ନୂଆନିଲ୍ଲୀ : ଏକଦା ନିଜର ଗ୍ଲାମର ଲୁକ୍ ପାଇଁ ଦର୍ଶକଙ୍କ ମନମୋହୁଥିଲେ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ । କିନ୍ତୁ ୨୦୨୫ ମହାକୁମ୍ଭମେଳା ସମୟରେ ସାଧ୍ବୀଭାବେ ନଜର ଆସିଥିଲେ । ଗ୍ଲାମର ଛାଡ଼ି ସନ୍ୟାସିନୀ ଭାବେ ଦେଖାଯାଇଥିଲେ । ଏହାସହ ତାଙ୍କୁ କିନ୍ନର ଆଖଡାର ମହାମଣ୍ଡଳେଶ୍ବର ଭାବେ ମଧ୍ୟ ଘୋଷଣା କରାଯାଇଥିଲା । ଏହାପରଠାରୁ ସେ ଗେରୁଆ ପୋଷାକରେ ନଜର ଆସିଥିଲେ । ଯଦିଓ ପରେ ବିବାଦ ପରେ ତାଙ୍କ ଏହି ପଦ ଛାଡ଼ିବାକୁ ପଡ଼ିଥିଲା ତଥାପି ସେ ସାଧ୍ବୀଭାବେ ନିଜର ପୋଷାକ ପିନ୍ଧୁଥିଲେ । ଆଉ ଗ୍ଲାମରଠାରୁ ଦୂରରେ ରହିଥିଲେ ।

ଏବେ ସେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ସେ ତାଙ୍କ ସାଙ୍ଗମାନଙ୍କ ସହ ନଜର ଆସିଥିବାବେଳେ ଗ୍ଲାମର ପୋଷାକ ପିନ୍ଧିଥିବା ନଜର ଆସିଛନ୍ତି । ସେ ଏକ ଲାଲ ରଙ୍ଗର ପୋଷାକ ପିନ୍ଧିଥିବାବେଳେ ଏଆଇ ସନଗ୍ଲାସ ପିନ୍ଧିଥିବା ଭିଡିଓରେ କହିଛନ୍ତି । ତେବେ ସେ ପିନ୍ଧିଥିବା ଚଷମାର ଦାମ ୫୦ ହଜାର ଟଙ୍କା ବୋଲି ଏହି ଭିଡିଓରେ କହିଛନ୍ତି । ନିଜର ବନ୍ଧୁ ଏବଂ ପରିବାର ଲୋକଙ୍କ ସହ ସେ ନଜର ଆସିଛନ୍ତି । ସେ ଜଣେ ସାଙ୍ଗର ଛୁଆର ଜନ୍ମଦିନ ପାଇଁ ଗୋଆ ଯାଇଥିବା ଏଥିରେ କହିଛନ୍ତି ।

ସେପଟେ ମମତା ଏହି ଭିଡିଓକୁ ପୋଷ୍ଟ କରିବା ପରେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଜଣେ ୟୁଜର୍ସ ଲେଖିଛନ୍ତି କି, ମୁଁ ସ୍ବାଧୀ ହୋଇ ଥକିଗଲି ଏବେ ପୁଣି ଗ୍ଲାମର ଦୁନିଆକୁ ଫେରୁଛି । ଆଉ ଜଣେ ଲେଖିଛନ୍ତି କି ମ୍ୟାଡାମ ତମ ସ୍ବାଧୀ ବେଶ କୁଆଡେ ଗଲା । ସେପଟେ ଦୀର୍ଘ ୨୫ ବର୍ଷ ପରେ ଟିଭି ଶୋ’ରେ ନଜର ଆସିଛନ୍ତି ମମତା । ସେ ଭାରତୀ ସିଂହଙ୍କ ଏକ ରୋଷେଇ କାର୍ଯ୍ୟକ୍ରମରେ ନଜର ଆସିଛନ୍ତି ।

ଏହାସହ ପଢ଼ନ୍ତୁ : ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ପ୍ରିନ୍ସିପାଲ-ପିଅନଙ୍କ ପ୍ରେମ କାହାଣୀ, ୟୁଜର୍ସ କହିଲେ...