ନୂଆଦିଲ୍ଲୀ : ମାମୁଁକୁ ହତ୍ୟା କଲା ଭଣଜା । ମାଇଁ ପ୍ରେମରେ ପାଗଳ ହୋଇଥିବା ଭଣଜାର ନାରକୀୟ କାଣ୍ଡ । ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରୁ ଆସିଛି ଏଭଳିସ ଖବର । ଗତ ମାର୍ଚ୍ଚ ୧୩ ତାରିଖରେ ଜଣେ ଯୁବକଙ୍କ ମୃତଦେହ ସହ ବାଇକ ଉଦ୍ଧାର କରାଯାଇଥିଲା । ପ୍ରଥମେ ଏଭଳି ଲାଗୁଥିଲା କି, ଦୁର୍ଘଟଣା ଘଟିଛି । ପରେ କିନ୍ତୁ ତଦନ୍ତରୁ ଜଣା ପଡ଼ିଥିଲା କି, ହତ୍ୟା କରିବା ପରେ ପ୍ରମାଣକୁ ନଷ୍ଟ କରିବା ପାଇଁ ଦୁର୍ଘଟଣାର ରୂପ ଦିଆଯାଇଛି । ଅଭିଯୁକ୍ତ ବିରେନ୍ଦ୍ର ନିଜ ମାମୁଁକୁ ହତ୍ୟା କରିଥିବା ଜଣାପଡ଼ିଥିଲା ।

ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହା ସମ୍ପୂର୍ଣ୍ଣ ଫିଲ୍ମ ଷ୍ଟାଇଲରେ ରଚା ଯାଇଥିଲା । ବିରେନ୍ଦ୍ର ନିଜ ବନ୍ଧୁଙ୍କ ସହ ମିଶି ଏକ ଫାର୍ମ ହାଉସକୁ ତାଙ୍କ ମାମୁଁଙ୍କୁ ମଦ ପିଇବା ପାଇଁ ଡାକିଥିଲେ । ଆଉ ସେଠାରେ ଭୋଜି ଭାତ କରିଥିଲେ । ନିଶା ହେବା ପରେ ସେମାନେ ମଫଳରରେ ଗଳା ଚିପି ହତ୍ୟା କରିବା ପରେ ବାଇକ ସହ ନେଇ ଫୋପାଡ଼ି ଦେଇ ଆସିଥିଲେ । ଆଉ ବାଇକୁ ଏଭଳି କରିଥିଲେ ଯେମିତି ଦୁର୍ଘଟଣା ଘଟିଛି ।

ସ୍ଥାନୀୟ ଲୋକେ ମଧ୍ୟ ପ୍ରଥମେ ଭାବିଥିଲେ କି, ଏହା ଏକ ଦୁର୍ଘଟଣା । ମାତ୍ର ପୁଲିସ ମୃତଦେହକୁ ଜବତ କରିଥିବାବେଳେ ଗଳାରେ ଥିବା ଦାଗକୁ ଦେଖିଥିଲା । ପରେ ତଦନ୍ତରୁ ଏହା ହତ୍ୟା ବୋଲି ଜଣାପଡ଼ିଥିଲା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ କୋର୍ଟ ଚାଲାଣ କରାଯାଇଛି । ତେବେ ମାଇଁଙ୍କୁ ପ୍ରେମ କରୁଥିଲା ବିରେନ୍ଦ୍ର । ମାମୁଁ ହତ୍ୟା କରିବା ପରେ ମାଇଁକୁ ବିବାହ କରିବାର ଯୋଜନା କରିଥିଲା । ସମ୍ପର୍କ ଏମିତି ଥିଲା କି, କେହି ମଧ୍ୟ ଏହାକୁ ସନ୍ଦେହ କରୁନଥିଲେ । ଯାହାର ଫାଇଦା ମଧ୍ୟ ପୂର୍ବରୁ ଉଠାଇଥିବା କୁହାଯାଉଛି।

ଏହାସହ ପଢ଼ନ୍ତୁ : ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଲେ ସ୍ବାମୀ, ଟଙ୍କା ମାଗି ବନ୍ଧାହେଲେ ସ୍ତ୍ରୀ