ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ଆକ୍ରମଣର ଶିକାର ହେଲା ପୁଲିସ, ୫ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରିରେ ଏକ ଅଭାବନୀୟ ଘଟଣା ଘଟିଛି । ଥାନାର ୫ଜଣ ପୁଲିସଙ୍କୁ ଧାରୁଆ ଅସ୍ତ୍ର ଧରି ଗୋଡ଼ାଇଲା ଅଭିଯୁକ୍ତ। ଏଥିରେ ଜଣେ ଏସଆଇ , ଜଣେ ଏଏସଆଇ ଓ ତିନି ଜଣ କନେଷ୍ଟବଳ ଆକ୍ରମଣର ଶିକାର ହୋଇଛନ୍ତି । ୫ଜଣ ପୁଲିସ ଗୁରୁତର ଅବସ୍ଥାରେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁସାରେ , ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଜାମୁଡ଼ିହି ଗାଁରେ ପଦ୍ମଲୋଚନଙ୍କୁ ନୋଟିସ୍ ଦେବା ପାଇଁ ଯାଇଥିଲା ନୀଳଗିରି ପୁଲିସ। ହେଲେ ସେ ଏଥିରେ ଉତକ୍ଷିପ୍ତ ହୋଇ ପୋଲିସ ଟିମକୁ କାତି ଧରି ଆକ୍ରମଣ କରିଥିଲେ। ଶେଷରେ କାବୁ କରିବା ବେଳକୁ ୫ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣାପଡିଛି।