ପ୍ରମୂଖ ଖବର
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ମନ୍ଥର ଗତିରେ ଚାଲିଛି ମାଣ୍ଡିଆ ମଣ୍ଡି, ୫୫ହଜାର କୁଇଁଟାଲ ଟାର୍ଗେଟ ଥିବାବେଳେ କ୍ରୟ ହୋଇଛି ମାତ୍ର ୪ହଜାର କୁଇଁଟାଲ ମାଣ୍ଡିଆ

Published By : Prameya | January 24, 2025 10:34 PM

ମାଲକାନଗିରି,୨୪/୧ : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପ୍ରଚୁର ପରିମାଣରେ ଉନ୍ନତମାନର ମାଣ୍ଡିଆ ଚାଷ ହୋଇଥିବାରୁ ଚଳିତ ଖରିପ ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ୫୫ହଜାର କୁଇଣ୍ଟାଲ ମାଣ୍ଡିଆ ଚାଷୀମାନଙ୍କଠାରୁ ମଣ୍ଡିରେ କ୍ରୟ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମାଲକାନଗିରି ଜିଲ୍ଲାର ୭ଟି ବ୍ଲକରେ ମୋଟ ୩୫ଟି ମାଣ୍ଡିଆ ମଣ୍ଡି ଖୋଲାଯାଇ ଗତ ୮ତାରିଖ ପାଖରୁ ଚାଷୀମାନଙ୍କଠାରୁ ମାଣ୍ଡିଆ କ୍ରୟ ଆରମ୍ଭ ହୋଇଛି, ମଣ୍ଡି ଗୁଡିକରେ ମନ୍ଥର ଗତିରେ ମାଣ୍ଡିଆ କ୍ରୟ ଚାଲିଥିବାରୁ ମାର୍ଚ୍ଚ ମାସ ମଧ୍ୟରେ ଟାର୍ଗେଟ ପୁରଣ ନେଇ ସନ୍ଦେହ ସୃଷ୍ଟିହୋଇଛି । 

ଜିଲ୍ଲାରେ ଲ୍ୟାମ୍ପସ ଗୁଡ଼ିକରେ ପ୍ରାୟ ୮ହଜାର ଚାଷୀ ମାଣ୍ଡିଆ ବିକ୍ରୟ ନିମନ୍ତେ ନିଜ ନିଜ ନାମ ପଞ୍ଜିକରଣ କରିଛନ୍ତି । ଆଜି ସୁଦ୍ଧା ପ୍ରାୟ ୪ହଜାର କୁଇଣ୍ଟାଲ ମାଣ୍ଡିଆ ୨୩୦ଜଣ ଚାଷୀଙ୍କଠାରୁ କ୍ରୟ ହୋଇଥିବାରୁ ଜଣାପଡିଛି । ମାଲକାନଗିରି ଲ୍ୟାମ୍ପସ ଅଧିନ ପଦ୍ମଗିରି, ସିନ୍ଦ୍ରୀମାଳ,ସେରପାଲି, ପୋଡାଘାଟ, ପେଦାଓର୍ଡା, ମାଥିଲି ଲ୍ୟାମ୍ପସର ଭେଯାଗୁଡା, ଚେଢାଙ୍ଗା, ସାଲିମ, କିଆଙ୍ଗ, ଧୁଙ୍ଗିଆପୁଟ, ରାମାଗୁଡା, ନାୟକଗୁଡା, ଚାଉଳମେନ୍ଦି, ଖଇରପୁଟ ବ୍ଲକର ବଣ୍ଡାଲ୍ୟାମ୍ପସର ମାଡ କାପଦର, ଗୋବିନ୍ଦପାଲି, ଖଇରପୁଟ, ପୋଡାଘାଟ, କୁଡୁମୁଲୁଗୁମା ଲ୍ୟାମ୍ପସ ପକ୍ଷରୁ ବଡପଦର, ନାକାମାମୁଡି, କେ.ଗୁମା ଜନ୍ତାପାଇ, କୋରକୁଣ୍ଡା ଲ୍ୟାମ୍ପସର ପୁରୁଣାଚିମୁଟାପାଲି, ପପୁଲୁର, ଚିତ୍ରକୋଣ୍ଡା ବ୍ଲକର କୋଡାଆମ୍ବ, ଯନ୍ତ୍ରୀ, ସାରୁକବନ୍ଧ, କପାତୁଟି, ବଡପଦର, ଦୋରାଗୁଡା, ଜନ୍ତାପାଲ, କୁଡୁମୁଲୁଗୁମ୍ମା ଲ୍ୟାମ୍ପସର ସୋମନାଥପୁର, କୁଡୁମୁଲୁଗୁମା, ନାକାମାମୁଡି, କୋରକୁଣ୍ଡାବ୍ଲକ ର ତାର୍ଲାକୋଟା, ପୁରଣାଚିତାପାରି, ଡୁଡାମେଟା, କାଲିମେଳା ଲ୍ୟାମ୍ପସର କାଲିମେଳା, ପଡ଼ିଆ ଲ୍ୟାମ୍ପସର ପଡ଼ିଆଠାରେ ମାଣ୍ଡିଆ ମଣ୍ଡିଖୋଲା ଯାଇ ସେଠାରୁ ଚାଷୀ ମାନଙ୍କଠାରୁ କୁଇଣ୍ଟାଲ ପିଛା ୪୨୯୦ଟଙ୍କା ଦରରେ କ୍ରୟ କରାଯିବା ସହ କୁଇଣ୍ଟାଲ ପିଛା ଅଧିକ ବୋନସ ଆକାରରେ ୨୧୦ଟଙ୍କା ଦିଆଯାଉଛି ।

ମାଲକାନଗିରି ଲ୍ୟାମ୍ପସ ପକ୍ଷରୁ ୬୦୦୦କୁଇଣ୍ଟାଲ, ମାଥିଲି ଲ୍ୟାମ୍ପସ ପକ୍ଷରୁ ୧୪୦୦୦କୁଇଣ୍ଟାଲ, ଖଇରପୁଟ ପକ୍ଷରୁ ୬୮୦୦କୁଇଣ୍ଟାଲ, କୁଡୁମୁଲୁଗୁଡ଼ା ଲ୍ୟାମ୍ପସ ପକ୍ଷରୁ ୪୧୦୦କୁଇଁଟାଲ, କୋରକୁଣ୍ଡା ବ୍ଲକ ପକ୍ଷରୁ ୯୧୦୦କୁଇଁଟାଲ, ଚିତ୍ରକୋଣ୍ଡା ବ୍ଲକ ମଣ୍ଡିରେ ୧୩୨୪୦କୁଇଣ୍ଟାଲ, କାଲିମେଳା ଲ୍ୟାମ୍ପସ ପକ୍ଷରୁ ୧୨୬୦ କୁଇଁଟାଲ, ପଢିଆ ବ୍ଲକରେ ୫୦୦ କୁଇଁଟାଲ ମାଣ୍ଡିଆ କ୍ରୟ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଶାନ୍ତି ସୁଙ୍ଖଳାର ସହ ୩୫ଟି ଯାକ ମଣ୍ଡିରେ ଚାଷୀମାନଙ୍କ ଠାରୁ ମାଣ୍ଡିଆ କ୍ରୟ ଚାଲିଛି ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଲରଂଜନ ମହାଲିକ ସୂଚନା ଦେଇଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଗ୍ରାମବାସୀ ଭୋକ ମେଣ୍ଟାଇବା ପାଇଁ ମାଣ୍ଡିଆ ଯାଉ ଖାଇଥାନ୍ତି, ମାଣ୍ଡିଆ ଏକ ଚହୁତ ଉପକାରୀ ଶସ୍ୟ, ମାଣ୍ଡିଆ ଏକ ସୁଷମ ଓ ଶକ୍ତି ବର୍ଦ୍ଦକ ଖାଦ୍ୟ ଧାନ ଅପେକ୍ଷା ମାଣ୍ଡିଆରେ ଅଧିକ ଖାଦ୍ୟ ସାର ଓ ଭିଟାମିନ ଭରପୁର ସହିତ ରୋଗ ମୁକ୍ତ ସଶ୍ୟ ହୋଇଥିବାରୁ ଏହାକୁ ଆଦିବାସୀ ଓ ସାଧାରଣ ବର୍ଗର ଲୋକମାନେ ଆଦରର ସହ ଖାଦ୍ୟ ଭାବେ ବ୍ୟବହାର କରିଥାନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.