁଡ ଶ୍ରୀଜିୟୁଙ୍କୁ ରାଜପୌରହିତ ବିନାୟକ ସତପଥି, ସନ୍ତୋଷ ନନ୍ଦ, ରମେଶ ସତପଥି ଓ ସେବାୟତ ମାନେ ଠାକୁରଙ୍କ ନିକଟରେ ରାଜଭୋଗ ଲଗାଇବା ପରେ ଜିଲ୍ଲାପାଳଙ୍କ ଦ୍ୱାରା ଆଳତୀ କରାଯାଇଥିଲା। ଶ୍ରୀଜିୟୁଙ୍କ ପୁଜା ରିତିନିତି ସରିବା ପରେ ଗାଁ ପୁଜାରୀ ଡାହୁକ ତ୍ରୀନାଥପୁଜାରୀ କାହାଳି ବଜାଇ ରଥଟାଣିବା ପାଇଁ ଡାକ ପକାଇଥିଲେ। ପରେ ଭକ୍ତମାନେ ମାଉସିମା ମନ୍ଦିର ନିକଟକୁ ରଥ ଟାଣି ନେଇଥିଲେ । 

ରଥ ଯାତ୍ରା ପୁଜା କମଟିର ସଦସ୍ୟ ଓ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ସହକାରି ଏସପି ରାଜକିଶୋର ଦାଶ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ବିଶେଷ ଏହି ରଥ ଯାତ୍ରାରେ ଉପସ୍ଥିତ ରହିଥିଲେ ।ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ମାଲକାନଗିରି ଥାନାଧିକାରୀ ରିଗାନ କିଣ୍ଡୋ ଓ ପୁଲିସ ଟିମ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲା ସୁଚନା ଲୋକ ସଂପର୍କ ବିଭାଗ ପକ୍ଷରୁ ପ୍ରବଚନ ଓ ଭଜନ ସମାରୋହର ଆୟୋଜନକରା ଯାଇଥିଲା। ଏହି ରଥ ଯାତ୍ରା ଦେଖିବା ଲାଗି ମାଲକାନଗିରି ଜିଲ୍ଲା ଓ ପଡୋଶି ରାଜ୍ୟ ଛତିଶଗଡ, ଆନ୍ଧ୍ରପ୍ରଦେଶରୁ ପ୍ରାୟ ୨୦ ହଜାର ଭକ୍ତ ମାନଙ୍କ ଭିଡ ଲାଗିଥିଲା। 

ମାଲକାନଗିରି ଜିଲ୍ଲାର କୁନି କୁନି କଳାକାର ମାନଙ୍କ ଦ୍ୱାରା ରଥ ଯାତ୍ରା ବଡଦାଣ୍ଡରେ ଗୋଟିପୁଅ ଓ ଓଡିଶୀ ନୃତ୍ୟ ପରିବେଷଣ ସହିତ ଜୟବଜରଙ୍ଗ ସଂକିର୍ତନ ମଣ୍ଡଳୀ ପକ୍ଷରୁ ଭଜନ ନାମ ସଂକିର୍ତନ ହୋଇଥିଲା । ବିଶେଷ କରି ମାଲକାନଗିରି ଜିଲ୍ଲାର ବିଭିନ୍ନ ଆଦିବାସୀ ଗ୍ରାମରୁ ହଜାର ହଜାର ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରଷ ମାନେ ଯୋଗଦେଇ ରଥ ଦଉଡା ଧରି ରଥ ଟାଣିଥିଲେ । ଅନୁରୂପ ଭାବେ ଜିଲ୍ଲା ସଦର ମହାକୁମାରେ ଜିଲ୍ଲା ବନ ବିଭାଗ ପକ୍ଷରୁ ମଧ୍ୟ ରଥ ଯାତ୍ରାର ଆୟୋଜନ କରାଯାଇଥିଲା। ବିଶେଷ କରି ଆନ୍ଧ୍ର ଓଡିଶା ଛତିଶଗଡ ସିମାନ୍ତ ମୋଟୁଠାରେ ଥିବା ଶ୍ରୀଜଗନାଥ ମନ୍ଦିର ପରିସରରେ ଓ ପଡିଆ ଠାରେ ପବିତ୍ର ରଥ ଯାତ୍ରା ପାଳିତ ହୋଇଛି। ଏହି ଦୁଇଟି ସ୍ଥାନରେ ନିଆରା ଢଙ୍ଗରେ ସର୍ବ ଧର୍ମ ଭାଇଚାରାର ପ୍ରତିକ ବିନ୍ଦୁ ମାନଙ୍କ ସହିତ ମୁଲମାନ ଓ ଖ୍ରୀଷ୍ଟଧର୍ମର ଲୋକମାନେ ମିଳିତ ଭାବେ ରଥ ଟାଣି ଘୋଷ ଯାତ୍ରାର ମଜା ନେଇଥିଲେ । 

ଠିକ ସେହି ପରି ଦୟଣା ଶ୍ରୀକ୍ଷେତ୍ର ଶିରିପେଟାଠାରେ ମଧ୍ୟ ଆଡମ୍ବର ସ‌ହକାରେ ରଥ ଯାତ୍ରା ପାଳିତ ହୋଇଯାଇଛି । କାଲିମେଳା, ଏମଭି୭, ଏମଭି୯, ଚିତ୍ରକୋଣ୍ଡା, କୋରକୁଣ୍ଡା, ବାଲିମେଳା, ପାର୍ଶ୍ଵପାଣି, ଗୋବିନ୍ଦପାଲି ବିଭିନ୍ନ ସ୍ଥାନରେ ମହା ଆଡମ୍ବର ସହ ରଥ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.