ନୂଆଦିଲ୍ଲୀ : ଶିଖାଉଥିଲେ ଯୋଗ, ହୋଇଗଲା ପ୍ରେମ । ବିବାହିତ ମହିଳାଙ୍କ ସହ ପ୍ରେମ ଆଉ ପରେ ଖରାପ ସମ୍ପର୍କ । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଉଠାଇ ମହିଳାଙ୍କୁ କଲେ ବ୍ଲାକମେଲ । ଟଙ୍କା ମଧ୍ୟ ୩ ଲକ୍ଷ ନେଲେ । ହେଲେ ଅଧିକ ଲୋଭ କରି ଫସିଗଲେ । ଯୋଗଗୁରୁଙ୍କ ପତ୍ନୀ ବ୍ଲାକମେଲ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଅଭିଯୁକ୍ତ ଯୋଗଗୁରୁ ଫେରାର ରହିଥିବାବେଳେ ଖୋଜୁଛି ପୁଲିସ । ଗୁରୁଗ୍ରାମରୁ ଆସିଛି ଏଭଳି ଖବର । ଗୁରୁଗ୍ରାମ ପୁଲିସ ବ୍ଲାକମେଲ କରି ବନ୍ଧାହୋଇଥିବା ମହିଳାଙ୍କ ପାଖରୁ ଲକ୍ଷେ ଟଙ୍କା ଜବତ କରିଛି ।

ମିଳିଥିବା ଖବର ଅନୁସାରେ, ରାକେଶ ଶର୍ମାଙ୍କ ଯିଏ କି ଜଣେ ଯୋଗଗୁରୁ । ସେ ଯୋଗ ଶିଖାଉଥିବାବେଳେ ୨୦୨୦ ମସିହାରେ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ । କିନ୍ତୁ ୨୦୨୩ ମସିହାରେ ରଖିଥିବା ଫଟୋ ଏବଂ ଭିଡିଓକୁ ଦେଖାଇ ବ୍ଲାକମେଲ କରିବା ଆରମ୍ଭ କରିଥିଲେ । ଏଭଳି ଭାବେ କିଛି ଟଙ୍କା ନେଇଥିଲେ । ପରେ ୩ ଲକ୍ଷ ଟଙ୍କା ନେଇ ଭିଡିଓ ଫଟୋ ଡିଲେଟ୍ କରିବା ପାଇଁ କହିଥିଲେ । ମହିଳା ଜଣକ ଡରି ଟଙ୍କା ମଧ୍ୟ ଦେଇଥିଲେ ।

ମାତ୍ର ପରେ ୧୫ ଲକ୍ଷ ଟଙ୍କା ଦାବି କରି ପୁଣି ଧମକ ଦେବା ଆରମ୍ଭ କରିଥିଲେ । ମହିଳା ପୁଲିସକୁ ଖବର ଦେଇଥିଲେ । ଆଉ ଟଙ୍କା ପାଇଁ ଯୋଗଗୁରୁଙ୍କ ସ୍ତ୍ରୀ ଆସିଥିବାବେଳେ ଲକ୍ଷେ ଟଙ୍କା ସହ ତାଙ୍କୁ ଗିରଫ କରାଯାଇଛି । ଗିରଫ ମହିଳା ଜଣକ ହେଲେ ନିତୁ ଶର୍ମା । ସ୍ବାମୀଙ୍କ ସହ ମିଶି ଏଭଳି ବ୍ଲାକମେଲ କରି ଟଙ୍କା ଆଦାୟ କରୁଥିବା ମହିଳା ଜଣକ ପୁଲିସର ପଚରାଉଚରା ସମୟରେ ଅନେକ ସତ ମାନିଛନ୍ତି ।

ଏହାସହ ପଢ଼ନ୍ତୁ : ଭୁବନେଶ୍ବରରେ କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା