ଆଠଗଡ଼, ୩୧/୦୮: କଟକ ଜିଲ୍ଲା ଦିଅଁଝର ଝରଣାରେ ଅଘଟଣ । ଦିଅଁଝର ଜଳପ୍ରପାତରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ମୃତ ପର୍ଯ୍ୟଟକ ହେଲେ କଟକ ନୂଆବଜାର କଲ୍ୟାଣୀନଗରର ସୌମ୍ୟରଞ୍ଜନ ପରିଜା । 

ସୂଚନା ମୁତାବକ, କଟକରୁ ୬ଜଣ ପର୍ଯ୍ୟଟକ ଓଲବସ୍ଥିତ ଦିଅଁଝରକୁ ବୁଲି ଆସିଥିଲେ। ଜଳପ୍ରପାତରେ ଗାଧୋଇବା ବେଳେ ସେମାନଙ୍କ ମଧ୍ୟରୁ ସୌମ୍ୟରଞ୍ଜନ ନିଖୋଜ ହୋଇଯାଇଥିଲେ। ଅନ୍ୟ ୫ ଜଣ ତାଙ୍କୁ ଖୋଜା ଖୋଜି କରି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀର ଏକ ଟିମ୍ । ବହୁ ଖୋଜା ଖୋଜି ପରେ ଯୁବକଙ୍କୁ ଜଳପ୍ରପାତରୁ ଉଦ୍ଧାର କରାଯାଇଥିଲା । ସେଠାରୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।