PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ମାଆଙ୍କ ବ୍ୟାଙ୍କ ଖାତାରେ ନୋମିନି ଥିବା ପୁଅକୁ ଟଙ୍କା ଦେଲାନି ବ୍ୟାଙ୍କ୍, ଆର୍ଥିକ ଓ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କଲେ ଯୁବକ

ନନ୍ଦପୁର ୧।୬: କୋରାପୁଟ ଷ୍ଟେଟ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଜଣେ ୩୩ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକଙ୍କ ମୃତ୍ୟୁକୁ ନେଇ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ମାନବିକତା ଓ ସେବା ମନବୃତି ଉପରେ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ। ଆଜି ଏହିଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଳ୍ଳାରେ।

ମିଳିଥିବା ଖବର ମୁତାବିକ, ପେନସନ ଉପୋଭୋକ୍ତା ଶ୍ରୀମତୀ ଭାନୁ ଖବରାଙ୍କ ପେନସନ ନେଣଦେଣ କୋରାପୁଟ ଷ୍ଟେଟ ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର 35719888252 ମାଧ୍ୟମରେ ହେଉଥିଲା। ତାଙ୍କ ବ୍ୟାଙ୍କ୍ ଖାତାରେ ନୋମିନିି ଭାବେ ତାଙ୍କ ସାନ ପୁଅ ଟଙ୍କଧର ଖବରାଙ୍କୁ ରଖିଥିଲେ। କିନ୍ତୁ ଶ୍ରୀମତୀ ଭାନୁଙ୍କ ମୃତ୍ୟୁ ଗତ ୧୮ ତାରିଖରେ ହେବା ପରେ ଉତ୍ତରାଧିକାରୀ ଭାବେ ଖାତାରେ ବଳକା ଥିବା ୭୯୦୭୧ ଟଙ୍କା ପାଇବାକୁ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ଅବଗତ ଓ ଗୁହାରି କରିଥିଲେ ସୁଧା ବିଭିନ୍ନ ଆଳ ଦେଖାଇ ଟଙ୍କା ଦେଇ ନଥିଲେ। ଏପଟେ ନୋମିନିି ଥିବା ଟଙ୍କଧରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା। ତେଣୁ ଚିକିତ୍ସା ନିମନ୍ତେ ବଡ ଭାଇ ଓ ଭଉଣୀ ଟଙ୍କଧରଙ୍କୁ ନେଇ କୋରାପୁଟ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ୧୫ଦିନ ତଳେ ଦେଖା କରିଥିଲେ। କୋରାପୁଟ ଷ୍ଟେଟ ବ୍ୟାଙ୍କ୍ ଶାଖା ପରିଚାଳକ ଟଙ୍କଧରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖି ଚିକିତ୍ସା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବାକୁ ପରାମର୍ଶ ଦେଇଥିଲେ। ଏହା ସହିତ କହିଥିଲେ, ଆମେ ଦରକାର ପଡ଼ିଲେ ଘରେ ଆଣି ଟଙ୍କା ଦେବୁ ବ୍ୟସ୍ଥ ହେବାର କୌଣସି କାରଣ ନାହିଁ କହି ଆଶ୍ଵାସନା ଦେଇ ପଠାଇ ଦେଇଥିଲେ।

ସେତେବେଳକୁ ଲେଡିଗୁଡ଼ କହୁଣୀକୁ ବୋହି ଯିବା ଭଳି ଦୃଶ୍ୟ । ଟଙ୍କଧରଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଦିନକୁ ଦିନ ଅବନତି ଘଟିଲା। ହାତ ଓ ଗୋଡର ଆଙ୍ଗୁଠି ଗୁଡିକରେ ଘା ହୋଇ ରକ୍ତ ବାହାରିବାକୁ ଲାଗିଥାଏ। ଫଳତଃ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଅଧିକ ଚିକିତ୍ସା ପାଇଁ SLNMC କୋରାପୁଟକୁ ନିଆଗଲା। ୮-୧୦ ଦିନ ସେଠାରେ ଚିକିତ୍ସା ହେବା ପରେ ଅବସ୍ଥା ନସୁଧୁରିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର କିମ୍ବା କଟକ ନେବାକୁ ପରାମର୍ଶ ଦେଲେ। କିନ୍ତୁ ବାଧକ ସାଜିଲା ଅର୍ଥ। ଡାକ୍ତର ଟଙ୍କଧରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖି ମେଡିକାଲ ସାର୍ଟିଫିକେଟ ନେଇ ବ୍ୟାଙ୍କ୍ କର୍ତ୍ତୃପକ୍ଷ ୟଙ୍କୁ ଦେଖାଇ ଟଙ୍କା ଉଠାଇବାକୁ ପରାମର୍ଶ ଦେଲେ। କିନ୍ତୁ ଷ୍ଟେଟ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଶୁଣିବାକୁ ନାରାଜ ସ୍ବାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ ଠିକ୍ ହେଲେ ହିଁ ଟଙ୍କା ଦିଆଯିବ ବୋଲି ରୋକଠକ ଶୁଣାଇ ଫେରାଇଦେଲେ ପରିବାରକୁ ବାଧ୍ୟହୋଇ ନନ୍ଦପୁର ସ୍ଥିତ ନିଜ ଘରକୁ ଟଙ୍କଧରଙ୍କୁ ଆଣିଲେ ପରିବାର। ଆଣିବାର କିଛି ଘଣ୍ଟା ସମୟ ପରେ ତା ଗତ ୩୧ ତାରିଖ ସନ୍ଧ୍ୟା ସମୟରେ ଆରପାରିକୁ ଚାଲିଗଲେ ଟଙ୍କଧର।

ଏବେ ପ୍ରଶ୍ନ ଉଠୁଛି ଲୋକ ବ୍ୟାଙ୍କରେ ପଇସା କାହିଁକି ରଖନ୍ତି। ମୃତ୍ୟୁପରେ ଯଦି ନୋମୀନିଙ୍କୁ ଟଙ୍କା ଦିଆଯିବ ନାହିଁ ତାହେଲେ ବ୍ୟାଙ୍କ୍ ସେବା କାହାପାଇଁ। ଏବେ ଟଙ୍କଧରଙ୍କ ଭାଇ ଓ ଭଉଣୀ ଟଙ୍କଧରଙ୍କ ମୃତ୍ୟୁ ପାଇଁ ଷ୍ଟେଟ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ସିଧା ସଳଖ ଭାବେ ଦାୟୀ କରିଛନ୍ତି। ଏବଂ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଟଙ୍କଧରଙ୍କ ସ୍ବାସ୍ଥ୍ୟ ଅବସ୍ଥା ନିଜ ଆଖିରେ ଦେଖି ମଧ୍ୟ ଆର୍ଥିକ ଅଭାବରୁ ଚିକିତ୍ସା କରେଇବାରେ ସାହାଯ୍ୟ କଲେନି ବୋଲି କହିଛନ୍ତି, ଏଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଭଳି ସ୍ପର୍ଶକାତର ଘଟଣାର ତଦନ୍ତ ପୂର୍ବକ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଆଗକୁ ଏଭଳି ଘଟଣା ନଘଟିବା ପାଇଁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ନନ୍ଦପୁର ଗ୍ରାମବାସୀ।