PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ନୋଟବନ୍ଦୀର ଯାଞ୍ଚ କରାଯିବ: ମମତା

କୋଲକାତା,୨୭ା୩(ଏଜେନ୍ସି): ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଆଜି ନିଜ ଦଳ ତୃଣମୂଳ କଂଗ୍ରେସର ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି । ନିର୍ବାଚନ ପରେ ବିରୋଧୀ ମହାମେଣ୍ଟ ଶାସନକୁ ଆସିଲେ ନୋଟବନ୍ଦୀର ସବିଶେଷ ଜାଞ୍ଚ କରାଯିବ ବୋଲି ଏହି ଇସ୍ତାହାରରେ ଉଲ୍ଲେଖ ଅଛି । ଏହା ବ୍ୟତୀତ ଯୋଜନା ଆୟୋଗକୁ ମଧ୍ୟ ଫେରାଇ ଅଣାଯିବ ବୋଲି ଏହି ନିର୍ବାଚନୀ ଇସ୍ତାହାରରେ ଘୋଷଣା ହୋଇଛି । ଶ୍ରମିକଙ୍କ ଭୋଟ ହାତେଇବାକୁ ଯାଇ ୧୦୦ ଦିନର କର୍ମ ଯୋଜନାର ସମୟକୁ ୨୦୦ ଦିନ ପର୍ଯ୍ୟନ୍ତ ବଢ଼ାଯିବ ବୋଲି ମମତା ଘୋଷଣା କରିଛନ୍ତି । ଏହା ଅଭିବୃଦ୍ଧି ସହ ଶ୍ରମିକମାନଙ୍କ ପାରିଶ୍ରମିକ ମଧ୍ୟ ୨ ଗୁଣ ହୋଇପାରିବ ବୋଲି କୁହାଯାଇଛି ।

କେବଳ ନୋଟବନ୍ଦୀ ନୁହେଁ ଶାସନକୁ ଆସିଲେ ଜିଏସ୍‌ଟିର ମଧ୍ୟ ସମୀକ୍ଷା କରାଯିବ ବୋଲି ଇସ୍ତାହାରରେ ଉଲ୍ଲେଖ ହୋଇଛି । ସମୀକ୍ଷା ପରେ ଜିଏସ୍‌ଟି ଯଦି ପ୍ରକୃତରେ ଫଳପ୍ରଦ ମନେ ନ ହୁଏ ତେବେ ଏହାକୁ ବନ୍ଦ କରିଦିଆଯିବ ବୋଲି କୁହାଯାଇଛି । ଏହା ବ୍ୟତୀତ ନିର୍ବାଚନ ସମୟରେ ବିଏସଏଫର ପୂର୍ବତନ ମହାନିର୍ଦ୍ଦେଶକ କେ କେ ଶର୍ମାଙ୍କୁ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ପୁଲିସ ପର୍ଯ୍ୟବେକ୍ଷକ ଭାବେ ନିୟୋଜନ କରିଯିବା ଘଟଣାକୁ ମଧ୍ୟ ମମତା ବିରୋଧ କରିଛନ୍ତି । ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ କିପରି ଭାବେ ପୁଲିସ କର୍ମଚାରୀମାନଙ୍କ କାର୍ଯ୍ୟ ଯାଞ୍ଚ କରିପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ବ୍ୟତୀତ ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଆର୍‌ଏସ୍‌ଏସ୍‌ର ଏକ କାର୍ଯ୍ୟକ୍ରମରେ ନିଜ ବର୍ଦୀ ପିନ୍ଧି ଯୋଗ ଦେଇଥିବା ମମତା ଅଭିଯୋଗ କରିଛନ୍ତି ।