PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

‘ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେଉଥିବା ଜାଣିଥିଲେ ବିରୋଧୀ ଏହା ଉପରେ ବିଚାର କରିଥାନ୍ତା’ : ମମତା ବାନାର୍ଜୀ

pic- internet

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସମ୍ଭାବନା ଅଧିକ ଥିବାରୁ ବିରୋଧୀ ମୁର୍ମୁଙ୍କ ପକ୍ଷରେ ଢ଼ଳୁଥିବାର ଦେଖାଯାଉଛି। ଏହାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନରମିଛନ୍ତି। ସେ କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ବିଜେପି ଯଦି ପୂର୍ବରୁ ବିରୋଧୀ ସହ ଆଲୋଚନା କରିଥାନ୍ତା ତେବେ ବିରୋଧୀ ଏନଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କୁ ସମର୍ଥନ କରିବା ନେଇ ବିଚାର କରିଥାନ୍ତା।

ମମତା ଆହୁରି କହିଛନ୍ତି ଯେ ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ ପରେ ଜୁଲାଇ ୧୮ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ଜିତିବାର ସମ୍ଭାବନା ବଢ଼ିଯାଇଛି। ସେ ଜୋର୍‌ ଦେଇ କହିଛନ୍ତି ଯେ ସର୍ବସମ୍ମତିରେ ହେଉଥିବା ପ୍ରାର୍ଥୀ ସବୁବେଳେ ଦେଶ ପାଇଁ ଶୁଭଙ୍କର ହୋଇଥାଏ। ମମତା କହିଛନ୍ତି ଯେ ବିପକ୍ଷ ଦଳର ନିଷ୍ପତ୍ତି ଅନୁସାରେ ଅଣ-ବିଜେପି ଦଳ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରତି ନିର୍ବାଚନରେ ପ୍ରାର୍ଥୀ କରିଛି।

ସୂଚନା ଥାଉକି, ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଜୁନ୍‌ ୨୯ ରେ ପ୍ରାର୍ଥୀ ପତ୍ର ନାମାଙ୍କନର ଶେଷ ତାରିଖ ରହିଥିଲା। ଏହାରିଭିତରେ ମୋଟ ୯୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏମାନଙ୍କ ଭିତରୁ ୨୬ ଜଣଙ୍କ ନାମାଙ୍କନ ପତ୍ର ଖାରଜ ହୋଇଛି। ବାକି ୭୨ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଗୁରୁବାର ଯାଞ୍ଚ କରାଯାଇଥିଲା ସେମାନଙ୍କ ଭିତରୁ କେବଳ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ କଂଗ୍ରେସ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ପ୍ରାର୍ଥୀପତ୍ର ଠିକ୍‌ ରହିଛି।