PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ପିତା ଯେବେ ପୁଅକୁ ଷ୍ଟେସନ ଛାଡ଼ିବାକୁ ଆସନ୍ତି , ପ୍ରତିଥର ସେ ଏମିତି କରନ୍ତି … ଜାଣି ଭାବବିହ୍ୱୋଳ ହେଲେ ଲୋକେ

ନୂଆଦିଲ୍ଲୀ – ପିତାଙ୍କୁ ନିଜ ପିଲାଙ୍କ ପ୍ରତି ଭଲପାଇବା ଦର୍ଶାଇବାର ନିଜର ଏକ ସ୍ୱତନ୍ତ୍ର ଉପାୟ ଥାଏ। ଇଣ୍ଟରନେଟ୍‌ରେ ଏମିତି ଏକ ଭିଡ଼ିଓ ସାମ୍ନାକୁ ଆସିଛି , ଯାହାକୁ ଜଣେ ଭିଜୁଆଲ ଆର୍ଟିଷ୍ଟ ସେୟାର କରିଛନ୍ତି। ଭିଡ଼ିଓରେ ଦେଖିବାକୁ ମିଳିଛି କି, ଯେବେ ବି ତାଙ୍କର ପିତା ତାଙ୍କୁ ରେଲୱେ ଷ୍ଟେସନ ଛାଡିବାକୁ ଯାଆନ୍ତି ତ କଣ କରନ୍ତି। ତାଙ୍କର ଏହି ଆକ୍ସନ ଇଣ୍ଟରନେଟ୍‌ରେ ଲୋକଙ୍କ ହୃଦୟ ଜିତି ନେଇଛି।

ପବନ ଶର୍ମାଙ୍କ ଦ୍ୱାରା ୨୮ ଅକ୍ଟୋବର , ୨୦୨୨ରେ ପୋଷ୍ଟ କରାଯାଇ ଥିବା ଭାଇରାଲ ଭିଡ଼ିଓ, ଶର୍ମାଙ୍କର ପିତାଙ୍କୁ ଟ୍ରେନ୍‌ ସହ ଚାଲୁଥିବାର ଦେଖିବାକୁ ମିଳିଛି। ପୋଷ୍ଟରେ ଶର୍ମା ନିଜ ପିତାଙ୍କ ସ୍ନେହପୂର୍ଣ୍ଣ ଭାବ ବିଷୟରେ କହିଥିଲେ, ସେ ଲେଖିଥିଲେ , ପ୍ରତି ଥର ମୋତେ ଯେବେ ମୋ ପିତାଜୀ ମୋତେ ଛାଡ଼ିବାକୁ ଆସନ୍ତି ଏବଂ ଯେପର୍ଯ୍ୟନ୍ତ ଦେଖିବା ବନ୍ଦ ହୋଇନଥାଏ ତ ସେପର୍ଯ୍ୟନ୍ତ ସେ ମୋ ସହ ଚାଲନ୍ତି। କ୍ୟାପସନରେ ସେ ଲେଖିଛନ୍ତି , ଏହା ପ୍ରତିଥର ଇମୋସନାଲର ଦୃଶ୍ୟ ହୋଇଥାଏ।

ଭିଡ଼ିଓକୁ ଇନଷ୍ଟାଗ୍ରାମରେ ୯.୮ ଲକ୍ଷରୁ ଅଧିକ ଥର ଦେଖା ଯାଇ ସାରିଛି। ଏହି କ୍ଲିପ୍ ସୋସିଆଲ ମିଡ଼ିଆରେ ଲୋକଙ୍କୁ ଭାବୁକ କରି ଦେଇଛି। ଜଣେ ୟୁଜର ଲେଖିଛନ୍ତି, ମୋ ପିତା ବି ପ୍ରତିଥର ମୋତେ ବିଦା କରିବା ପାଇଁ ଏମିତି ହିଁ କରିଥାନ୍ତି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଶ୍ରଦ୍ଧା ଓ ସ୍ନେହ ଦେଖାଇବାର ଏହା ତାଙ୍କର ନିଜର ଉପାୟ।

୩ୟ ୟୁଜର କମେଣ୍ଟ କରିଛନ୍ତି , କେବଳ ସେ ଜାଣିଥାନ୍ତି ସେ ସେହି ସମୟରେ କେତେ ଦୁଃଖ ଅନୁଭବ କରୁଥିବେ। ୪ର୍ଥ ୟୁଜର ଲେଖିଥିଲେ , ଏତେ  ସୁନ୍ଦର ପୋଷ୍ଟ।

ସମ୍ବନ୍ଧିତ ଖବର