ପ୍ରମୂଖ ଖବର
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ପୁଣି ଓଡ଼ିଶା ଆସିବେ ମମତା ବାନାର୍ଜୀ

ଭୁବନେଶ୍ବର, ୫।୬ :   ବାହାନଗା ଟ୍ରେନ ଦୁର୍ଘଟଣା ଘଟଣା ନେଇ ପୁଣି ଓଡ଼ିଶା ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭୁବନେଶ୍ବର ଓ କଟକ ଆସିବାର କାର୍ଯ୍ୟକ୍ରମ ରହିଛି। ବାହାନଗା ଟ୍ରେନ  ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଭେଟିବା ସହ ସହାୟତା ପ୍ରଦାନ କରିବେ। ମୃତକଙ୍କ ପରିବାରକୁ  ଅନୁକମ୍ପା ରାଶି ଓ ନିଯୁକ୍ତିପତ୍ର  ପ୍ରଦାନ କରିବେ।

ଶାଳିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ  ବଗି ଏକ ମାଲବାହୀ ଗାଡି ସହ ଦୁର୍ଘଟଣା ହୋଇଥିଲା। ପଳରେ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ବଗି ଲାଇନଚ୍ୟୁତ ହୋଇଥିଲା। ଏହି ସମୟରେ  ବେଙ୍ଗାଲୁର ହାଓ୍ବାଡା ସୁପରଫାଷ୍ଟ ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା।  ଫଳରେ ବଗି ତଳେ ଅନେକ ଯାତ୍ରୀ ଚାପି ହୋଇ ରହିଯାଇଥିଲେ। ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଇଥିଲା। ଆହତମାନଙ୍କୁ ବାଲେଶ୍ବର, ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ଥିବା ଗୁରୁତରମାନଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା। ସେହିପରି ୧୦୮ ମୃତଦେହକୁ ବାହାନଗାରୁ ଅଣଯାଇ ଭୁବନେଶ୍ବର ଏମସରେ ରଖାଯାଇଛି।

ଆହୁରି ପଢନ୍ତୁ : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.