PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

କେବଳ TMC ହିଁ ବିଜେପିକୁ କ୍ଷମତାରୁ ହଟାଇ ପାରିବ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା ୦୭/ ୦୨: କେବଳ ଆଉ କେବଳ ତୃଣମୂଳ କଂଗ୍ରେସ ପାର୍ଟି ହିଁ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାକୁ ହଟାଇ ପାରିବ । ଅନ୍ୟ କୌଣସି ଦଳ ଏହା କରିପାରିବେ ନାହିଁ । ତ୍ରିପୁରା ଅନୁଷ୍ଠିତ ଏକ ଦଳୀୟ ରାଲିକୁ ସମ୍ବୋଧିତ କରି ଏଭଳି କହିଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ରାଲିରେ ଜନତାଙ୍କୁ ସମ୍ବୋଧିତ କରି ମମତା ବାନାର୍ଜୀ କହିଛନ୍ତି, ତ୍ରିପୁରାରେ ବିଜେପି ସରକାର ରହିଛି ଏବଂ ଏଠାରେ ଗଣତନ୍ତ୍ରର ହତ୍ୟା କରାଯାଉଛି । ତୃଣମୂଳ କଂଗ୍ରେସ ପାର୍ଟିର କର୍ମୀ ଓ ନେତାଙ୍କୁ ବାରମ୍ବାର ଆକ୍ରମଣ କରାଯାଉଛି । ସେମାନଙ୍କ ଗାଡିଗୁଡିକୁ ପୋଡିଦିଆଯାଉଛି । ଗଣତନ୍ତ୍ର ପୂରାପୂରି ଭାବେ ଦୟନୀୟ ଅବସ୍ଥାରେ ରହିଛି’।

ସିଧାସଳଖ ବିଜେପିକୁ ଟାର୍ଗେଟ୍‌ କରି ମମତା କହିଛନ୍ତି, ଯେଉଁ ଦଳ ନିଯୁକ୍ତି ଗ୍ୟାରେଣ୍ଟି ଦେଇପାରୁ ନାହିଁ ସେହି ଦଳ ଭୋଟ ମାଗିବାର ମଧ୍ୟ ଅଧିକାର ନାହିଁ । ତେଣୁ ତୃଣମୂଳ କଂଗ୍ରେସ ହିଁ ଏକମାତ୍ର ଦଳ ଯିଏକି ଡବଲ ଇଞ୍ଜିନ ସରକାରକୁ ଦେଶରୁ ବିଦା କରିପାରିବ ଏବଂ ଜନତାଙ୍କ ପାଇଁ ବିକଳ୍ପ କିଛି ଯୋଗାଇ ଦେଇପାରିବ’।

ଦିଦି କହିଛନ୍ତି, ଯଦି ତ୍ରିପୁରା ଜନତା ଟିଏମ୍‌ସିକୁ ଭୋଟ ଦେଇ କ୍ଷମତାକୁ ଆଣିବେ ତେବେ ପଶ୍ଚିମବଙ୍ଗ ଭଳି ତ୍ରିପୁରାରେ ମଧ୍ୟ ବିକାଶର ଧାରା ଆରମ୍ଭ କରାଯିବ । ଦଳ ଏକାକି ଏଠାରେ ନିର୍ବାଚନ ଲଢିବ । କାରଣ କ୍ଷମତା ପାଇଁ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ଅନ୍ୟ ଦଳ ସହିତ ଟିଏମ୍‌ସି ମେଣ୍ଟ କରିବ ନାହିଁ ।

ସମ୍ବନ୍ଧିତ ଖବର