ନୂଆଦିଲ୍ଲୀ – ଟିଏମସିକୁ ବଡ଼ ଝଟକା। କୋଲକାତା ହାଇକୋର୍ଟ ବିଧାନସଭାରେ ବିରୋଧୀ ନେତା ପଦରେ ରିତବ୍ରତ ବାନାର୍ଜୀଙ୍କ ନିଯୁକ୍ତି ମାମଲାରେ , ବର୍ତ୍ତମାନ ମମତାଙ୍କ ନେତୃତ୍ୱର ଟିଏମସିକୁ ଅନ୍ତରୀଣ ଆଶ୍ୱସ୍ତି ଦେବାକୁ କରିଛନ୍ତି ମନା । କୋର୍ଟ ବିଧାନସଭା ବାଚସ୍ପତିଙ୍କ ବିରୋଧୀ ଦଳ ନେତା ସମ୍ୱନ୍ଧୀୟ ନିଷ୍ପତ୍ତି ଉପରେ କୌଣସି ସ୍ଥଗିତାଦେଶ ଲଗେଇ ନାହାନ୍ତି। ରିତବ୍ରତ ବାନାର୍ଜୀ ବର୍ତ୍ତମାନ ବିରୋଧୀ ନେତା ପଦରେ ରହିବେ। ଏହି ମାମଲାରେ ଆଗାମୀ ଶୁଣାଣି ୧୬ ଜୁନରେ ହେବ।

ହେଲେ ବିଧାନସଭାରେ ବିରୋଧୀ ନେତା ନିର୍ବାଚନ ଶୁଣାଣି ବେଳେ ଆଜି କୋଲକାତା ହାଇକୋର୍ଟ ପଚାରିଥିଲେ ଯେ, ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି କଣ କୌଣସି ରାଜନୀତିକ ଦଳର ବିନା ସମ୍ମତିରେ ବିରୋଧୀ ଦଳ ନେତାଙ୍କୁ ସ୍ୱୀକୃତି ଦେଇ ପାରିବେ କି?

ଟିଏମସି ଦ୍ୱାରା ବିଦ୍ରୋହୀ ବିଧାୟକ ରିତବ୍ରତ ବାନାର୍ଜୀଙ୍କୁ ବିରୋଧୀ ନେତା ଭାବେ ଦିଆଯାଇ ଥିବା ମାନ୍ୟତାକୁ ଚ୍ୟାଲେଞ୍ଜ ଦେଇଥିବା ଆବେଦନର ଶୁଣାଣି ବେଳେ , ହାଇକୋର୍ଟ ଏହା ଜାଣିବାକୁ ଚାହିଁଥିଲେ ଯେ, ବାଚସ୍ପତି କଣ କୌଣସି ବିଧାୟକଙ୍କୁ ତାଙ୍କର ମୂଳ ପାର୍ଟିର ଇଚ୍ଛା ବିପରୀତ ବିରୋଧୀ ନେତା ଭାବେ ସ୍ୱୀକାର କରିବେ କିମ୍ୱା ପୁଣି ଏହି ମାମଲା ସମ୍ୱନ୍ଧିତ ରାଜନୀତିକ ଦଳର ମତ ଓ ଅଫିସିଆଲି ନିଷ୍ପତ୍ତିକୁ ପ୍ରାଥମିକତା ଦିଆଯିବା ଉଚିତ୍।

କହି ରଖୁଛୁ ଯେ, ରିତବ୍ରତ ବାନାର୍ଜୀ ଟିଏମସିର ୫୯ ଜଣ ବିଦ୍ରୋହୀ ବିଧାୟକଙ୍କ ସହ ଅଲଗା ଦଳ ଗଠନ କରିଛନ୍ତି ଏବଂ ବିଧାନସଭା ଅଧ୍ୟକ୍ଷ ଏହି ଦଳକୁ ସ୍ୱୀକାର କରି ରିତବ୍ରତ ବାନାର୍ଜୀଙ୍କୁ ବିରୋଧୀ ନେତାର ମାନ୍ୟତା ଦେଇଛନ୍ତି। ଏହା ବିରୋଧରେ ମମତା ବାନାର୍ଜୀଙ୍କ ଟିଏମସି ପକ୍ଷରୁ ହାଇକୋର୍ଟରେ ପିଟିସନ ଦାଏର କରାଯାଇ ଥିଲା।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ କଲ୍ୟାଣ ବନ୍ଧୋପାଧ୍ୟାୟ ବାଚସ୍ପତିଙ୍କ ଆକ୍ସନରେ ମଧ୍ୟବର୍ତ୍ତିକାଳୀନ ରୋକ୍ ଲଗେଇବାକୁ ଦାବି କରିଛନ୍ତି। ସେ ଯୁକ୍ତି ଦେଇଛନ୍ତି ଯେ, ରିତବ୍ରତ ବାନାର୍ଜୀଙ୍କୁ ମାନ୍ୟତା ଦେବା , ଆଣ୍ଟି-ଡିଫେକ୍ସନ ଫ୍ରେମୱାର୍କ ଅନୁସାରେ ରାଜନୀତିକ ଦଳ ଗୁଡ଼ିକ ଓ ଲେଜିସଲେଟିଭ୍ ଦଳ ଗୁଡ଼ିକୁ କଣ୍ଟ୍ରୋଲ କରୁଥିବା ସମ୍ୱିଧାନିକ ସିଦ୍ଧାନ୍ତ ଗୁଡ଼ିକର ବିରୋଧରେ ଥିଲା।

କଲ୍ୟାଣ ବନ୍ଧୋପାଧ୍ୟାୟ କୋର୍ଟଙ୍କୁ କହିଛନ୍ତି ଯେ, ନିର୍ବାଚିତ ବିଧାୟକଙ୍କ ଏକ ମିଟିଂ ୬ ମେ’ରେ ହୋଇ ଥିଲା। ସେଠାରେ ସୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ନେତା ପଦ ପାଇଁ ପାର୍ଟିର ପ୍ରାର୍ଥୀ ଭାବେ ନିର୍ବାଚିତ କରାଯାଇ ଥିଲା। ସେ କହିଛନ୍ତି ଯେ, ସପୋର୍ଟ କରିଥିବା ବିଧାୟକଙ୍କ ଦସ୍ତଖତ ଏକତ୍ର କରାଯାଇଛି ଏବଂ ସୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ପକ୍ଷରେ ଜମା କରାଯାଇଛି ଏବଂ ବାଚସ୍ପତିଙ୍କୁ ଦଳର ନିଷ୍ପତ୍ତି ବିଷୟରେ ଅନେକ ଥର କୁହାଯାଇ ଥିଲା।

ସେ କହିଛନ୍ତି , ଏହା ସତ୍ତ୍ୱେ , ବାଚସ୍ପତି କଥିତ ଭାବେ ୫୯ ଜଣ ବିଧାୟକଙ୍କ ସମର୍ଥନରେ ଏକ ବିରୋଧୀ ଦଳକୁ ମାନ୍ୟତା ଦେଇଥିଲେ । ରାଜନୀତିକ ପାର୍ଟି ମର୍ଜର ଓ ମହାରାଷ୍ଟ୍ରର ରାଜନୀତିକ ସଙ୍କଟ ସହ ଜଡ଼ିତ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ଉଲ୍ଲେଖ କରି , କଲ୍ୟାଣ ବନ୍ଧୋପାଧ୍ୟାୟ ଯୁକ୍ତି କରିଥିଲେ, ସମ୍ୱିଧାନର ୧୦ମ ସିଡ୍ୟୁଲ କେବଳ ଲେଜସଲେଟିଭ୍ ପାର୍ଟି ପରିବର୍ତ୍ତେ ରାଜନୀତିକ ପାର୍ଟିକୁ ପ୍ରାଥମିକତା ଦେଇଥାଏ।

କହି ରଖୁଛୁ କି, ବିଧାନସଭା ନିର୍ବାଚନରେ ପରାଜୟ ପରେ, ଟିଏମସିରେ ବିଭାଜନ ଜାରି ରହିଛି। ବିଧାୟକ ଦଳର ବିଭାଜନ ପରେ , ଏବେ ସଂସଦୀୟ ଦଳ ମଧ୍ୟ ବିଭାଜିତର ଦ୍ୱାରଦେଶରେ ଏବଂ ଟିଏମସିର ତିନି ଜଣ ରାଜ୍ୟସଭାର ସାଂସଦ ମଧ୍ୟ ଇସ୍ତଫା ଦେଇ ସାରିଛନ୍ତି।

ଏହା ମଧ୍ୟ ପଢନ୍ତୁ : ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନା ପିଏମ୍ ମୋଦିଙ୍କୁ କହିଲେ ‘ବନ୍ଧୁ’ , ‘ ବିହାରୀ ବାବୁ ’ ମଧ୍ୟ ମମତା ବାନାର୍ଜୀଙ୍କ ସହ କଲେ କି ବିଦ୍ରୋହ