ପୋଲିସ ଷ୍ଟେସନ୍କୁ ୯ ଦିନରେ ଦୁଇ ହଜାର ଥର ଫୋନ୍, ସବୁଥର ଫୋନ୍ କରି ଗାଳି କରୁଥିଲା ଅଭିଯୁକ୍ତ, ଶେଷରେ ଏମିତି ଧରାପଡିଲା

ନୂଆଦିଲ୍ଲୀ,୯।୧୨: ପ୍ରତ୍ୟେକ ଦେଶରେ ପୋଲିସ ଟିମ୍ ସହିତ ଯୋଗାଯୋଗ କରିବା ପାଇଁ ନିୟମ କାନୁନ ରହିଛି। କିନ୍ତୁ କେବେ କେବେ ଏଭଳି ହୁଏ ଯେତେବେଳେ ଲୋକ ଏହାର ଦୁରୁପଯୋଗ କରୁଥିବାର ନଜର ଆସିଥାନ୍ତି। ଏଭଳି ଏକ ମାମଲା ସାମନାକୁ ଆସିଛି ଜାପାନର ଏକ ସହରରେ। ଜଣେ ବ୍ୟକ୍ତି ମାତ୍ର ୯ ଦିନରେ ପୋଲିସ ୨ ହଜାରରୁ ଅଧିକ ଥର ଫୋନ୍ କଲ୍ କରିଥିଲେ। ଏହି ବ୍ୟକ୍ତି ସବୁଥର ପୋଲିସକୁ ଗାଳି ଦେଇଥିଲେ। ହେଲେ ପରେ ମାମଲା ଓଲଟା ପଡିଥିଲା।
ରିପୋର୍ଟ ଅନୁସାରେ, ଅଭିଯୁକ୍ତର ବୟସ ୬୭ ବର୍ଷ ଓ ସେ ନିକଟସ୍ଥ ଥାନାକୁ ବାରମ୍ବାର ଫୋନ୍ କରି ପୋଲିସକୁ ଗାଳି ଦେଉଥିଲା। ପୋଲିସ ୯ ଦିନ ଭିତରେ ଦୁଇ ହଜାର ଥର କଲ୍ କରି ଗାଳି ଦେଇ ଫୋନ୍ ରଖି ଦେଉଥିଲା ଅଭିଯୁକ୍ତ। ପୋଲିସ ତାକୁ ଯେତେବେଳେ ଫୋନ୍ କରି ପଚାରୁଥିଲେ ସେ ବ୍ୟକ୍ତି ଜଣକ କେବଳ କହୁଥିଲା ଚାକିରୀରୁ ବାହାର ଦେବି ଓ ସଜା ଦେବି। ହେଲେ କ’ଣ ପାଇଁ ସେ ଏଭଳି କରୁଥିଲା ତାହା ପୋଲିସ ମଧ୍ୟ ଜାଣିପାରିନଥିଲା।
ଶେଷରେ ଦିନେ ପୋଲିସ ଟିମ୍ ତା’ର ଲୋକେସନ୍ ଟ୍ରେସ୍ କରି ଅଭିଯୁକ୍ତକୁ ଗିରଫ କରିଥିଲା। ତଦନ୍ତ ପରେ ଜଣାପଡିଥିଲା ସେ ବାରମ୍ବାର ଏଭଳି ବହୁ ଦିନ ହେବ କରୁଛି। ଏପରିକି ଅଭିଯୁକ୍ତ ଜଣକ ନିଜ ଉପରେ ଲାଗିଥିବା ସବୁ ଅଭିଯୋଗକୁ ସ୍ବୀକାର କରି ଦେଇଛି। ପୋଲିସ ତାଙ୍କ ମାନସିକ ସ୍ଥିତି ସମ୍ପର୍କରେ ଯାଞ୍ଚ କରୁଛି।