କେନ୍ଦୁଝର, ୨୯।: ମଲ୍ଲି ଜେନା ହତ୍ୟା ମାମଲାରେ ୮ଜଣ ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ଶୁଣାଣି l ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଶାଳଦେଇ ଗାଁର ବହୁ ଚର୍ଚ୍ଚିତ ମଲ୍ଲି ଜେନା ହତ୍ୟାକାଣ୍ଡ ଘଟଣାର ଚୁଡ଼ାନ୍ତ ରାୟ ପ୍ରକାଶ ପାଇଛି l ହତ୍ୟା ଘଟଣାରେ ଅଭିଯୁକ୍ତ ମଦନ ମୋହନ ସାହୁ , ହରେକୃଷ୍ଣ ବୋଇତେଇ ଅମରେଶ ରାଉତ, ସନ୍ତୋଷ ସାହୁ, ବଳରାମ ବେହେରା, ମାନସ ରଞ୍ଜନ ବେହେରା, ଭାଗିରଥୀ ପଲ୍ଲେଇ, ଅଞ୍ଜନ ରାଉତ ଏହି ୮ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ l
ଆନନ୍ଦପୁର ଅତରିକ୍ତ ଜିଲ୍ଲା ଓ ଦୈରା ଜଜ୍ ଏହି ମାମଲାର ରାୟ ଶୁଣାଇ ଆଜି ସମସ୍ଥ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି l ଜରିମାନା ଅନାଦେୟ ଅତିରିକ୍ତ ୩ ମାସ ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ଅଦାଲତ । କହିରଖୁଛୁ ଯେ, ୨୦୨୩ ମସିହା ମାର୍ଚ୍ଚ ମାସ ୨୨ ତାରିଖରେ ଶାଳଦେଇ ବାଲିଘାଟକୁ କେନ୍ଦ୍ରକରି ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ରରେ ମଲ୍ଲି ଜେନାଙ୍କୁ ଆକ୍ରମଣ କରିଥିଲେ । ଏନେଇ ରାମଚନ୍ଦ୍ରପୁର ଥାନାରେ ଏତେଲା ଦେଇଥିଲେ ମଲ୍ଲି l କଟକ ବଡ଼ ଡାକ୍ତରଖାନାଠାରେ ସେହି ମାସ ୨୯ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ମଲ୍ଲିଙ୍କର ମୃତ୍ୟୁ ହୋଇଥିଲା ।