PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ଆହତ ଡାକ୍ତରଙ୍କୁ ଭେଟିବାକୁ ଯିବେ କହି ପରେ ମନାକଲେ ମମତା,କ୍ଷମା ମାଗିବାକୁ ହେଲା ଦାବି

କୋଲକତା,୧୫।୬: ପଶ୍ଚିବଙ୍ଗରେ ଡାକ୍ତରଙ୍କୁ ମାଡ ମାରିବା ଘଟଣାରେ ଏବେ ରାଜ୍ୟରେ ଦେଖିବାକୁ ମିଳିଛି ବିବାଦୀୟ ପରିସ୍ଥିତି। ଡାକ୍ତରମାନେ ୫ ଦିନ ଧରି ଧର୍ମଘଟରେ ଥିବାରୁ ରୋଗୀଙ୍କୁ ଖୁବ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଚାପ ବଢିବାରେ ଲାଗିଛି। ଆଜି ଶୁଣିବାକୁ ମିଳୁଥିଲା ମମତା ହସ୍ପିଟାଲ ଯାଇ ଆହତ ଡାକ୍ତରଙ୍କୁ ସାକ୍ଷାତ କରିପାରନ୍ତି। କିନ୍ତୁ କିଛି ସମୟ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ କଥାରୁ ଓହରି ଗଲେ। ସେ ଡାକ୍ତରଙ୍କୁ ଦେଖା କରିବାକୁ ଯିବେନି ବୋଲି ମନା କରିଦେଇଛନ୍ତି। ଏବେ ଆହତ ଡାକ୍ତରଙ୍କୁ ସାକ୍ଷାତ କରିବାକୁ ସେ ହସ୍ପିଟାଲ ଯିବେ ନାହିଁ।

ପଶ୍ଚିମବଙ୍ଗରେ ଜାରି ଧର୍ମଘଟ ଭିତରେ ସାରା ଦେଶରେ ଡାକ୍ତରଙ୍କୁ ସମର୍ଥନ କରାଯାଉଛି। ଏମ୍ସ ପକ୍ଷରୁ ମଧ୍ୟ ମମତା ବାନାର୍ଜୀଙ୍କୁ ୪୮ ଘଣ୍ଟାର ସମୟ ଦିଆଯାଇଛି। ଯଦି ଏହା ମଧ୍ୟରେ କୌଣସି ସମାଧାନର ବାଟ ନବାହାରେ ତେବେ ଅର୍ନିଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଧର୍ମଘଟ କରିବେ ବୋଲି ଚେତାବନୀ ଦେଇଛନ୍ତି। ରାଜ୍ୟରେ ପରସ୍ଥିତି ଅଧିକ ବିଗୁଡିଥିବା ଦେଖି ଗୃହମନ୍ତ୍ରଣାଳୟ ମଧ୍ୟ ରାଜ୍ୟସରକାରଙ୍କୁ ଆଡଭାଇଜରୀ ଜାରି କରି ତୁରନ୍ତ ରିପୋର୍ଟ ଦେବାକୁ କହିଛନ୍ତି। କେନ୍ଦ୍ରର ଆଡଭାଇଜାରୀରେ କୁହାଯାଇଛି ଯେ, ଡାକ୍ତରଙ୍କ ଧର୍ମଘଟର ପ୍ରଭାବ ସାରା ଦେଶରେ ପଡିଛି ଓ ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟ ରାଜ୍ୟର ଡାକ୍ତର ଏଥିରେ ସାମିଲ ହୋଇପାରନ୍ତି।

ଗୃହମନ୍ତ୍ରଣାଳୟ ନିଜ ଆଡଭାଇଜରୀରେ ଉଲ୍ଲେଖ କରିଛନ୍ତି ‘ମନ୍ତ୍ରଣାଳୟ ଡାକ୍ତର, ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ମେଡିକାଲ ସଂଗଠନର ପ୍ରତିନିଧିଙ୍କୁ ସାକ୍ଷାତ କରିଛନ୍ତି। ଏହି ଲୋକ ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ଆସିଥିଲେ ଓ ନିଜର ସୁରକ୍ଷାକୁ ନେଇ ଚିନ୍ତିତ ଥିଲେ। ପଶ୍ଚିମବଙ୍ଗ ସରକାରଙ୍କୁ ଏସମ୍ପର୍କରେ ଅବଗତ କରାଯାଉଛି ଯେ, ଡାକ୍ତରଙ୍କ ଧର୍ମଘଟର ଏକ ବିସ୍ତୃତ ରିପୋର୍ଟ ଖୁବ୍ ଶୀଘ୍ର ଦିଆଯାଉ।

ଅନ୍ୟପକ୍ଷେ ପଶ୍ଚିମବଙ୍ଗର ଜୁନିୟର ଡାକ୍ତର ଜଏଣ୍ଟ ଫୋରମ ମଧ୍ୟ ମମତାଙ୍କୁ ଦେଖା କରିବାକୁ ମନା କରିଦେଇଛନ୍ତି। ସେମାନେ କହିଛନ୍ତି ରାଜ୍ୟ ସଚିବାଳୟର ବନ୍ଦ କୋଠରୀ ଭିତରେ ମମତାଙ୍କୁ ଦେଖା କରିବା ନେଇ ଆମେ ଅସୁରକ୍ଷିତ ମନେ କରୁଛୁ। ତେଣୁ ମୁଖ୍ୟମନ୍ତ୍ରୀ ଏନଆରଏସ୍ ମେଡିକାଲ କଲେ ଓ ହସ୍ପିଟାଲ ଆସି ଡାକ୍ତରଙ୍କୁ ସାକ୍ଷାତ କରି ଏହାର ସମାଧାନ କରନ୍ତୁ। ମମତାଙ୍କ ଆଗରେ ଡାକ୍ତରମାନେ ୬ଟି ସର୍ତ୍ତ ରଖିଛନ୍ତି। ଡାକ୍ତରମାନେ କହିଛନ୍ତି ମୁଖ୍ୟମନ୍ତ୍ରୀ ଆଲୋଚନା ନୁହେଁ କ୍ଷମା ମାଗିବା ଦରକାର। ଉଲ୍ଲେଖନୀୟ ଯେ, ପଶ୍ଚିମବଙ୍ଗର ଏନଆରଏସ୍ ମେଡିକାଲ କଲେଜରେ ୧୧ ଜୁନରେ ଜୁନିୟର ଡାକ୍ତରଙ୍କ ସହ ହୋଇଥିବା ମାରପିଟ୍ ଘଟଣାରେ ଡାକ୍ତରମାନେ ଧର୍ମଘଟରେ ଅଛନ୍ତି। ଏପର୍ଯ୍ୟନ୍ତ ୩୦୦ ଜଣ ଡାକ୍ତର ପଶ୍ଚିମବଙ୍ଗରେ ଇସ୍ତଫା ଦେଇସାରିଲେଣି।

ସମ୍ବନ୍ଧିତ ଖବର