PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଡିସକଭରିର‘ମ୍ୟାନ୍ ଭର୍ସେସ ଓ୍ବାଇଲ୍ଡ’ ରିଆଲିଟି ଶୋ’ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି,୧୮୦ ଦେଶରେ ପ୍ରସାରଣ ହେବ

ନୂଆଦିଲ୍ଲୀ,୨୯।୭: ଡିସକଭରିର ଲୋକପ୍ରିୟ କାର୍ଯ୍ୟକ୍ରମ ‘ମ୍ୟାନ୍ ଭର୍ସେସ ଓ୍ବାଇଲ୍ଡ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ପାଇବେ ଦର୍ଶକ।ଏହି କାର୍ଯ୍ୟକ୍ରମରେ ମୋଦିଙ୍କୁ ହୋଷ୍ଟ ବେୟର ଗ୍ରିଲସଙ୍କ ସହିତ ଦର୍ଶକ ଦେଖିପାରିବେ। ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ୧୨ ଅଗଷ୍ଟରେ ଡିସକଭରି ଚ୍ୟାନେଲରେ ହେବ। ଶୋ’ର ହୋଷ୍ଟ ବେୟର ଗ୍ରିଲସ  ଟ୍ବିଟରରେ ଏସମ୍ପର୍କିତ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ମୋଦିଙ୍କୁ ବେୟର ଗ୍ରିଲସଙ୍କ ସହିତ ‘ମ୍ୟାନ୍ ଭର୍ସେସ ଓ୍ବାଇଲ୍ଡ’ରେ ଦେଖିପାରିବେ। ମୋଦିଙ୍କ ପୂର୍ବରୁ ଏହି କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ବାରାକ୍ ଓବାମାଙ୍କୁ ଦେଖିବାକୁ ମିଳିଥିଲା।

ଭିଡିଓ ସେୟାର କରି ବେୟର ଗ୍ରିଲସ ଲେଖିଛନ୍ତି, ୧୮୦ ଦେଶର ଲୋକଙ୍କୁ ମୋଦିଙ୍କର ସେହି ପକ୍ଷକୁ ଦେଖିବାକୁ ପାଇବେ, ଯାହାକୁ ଲୋକମାନେ ଜାଣି ନାହାନ୍ତି।  ମୋଦି ଦେଖାଇବେ କିଭଳି ଭାତରେ ବନ୍ୟଜୀବନ ସଂରକ୍ଷଣ ପାଇଁ ସଚେତନତା ଅଭିଯାନ ଓ ଭୌଗାଳିକ ପରିବର୍ତ୍ତନ ପାଇଁ କାମ ହେଉଛି।ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ‘ମ୍ୟାନ୍ ଭର୍ସେସ ଓ୍ବାଇଲ୍ଡ’ରେ ଡିସକଭରି ଚ୍ୟାନେଲରେ ୧୨ ଅଗଷ୍ଟ ରାତି ୯ଟାରେ ଦେଖିପାରିବେ।’

ବେୟର ଗ୍ରିଲସ ଯେଉଁ ଭିଡିଓଟି ​‌ସେୟାର କରିଛନ୍ତି ସେଥିରେ ମୋଦିଙ୍କୁ ସ୍ପୋର୍ଟସ ଡ୍ରେସରେ ଥିବା ବେଳେ ନିଜେ ଗାଡି ଚଲାଇକି ଆସୁଥିବାର ଦେଖିବାକୁ ପାଇବେ ଦର୍ଶକ। ଏହି ସମୟରେ ମୋଦି ଶୋ’ର ହୋଷ୍ଟଙ୍କୁ ଭାରତରେ ସ୍ବାଗତ କରୁଛନ୍ତି। ଏହାପରେ ବାଉଁଶରେ ତିଆରି ଏକ ହତିଆରକୁ ଧରିଥିବାର ଦେଖିବାକୁ ପାଇବେ। ମୋଦି କହୁଛନ୍ତି, ଏହାକୁ ମୁଁ ଆପଣଙ୍କ ପାଇଁ ନିଜ ପାଖରେ ରଖିବି। ଏହାପରେ ବେୟର ଗ୍ରିଲସ ହସିକି କହୁଛନ୍ତି, ଆପଣ ଭାରତର ସବୁଠାରୁ ମହତ୍ବପୂର୍ଣ୍ଣ ବ୍ୟକ୍ତି, ମୋର କାମ ହେଉଛି ଆପଣଙ୍କ ସୁରକ୍ଷା କରିବା। ଶୋ’ରେ ପଶୁ ସଂରକ୍ଷଣ ଓ ପରିବେଶ ସୁରକ୍ଷାକୁ ନେଇ ସଚେତନତାକୁ ଆଗେଇବା ନେଇ ସୁଟିଂ କରାଯାଇଛି।

ସମ୍ବନ୍ଧିତ ଖବର