PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ମହାରାଷ୍ଟ୍ର ରାଜନୀତି ନେଇ ମମତାଙ୍କ ପ୍ରତିକ୍ରିୟା, କହିଲେ- ଶିବସେନାର ବିଦ୍ରୋହୀ ବିଧାୟକଙ୍କୁ ଟଙ୍କା ବ୍ୟତୀତ…

ନୂଆଦିଲ୍ଲୀ,୪।୭: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହାରାଷ୍ଟ୍ର ରାଜନୀତିକୁ ନେଇ ଦେଇଛନ୍ତି ବଡ ଧରଣର ମନ୍ତବ୍ୟ। ସେ ସିନ୍ଦେ ସରକାରଙ୍କୁ ବେଆଇନ୍‌ ବୋଲି କହିବା ସହ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଉଦ୍ଧବ ସରକାରଙ୍କୁ ଭାଙ୍ଗିବା ପାଇଁ ଶିବସେନାର ବିଦ୍ରୋହୀ ବିଧାୟକଙ୍କୁ ଟଙ୍କା ଛଡା ଆଉ କିଛି ମଧ୍ୟ ଦିଆଯାଇଛି। ମମତା ଏହି କଥା ଇଣ୍ଡିଆ ଟୁଡେ କନକ୍ଲେଭ ଇଷ୍ଟରେ କହିଛନ୍ତି। ଏହା ସହ ମମତା କହିଛନ୍ତି, ଆଗାମୀ ନିର୍ବାଚନ ବିଜେପି ବନାମ ଭାରତର ଜନତାଙ୍କର ହେବ। ମୁଁ ଏଭଳି ପ୍ରତିଶୋଧର ସରକାର କେବେ ଦେଖିନି। ଆଗକୁ ବିଜେପି ପାଇଁ ଦେଶର ଜନତା ବୁଲଡୋଜର ପ୍ରମାଣିତ ହୋଇପାରନ୍ତି। ଜନତା ଲୋକତାନ୍ତ୍ରିକ ପଦ୍ଧତିରେ ବିଜେପିକୁ ଉଚିତ୍ ଜବାବ୍ ଦେବେ।

ମହାରାଷ୍ଟ୍ରର ରାଜନୀତି ଉପରେ ମମତାଙ୍କୁ ଯେତେବେଳେ ପ୍ରଶ୍ନ ପଚରାଯାଇଥିଲା। ଏହା ଉପରେ ସେ କହିଥିଲେ, ସିନ୍ଦେ ସରକାର ବେଆଇନ୍, ସେ ସରକାର ଜିତିଛନ୍ତି  କିନ୍ତୁ ମହାରାଷ୍ଟ୍ର ଲୋକଙ୍କର ହୃଦୟ ଜିଣିପାରିନାହାନ୍ତି। ବିଦ୍ରୋହୀ ବିଧାୟକଙ୍କ ସମ୍ପର୍କରେ ଚର୍ଚ୍ଚା କରି ମମତା କହିଛନ୍ତି, ଶିବସେନାର ବିଦ୍ରୋହୀ ବିଧାୟକ ଆସାମ ହୋଟେଲରେ ବିଳାସମୟ ଜୀବନ ବିତାଇଥିଲେ। ଏତେ ଟଙ୍କା କେଉଁଠୁ ଆସିଲା? ବିଦ୍ରୋହୀ ବିଧାୟକଙ୍କୁ କେବଳ ଟଙ୍କା ନୁହେଁ  ଆଉ କିଛି ଜିନିଷ ମଧ୍ୟ ସପ୍ଲାଇ କରାଯାଇଛି। ଏସବୁ କେଉଁଠୁ ସପ୍ଲାଇ କରାଯାଇଛି ?

ଏନେଇ ଯେତେବେଳେ ମମତାଙ୍କୁ ପ୍ରଶ୍ନ ପଚରାଯାଇଥିଲା, ସେ କ’ଣ କହିବାକୁ ଚାହୁଁଛନ୍ତି ଓ ତାଙ୍କର ଉଦେଶ୍ୟ କ’ଣ? ଏହାର ଉତ୍ତରରେ ମମତା କହିଥିଲେ ବହୁବାର ଚୁପ୍ ରହିବା ‘ଗୋଲ୍ଡେନ୍’ ଓ କହିବା ସିଲଭର ବା ରୂପା ହୋଇଥାଏ। ତେଣୁ ସବୁଠାରୁ ଭଲ ଯେ, ମୁଁ ଚୁପ୍ ରହିବି। ମମତା ଆହୁରି କହିଛନ୍ତି, ମୋତେ ଜଣା ଅଛି ବିଜେପି କ’ଣ କରିପାରେ ଓ କ’ଣ କରି ନପାରେ । ଏବେ ସମସ୍ତେ ବୁଝି ପାରୁଥିବେ ମୁଁ କ’ଣ କହିବାକୁ ଚାହୁଁଛି।