ନୂଆଦିଲ୍ଲୀ,୩୧/୭ : ମୁମ୍ବାଇର ଏକ ଲୋକାଲ୍ ଟ୍ରେନ୍ରୁ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି । ଏକ ଭାଇରାଲ ଫଟୋକୁ ନେଇ ସୋସିଆଲ ମିଡ଼ିଆରେ ଏବେ ଚର୍ଚ୍ଚା ଜୋର ଧରିଛି । ଫଟୋରେ ଜଣେ ବ୍ୟକ୍ତି ଏସି କୋଚ୍ ଭିତରେ ଛତା ଖୋଲି ଠିଆ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଯାହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।
ଭାଇରାଲ୍ ପୋଷ୍ଟଟିକୁ @unbelievableboy333 ନାମକ ୟୁଜର ଆଇଡିରୁ ସେୟାର କରାଯାଇଛି । ଯେଉଁଥିରେ କ୍ୟାପସନରେ ଲେଖାଯାଇଛି କି , ପ୍ରତ୍ୟେକ ଦିନ ଲୋକାଲ୍ ଟ୍ରେନରେ କିଛି ନୂଆ ଦେଖିବାକୁ ମିଳୁଛି । ତୁମେ ସମସ୍ତେ ଲୋକାଲ୍ ଟ୍ରେନ୍ରେ କେଉଁ ଆକର୍ଷଣୀୟ ଜିନିଷ ଦେଖିଛ ? "
ଏହି ପୋଷ୍ଟରେ, ବ୍ୟକ୍ତି ଜଣକ ମୁମ୍ବାଇ ଲୋକାଲ୍ ଟ୍ରେନର ପ୍ରଥମ ଶ୍ରେଣୀ ଏସି କୋଚ୍ରେ ଯାତ୍ରା କରୁଥିବାର ଦେଖାଯାଇଛି । ଯଦିଓ ସେ ଏକ ଏୟାରକଣ୍ଡିସନ୍ କୋଚ ଭିତରେ ଥିଲେ, ସେ ନିଜର ଛତା ଖୋଲି ନିଜ ମୁଣ୍ଡ ଉପରେ ରଖିଥିଲେ। ଏହି ଫଟୋକୁ ନେଇ ଏବେ ସୋସିଆଲ ମିଡ଼ିଆରେ ବିଭିନ୍ନ କମେଣ୍ଟ ସହ ଲାଇକ୍ କରୁଥିବା ଦେଖାଯାଉଛି ।