PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ଜୁଲାଇ ୫ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ !
  • ||
  • ପୁରୀ: ଶ୍ରୀମନ୍ଦିରରେ ପହଞ୍ଚିଲା ଏଏସ୍‌ଆଇ ଟିମ୍‌, ଗର୍ଭଗୃହ ଓ ନାଟମଣ୍ଡପ ଫାଟର ସ୍ଥିତି ଓ ଏହାର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରିବ ଟିମ୍‌
  • ||
  • ଖୋର୍ଦ୍ଧା: ବାଘମାରୀ ନିକଟରେ ରାସ୍ତାକଡକୁ ଖସିଲା ଲିଙ୍ଗରାଜ ବସ୍, ୨୦ ଯାତ୍ରୀ ଆହତ
  • ||
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

‘ଜୟ ଶ୍ରୀ ରାମ’ ସ୍ଲୋଗାନକୁ ନେଇ ବିଜେପି ଉପରେ ବର୍ଷିଲେ ମମତା,ଫେସବୁକ୍ ଓ ଟ୍ବିଟରରେ ଲେଖିଲେ ଏହା

କୋଲକାତା,୩.୬: ଭାରତୀୟ ଜନତା ପାର୍ଟିର କର୍ମୀ ଜୟଶ୍ରୀ ରାମ ସ୍ଲୋଗାନ   ଦେବାରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ଗିରଫ କରିଥିଲେ। ଯାହାକୁ ନେଇ ଚାରିଆଡେ ବିବାଦ ଉପୁଜିଥିଲା। ମମତାଙ୍କୁ ସୋସିଆଲ ମିଡିଆରେ ଲୋକମାନେ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଏବେ କିନ୍ତୁ ମମତା ଏହାର ଜବାବ୍ ଦେବା ପାଇଁ ଖୋଜିଛନ୍ତି ନୂଆ ରାସ୍ତା। ସେ ତାଙ୍କର ସୋସିଲ ମିଡିଆ ପ୍ଲାଟଫର୍ମ ଟ୍ବିଟର ଓ ଫେସବୁକରେ ନିଜର ଡିସପ୍ଲେ ପିକଚର(ଡିପି) ବଦଳାଇ ଦେଇଛନ୍ତି। ଏବେ ତାଙ୍କ ଡିପିରେ ‘ଜୟ ହିନ୍ଦ, ଜୟ ବାଙ୍ଗଲା’ ଲେଖା ଯାଇଥିବାର ଦେଖିପାରିବେ। ଉଲ୍ଲେଖନୀୟ ଯେ ମମତାଙ୍କ ସହିତ ତାଙ୍କ ଦଳ ତୃଣମୂଳ କଂଗ୍ରେସର ମୁଖ୍ୟ ନେତାମାନେ ମଧ୍ୟ ନିଜର ଡିପି ବଦଳାଇ ଦେଇଛନ୍ତି।

ଏହା ପୂର୍ବରୁ ଗତ ରବିବାର ଏକ ବିସ୍ତୃତ ଫେସବୁକ ପୋଷ୍ଟରେ ମମତା ବିଜେପି ଉପରେ ଧର୍ମକୁ ନେଇ ରାଜନୀତି କରୁଥିବାର ଅଭିଯୋଗ କରିଥିଲେ। ଏବେ ଫେସବୁକର ଡିପି ବଦଳାଇବ ମହାତ୍ମ ଗାନ୍ଧି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂ, ମାତାଙ୍ଗିନୀ ହାଜରା, ନୋବେଲ ପୁରସ୍କାର ବିଜେତା କବି ରବିନ୍ଦ୍ରନାଥ ଟାଗୋର ଓ କବି କାଜି ନଜରୁଲା ଇସ୍ଲାମଙ୍କ ଫଟୋ ସହିତ ଜୟହିନ୍ଦ, ଜୟ ବାଂଲା ଲେଖିଛନ୍ତି। ତୃଣମୂଳର ଅଧିକାରୀ ଟ୍ବିଟର ଓ ଫେସବୁକ୍ ଆକାଉଣ୍ଟ ଡିପି ମଧ୍ୟ ବଦଳାଇ ଦେଇଛନ୍ତି।

ଏହା ସହ ମମତା ବାନାଜୀ ନିଜର ଫେସବୁକ ପୋଷ୍ଟରେ ଆହୁରି ଲେଖିଛନ୍ତି ଯେ, ଜୟ ସିୟା ରାମ, ଜୟ ରାମ ଜୀ କି, ରାମ ନାମ ସତ୍ୟ ହୈ… ଆଦି ଧାର୍ମିକ ଓ ସାମାଜିକ ଧାରଣା ଅଟେ। ଆମେ ଏହି ଭାବନାକୁ ସମ୍ମାନ କରୁଛୁ। କିନ୍ତୁ ବିଜେପି ଧର୍ମକୁ ନେଇ ରାଜନୀତି କରୁଛି ବୋଲି ଅଭିଯୋଗ ଆଣିଛନ୍ତି ମମତା। ଉଲ୍ଲେଖନୀୟ ଯେ, ଏକ ରାଲିରେ ମମତାଙ୍କୁ ଦେଖି କିଛି ଲୋକ ‘ଜୟ ଶ୍ରୀ ରାମ ସ୍ଲୋଗାନ’ ଦେଇଥିଲେ। ଯାହାକୁ ଶୁଣିବା ପରେ ମମତା ୭ ଜଣଙ୍କୁ ଗିରଫ କରିଥିଲେ। ଏହା ସହ ସେଠାରେ ଉପସ୍ଥିତି ଲୋକ ‘ଜୟ ଶ୍ରୀରାମ’ କହିଲେ ଦେହରୁ ଛାଲ ଉତରାଇ ଦେବି ବୋଲି କହିଥିଲେ।

ସମ୍ବନ୍ଧିତ ଖବର