PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ବୈଜ୍ଞାନିକମାନେ ଖୋଜି ପାଇଛନ୍ତି ଗୁଢ଼ ରହସ୍ୟ, ୨୦୪୫ରେ ମଣିଷଙ୍କୁ ଅମର କରିବା ପ୍ରକ୍ରିୟା ଆରମ୍ଭ ହେବ…

ନୂଆଦିଲ୍ଲୀ,୩୧/୦୩: ଆମେ ଯେତେବେଳେ ଅମର କଥା ଚିନ୍ତା କରୁଛୁ ସେତେବେଳେ ସାଇନ୍ସ ଫିକ୍‌ସନ କାହାଣୀ ଭଳି ଲାଗୁଛି । ଜନ୍ମ ଅଛି ମାନେ ମୃତ୍ୟୁ ନିଶ୍ଚିତ । ଏକଥା ବୈଜ୍ଞାନିକଙ୍କୁ ଛାଡି ଅନ୍ୟ ସମସ୍ତେ ମାନନ୍ତି । କିନ୍ତୁ ବୈଜ୍ଞାନିକମାନେ ବେଶ୍‌ କିଛି ବର୍ଷ ହେଲା ଅମର ହେବାର ଗୁଢ଼ ରହସ୍ୟ ଖୋଜିବାରେ ଲାଗିଛନ୍ତି । ବର୍ତ୍ତମାନ ସେମାନେ କିଛି ମାତ୍ରାରେ ସଫଳ ହୋଇସାରିଛନ୍ତି । ସେମାନଙ୍କ କହିବାନୁଯାୟୀ ଆଗାମୀ ୨୦୩୦ ବେଳକୁ ମଣିଷ ଚାହିଁଲେ ନିଜର ବୟସ ପ୍ରତିବର୍ଷ ବଢ଼ାଇ ପାରିବ । ସେହିଭଳି ୨୦୪୫ ମସିହା ପର୍ଯ୍ୟନ୍ତ ଯଦି କେହି ବଞ୍ଚି ରୁହନ୍ତି ତେବେ ତାଙ୍କର ଆଉ ମୃତ୍ୟୁ ହେବାର ପ୍ରଶ୍ନ ଉଠିବ ନାହିଁ । ସେମାନେ ସବୁଦିନ ପାଇଁ ଦୁନିଆରେ ରହିପାରିବେ ।

ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହ୍ୟୁମାନିଟି ପ୍ଲସ୍‌ର ବୈଜ୍ଞାନିକ ଡକ୍ଟର ଜୋସ୍‌ କୋର୍ଡେରୋ ଦାବି କରିଛନ୍ତି କି ଆଗାମୀ କିଛି ବର୍ଷ ଭିତରେ ଆମକୁ ଅମର ହୋଇଯିବାର ଗୋପନ ତଥ୍ୟ ମିଳିଯିବ । ଯଦିଓ ସେ ଏହି ଗୋପନ ତଥ୍ୟ ବିଷୟରେ ଖୋଲାଖୋଲି ଭାବେ କିଛି କହିନାହାନ୍ତି ଏଥିରେ ନାନୋ ଟେକ୍ନୋଲୋଜି, ରୋବୋଟିକ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବଡ ଭୂମିକା ରହିବ ବୋଲି ସଙ୍କେତ ମିଳିଛି । ଏହାରି ମାଧ୍ୟମରେ ବୟସ ବଢ଼ିବ ଓ କମିବ ଏବଂ ଦିନେ ଏଭଳି ସମୟ ଆସିବ ଯେତେବେଳେ କି ମଣିଷ ଶହ ଶହ ବର୍ଷ ଧରି ବଞ୍ଚିରହିପାରିବ । ଡକ୍ଟର କୋର୍ଡେରୋଙ୍କ କହିବାନୁଯାୟୀ ପୂର୍ବରୁ ହାରାହାରି ଆୟୁସ କମ୍‌ ହେଉଥିଲା । କିନ୍ତୁ ବର୍ତ୍ତମାନ ବଢ଼ିବାରେ ଲାଗିଛି । ଉଦାହରଣ ଦେଇ ସେ କହିଛନ୍ତି ୧୮୮୧ ବେଳକୁ ଦୁନିଆରେ ଜଣେ ଲୋକର ହାରାହାରି ଆୟୁସ ଥିଲା ୨୫.୪ ବର୍ଷ । ୨୦୧୯ରେ ଏହା ୬୯.୭ ବର୍ଷକୁ ବୃଦ୍ଧି ପାଇଛି । ଏହି ସୂତ୍ରରେ ମଣିଷର ଡିଏନ୍‌ଏର ଏଜିଂକୁ ରିଭର୍ସ ଏଜିଂରେ ବଦଳାଇ ଦିଆଯିବ ।

ହାର୍ଭାର୍ଡ ଓ ବୋଷ୍ଟର ୟୁନିର୍ଭସିଟି ପକ୍ଷରୁ ମିଳିତ ଭାବେ ହୋଇଥିବା ଗବେଷଣାରେ ମୂଷାଙ୍କ ଠାରେ କରାଯାଇଥିବା ପରୀକ୍ଷା ସଫଳ ହୋଇଛି । ବୈଜ୍ଞାନିକମାନେ କେତେକ ବୁଢ଼ା ମୂଷାଙ୍କ ଦେହରେ ସେମାନେ ଆବିଷ୍କାର କରିଥିବା ନୂଆ ଜ୍ଞାନ କୌଶଳ ପ୍ରୟୋଗ କରି ସେମାନଙ୍କୁ ଯୁବା ବନାଇ ଦେଇଥିଲେ । ଏପରିକି ବୟସ ବୃଦ୍ଧି ପରେ ସେମାନେ ଯେଉଁ ଶାରୀରିକ ଦୁର୍ବଳ ଅନୁଭବ କରିଥାନ୍ତି ତାକୁ ମଧ୍ୟ ଠିକ୍‌ କରି ଦେଇଥିଲେ । ଏହି ଗବେଷଣା ରିପୋର୍ଟ ବିଜ୍ଞାନ ପତ୍ରିକା ସେଲ୍‌ରେ ସ୍ଥାନ ପାଇଛି । ତାର ଶୀର୍ଷକ ରହିଛି ‘ଲସ୍‌ ଅଫ୍‌ ଏପିଜେନେଟିକ ଇନଫର୍ମେସନ ଏଜ୍‌ କଜ୍‌ ଅଫ୍‌ ମୋମୋଲିୟନ ଏଜିଂ’ । ସେଥିରେ କୁହାଯାଇଛି କି ଲ୍ୟାବରେ ମୂଷାଙ୍କ ଦେହରେ ହୋଇଥିବା ପରୀକ୍ଷାରୁ ସ୍ପଷ୍ଟ ଭାବେ ଜଣାପଡିଛି କି ବୟସକୁ ପଛକୁ ଫେରାଇ ଅଣାଯାଇ ଯୁବା କରାଯାଇପାରିବ । ସେହିଭଳି ବୟସକୁ ମଧ୍ୟ ଆଗକୁ ବଢ଼ାଇ ଦିଆଯାଇପାରିବ । ଅର୍ଥାତ ଏହି ଫର୍ମୁଲା ମାଧ୍ୟମରେ ସମୟ ପୂର୍ବରୁ କୌଣସି ବ୍ୟକ୍ତିଙ୍କୁ ବୁଢ଼ା କିମ୍ବା ଯୁବା କରାଯାଇପାରିବ ।

ଗବେଷଣାରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଶରୀର ନିକଟରେ ନିଜର ଯୁବାବାସ୍ଥାର ବ୍ୟାକଅପ୍‌ କପି ଥାଏ । ଏହି କପିକୁ ସକ୍ରିୟ କରାଯିବା ଫଳରେ ଶରୀରରେ କୋଷ ପୁଣି ସୃଷ୍ଟି ହୁଏ ଏବଂ ବୟସ ପଛକୁ ଫେରିବା ସମ୍ଭବ ହେବ । ଏହି ସମୟରେ ଡିଏନ୍‌ଏ କିମ୍ବା କୌଣସି କୋଷ ଦୁର୍ବଳ ହୋଇନଥାଏ । ଗବେଷଣା ସମୟରେ ଦୁର୍ବଳ ଓ ବୟସାଧିକ ହୋଇଥିବା ମୂଷାଙ୍କ ଶରୀରରେ ପ୍ରାପ୍ତ ବୟସ୍କ ମଣିଷର ଚର୍ମ କୋଷ ବ୍ୟବହାର କରାଯାଇଥିଲା । କିଛିଦିନ ପରେ ସେହି ମୂଷାମାନେ ବେଶ୍‌ ସକ୍ରିୟ ହୋଇପଡିଥିବା ଦେଖାଯାଇଥିଲା । ଏଭଳି ଭାବେ ମସ୍ତିଷ୍କ, ମାଂସପେଶୀ ଓ କିଡ୍‌ନୀ କୋଷକୁ ଯୁବାବସ୍ଥାକୁ ଫେରାଇ ଅଣାଯାଇପାରିବ ।

୨୦୨୨ ଏପ୍ରିଲରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର କିଛି ବୈଜ୍ଞାନିକ ଦାବି କରିଥିଲେ ଏକ ବିଶେଷ ସୂତ୍ର ପ୍ରୟୋଗ କରାଯାଇ ବୟସକୁ ୩୦ରୁ ଅଧିକ ବର୍ଷ ପର୍ଯ୍ୟନ୍ତ ପଛକୁ ଫେରାଇ ନିଆଯାଇପାରିବ । ବିଶ୍ୱର ବଡବଡ ଦେଶର ଅରବପତିମାନେ ପଛକୁ ବୟସ ଫେରାଇ ଆଣିବା ଲାଗି ଚାଲିଥିବା ଗବେଷଣାରେ ବିପୁଳ ଟଙ୍କା ବିନିଯୋଗ କରିଛନ୍ତି । ଏପରିକି ଲ୍ୟାବରେ ସେମାନଙ୍କ ମୃତ ଶରୀରକୁ ସଂରକ୍ଷିତ କରି ରଖୁଛନ୍ତି । ଯାହାଫଳରେ କି ନୂଆ ଫର୍ମୁଲା ବିକଶିତ ହେବା ପରେ ସେମାନେ ଦ୍ୱିତୀୟଥର ପାଇଁ ଜୀବନ ଫେରିପାଇ ପାରିବେ । ଏହାକୁ କ୍ରାୟୋନିକ୍ସ ବୋଲି କୁହାଯାଉଛି । କୁହାଯାଉଛି କି ବିଶ୍ୱର ବିଭିନ୍ନ ଦେଶର ଭିନ୍ନ ଭିନ୍ନ ଲ୍ୟାବରେ ଏପର୍ଯ୍ୟନ୍ତ ୬୦୦ ଲୋକଙ୍କ ମୃତଦେହକୁ ସଂରକ୍ଷିତ କରିରଖାଯାଇଛି ।

ସମ୍ବନ୍ଧିତ ଖବର