ନୂଆଦିଲ୍ଲୀ : ନିଜ ଶରୀରର ଉଚ୍ଚତା ବଢ଼ାଇବା ପାଇଁ ବ୍ୟକ୍ତିଙ୍କ ଅଜବ ନିଶା । ପୁଣି ୬୮ ବର୍ଷ ବୟସରେ ସେ ଏଭଳି କାମ କରିଛନ୍ତି । ଗୋଡ଼ର ଅପରେସନ କରିବା ପରେ ବ୍ୟକ୍ତିଙ୍କର ଉଚ୍ଚତା ୩ ଇଞ୍ଚ ବଢ଼ି ଯାଇଛି। ଏହି ସର୍ଜରୀ ପାଇଁ ବ୍ୟକ୍ତି ଜଣଙ୍କୁ ୧.୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ରୟ କାନ୍ ନାମକ ଏହି ବୟସ୍କ ବ୍ୟକ୍ତିଙ୍କର ଉଚ୍ଚତା ୫ ଫୁଟ ୬ଇଞ୍ଚ ଥିଲା , ଏବେ ଏହା ବୃଦ୍ଧି ପାଇଁ ୫ଫୁଟ୍ ୯ ଇଞ୍ଚ ହୋଇ ଯାଇଛି।
ଯେବେ ରୟଙ୍କୁ ପଚରା ଗଲା କି, ସେ ଏବେ ଏହି ସର୍ଜରୀ କାହିଁକି କଲେ , ଯେବେ ତାଙ୍କର ବୟସ ୬୦ ବର୍ଷରୁ ବହୁତ ଅଧିକ ହୋଇଛି , ସେ ଜବାବ ଦେଇଥିଲେ କି ଏହା କୌଣସି ବଡ଼ ସମସ୍ୟା ନଥିଲା । ପିଲାଦିନେ ଏହା ବିଷୟରେ ଅଧିକ ଜଣାନଥିଲା। ମୋତେ ନିଜ ଜୀବନରେ ଏବେ ସମୟ ମିଳିଲା , କାରଣ ଏବେ ମୁଁ ଏହାକୁ ବହନ କରିପାରିବି।
{"id":495009,"width":817,"height":458,"sizeSlug":"full","linkDestination":"none"}
ସେ କହିଛନ୍ତି, ମୋର ପତ୍ନୀ ମୋ ଠାରୁ ବେଶୀ ଏହା ବିଷୟରେ ଚିନ୍ତିତ ଅଛନ୍ତି ଏବଂ ସେ ମୋତେ ସେମିତି ପସନ୍ଦ କରୁଥିଲେ , ଯେମିତି ମୁଁ ଥିଲି , ରୟ କହିଛନ୍ତି, ରିକଭରି ବହୁତ ମୁସ୍କିଲ କଥା ଥିଲା । ଏହାସହ ଏହା ଖୁବ୍ ଯନ୍ତ୍ରଣାଦାୟକ ମଧ୍ୟ ଥିଲା।
ରୟଙ୍କର ସର୍ଜନ ଡାକ୍ତର ଡା. କେବିନ କହିଛନ୍ତି କି ସର୍ଜରୀକୁ କରିବାରେ ପାଖାପାଖି ଦେଢ଼ ଘଣ୍ଟାର ସମୟ ଲାଗିଲା। ଏଥିରେ ରୋଗୀଙ୍କୁ ଦୀର୍ଘ ପ୍ରକ୍ରିୟା ସହ ଯିବାକୁ ପଡ଼ିଲା , ଯେଉଁଥିରେ ଗୋଟିଏ ଦିନରେ ପାଖାପାଖି ଏକ ମିଲିମିଟରର ଲମ୍ୱ ବଢ଼ୁଥିଲା । ଏହି ପ୍ରକ୍ରିୟା ବେଳେ ଆପଣଙ୍କୁ ଏକ ଇଞ୍ଚ ପାଇଁ ୨୫ ଦିନ ଓ ୩ ଇଞ୍ଚ ପାଇଁ ୨୫ ଦିନ ଓ ୩ ଇଞ୍ଚ ପାଇଁ ପାଖାପାଖି ଅଢ଼େଇ ମାସର ସମୟ ଲାଗିଥାଏ । ଡାକ୍ତର ପୁଣି କହିଛନ୍ତି , ମୋତେ ଲାଗେ କି ଯଦି ଆପଣ ଉଚ୍ଚତା ବଢ଼ାଇବାକୁ ଯୋଜନା କରୁଛନ୍ତି ତ , ବୋଧହୁଏ ଘରେ ରହି କାମ କରିବା ଉପଯୋଗୀ ହେବ। ହେଲେ କିଛି ଦିନରେ ଆପଣ ପୂରାପୂରି ଠିକ୍ ହୋଇ ଯିବେ ଏବଂ ଯୁଆଡ଼େ ଚାହିଁ ବେ ଯାଇ ପାରିବେ।