PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ରେଡ୍ ବିକିନିରେ ଫଟୋ ସେୟାର କଲେ ମନ୍ଦିରା ବେଦୀ, ଫ୍ୟାନ୍ସ କହିଲେ…

ମୁମ୍ବାଇ ୨୪/୭: ବଲିଉଡରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଫିଟନେସ୍ ପାଇଁ ଅଧିକ ଧ୍ଯାନ ଦେଇଥାନ୍ତି । ଏହି ତାଲିକାରେ ମନ୍ଦିରା ବେଦୀଙ୍କ ନାଁ ମଧ୍ଯ ସାମିଲ ଅଛି । ମନ୍ଦିରା ବେଦୀ ଏବେ ମାଳଦ୍ୱୀପରେ ଛୁଟି କଟାଇବାକୁ ଯାଇଛନ୍ତି । ସେ ନିଜର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଯେଉଁଥିରେ ସେ ରେଡ୍ ବିକିନିରେ ନଜର ଆସୁଛନ୍ତି । ମନ୍ଦିରା ବେଦୀ ୪୬ ବର୍ଷରେ ପହଞ୍ଚିଲେଣି, ତଥାପି ସେ ଏତେ ଫିଟ୍ ଅଛନ୍ତି ଯେ ଫ୍ୟାନ୍ସ ତାଙ୍କୁ ତାଙ୍କ ଫିଟନେସର ରହସ୍ୟ ପଚାରୁଛନ୍ତି ।

ମନ୍ଦିରା ନିଜ ଫଟୋ ସେୟାର କରି କ୍ଯାପସନ୍ ଲେଖିଛନ୍ତି ଯେ ଦିନଟିକୁ ସେ ଏହାଠୁ ଅଧିକ ଆଉ କେମିତି ବନାଇଥାନ୍ତେ, ଯେଉଁଥିରେ ସୂର୍ଯ୍ୟ କିରଣ ଓ ସମୁଦ୍ର ଉଭୟ ଏକାଠି ଅଛନ୍ତି । ଏହାଠୁ ଅଧିକ ଖୁସ୍ ଦେଉଥିବା ସ୍ଥାନ ଆଉ କେଉଁଠି ମିଳିବ । କିଛି ୟୁଜର୍ସ ମନ୍ଦିରାଙ୍କୁ ‘ଠୁ ହର୍ଟ’ ବୋଲି କମେଣ୍ଟ ଦେଇଛନ୍ତି ।

ମନ୍ଦିରା ଏକ ପିଙ୍କ ବିକିନିରେ ମଧ୍ଯ ଫଟୋ ସେୟାର କରିଛନ୍ତି । କହିରଖୁଛୁ ମନ୍ଦିରା ଇନଷ୍ଟାଗ୍ରାମରେ ନିଜ ୱର୍କଆଉଟର ଅନେକ ଭିଡିଓ ସେୟାର କରିଥାନ୍ତି । ଏହି ବୟସରେ ମଧ୍ଯ ସେ ନିଜକୁ ଯେଉଁଭଳି ମେଣ୍ଟେନ୍ କରି ରଖି ପାରିଛନ୍ତି ବୋଧହୁଏ ଆଉ କୌଣସି ଅଭିନେତ୍ରୀ ଏମିତି କରିପାରିନାହାଁନ୍ତି । ଏବେ ବି ସମସ୍ତେ ତାଙ୍କ ଫିଟନେସ୍ ଦେଖି ଆଶ୍ଚର୍ଯ୍ୟ ହୋଇଯାନ୍ତି ।

ସମ୍ବନ୍ଧିତ ଖବର