କେବଳ ଆମ୍ବ ନୁହେଁ ଏହାର ପତ୍ର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, ଜାଣନ୍ତୁ ଏହାର ଚମତ୍କାର ଫାଇଦା

asianetnews
ନୂଆଦିଲ୍ଲୀ ୦୮/୦୩ : ଗ୍ରୀଷ୍ମ ଋତୁରେ ପ୍ରଚୁର ଆମ୍ବ ମିଳେ। ଯେଉଁଥିପାଇଁ ଏହି ଋତୁକୁ ସମସ୍ତେ ଅପେକ୍ଷା କରନ୍ତି। ଆମ୍ବ ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। କିନ୍ତୁ ଆପଣ ଜାଣନ୍ତି କି କେବଳ ଆମ୍ବ ନୁହେଁ, ଏହାର ପତ୍ର ମଧ୍ୟ ଉପକାରୀ। ଆମ୍ବ ପତ୍ରରେ ଅନେକ ଜରୁରୀ ଭିଟାମିନ୍ ଥାଏ। ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ବି, ଫ୍ଲାଭୋନାଏଡ୍ ଏବଂ ଫେନୋଲ୍ ପରି ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ମିଳିଥାଏ। ଆମ୍ବ ପତ୍ର ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥଗାଏ। ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ…

ଆମ୍ବ ପତ୍ରର ଫାଇଦା :
ଡାଇବେଟିସ୍- ଡାଇବେଟିସ୍ ରୋଗୀ ଆମ୍ବ ପତ୍ରକୁ ଫୁଟାଇ ପିଇବା ଦ୍ୱାରା ବହୁତ ଆରାମ ମିଳିଥାଏ। ଏଥିରେ ଆଣ୍ଟୋସିୟାନିଡିନ ନାମକ ଏକ ଟେନିନ୍ ଥାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ। ଆମ୍ବ ପତ୍ରକୁ ସିଝାଇ ପିଇବା ଦ୍ୱାରା ମଧୁମେହର ମୁକ୍ତି ମିଳିଥାଏ।
ପେଟ ଅଲସର- ଆମ୍ବ ପତ୍ର ପେଟର ଅଲସର ଚିକିତ୍ସାରେ ରାମବାଣ ପ୍ରମାଣିତ ହୋଇପାରେ। ପେଟ ଘା’ର ଚିକିତ୍ସାରେ ଏହା ବହୁତ ସାହାଯ୍ୟ କରିଥାଏ।
ବିପି- ବିପି ନିୟନ୍ତ୍ରଣ କରିବା ପାଇଁ ଆପଣ ଆମ୍ବ ପତ୍ର ପାଣି ମଧ୍ୟ ପିଇପାରିବେ। ଏହା ରକ୍ତ ନଳୀକୁ ମଜବୁତ କରିବାରେ ଏବଂ ଭାରିକୋଜ୍ ଶିରା ସମସ୍ୟାର ଚିକିତ୍ସାରେ ମଧ୍ୟ ସାହାଯ୍ୟ କରେ।
କିଡ୍ନୀ- କିଡ୍ନୀ କିମ୍ବା ଗଲ୍ ବ୍ଲାଡର ପଥରର ଚିକିତ୍ସାରେ ମଧ୍ୟ ଆମ୍ବ ପତ୍ର ଖାଇବା ଲାଭଦାୟକ ପ୍ରମାଣିତ ହୋଇପାରେ। ଆମ୍ବ ପତ୍ରକୁ ଫୁଟାଇ ପିଇବା ଦ୍ୱାରା ମୂତ୍ରନଳୀ ଦେଇ ପଥର ବାହାରିଥାଏ।
କର୍କଟ- ଆମ୍ବ ପତ୍ରରେ ଆଣ୍ଟି-କର୍କିନୋଜେନିକ୍ ଗୁଣ ରହିଥାଏ। ଏହା ଫ୍ରୀ ରେଡିକାଲ୍ ଦ୍ୱାରା ହୋଇଥିବା କ୍ଷତିକୁ ରୋକିପାରେ ଯାହା କର୍କଟ ଭଳି ରୋଗର ମୂଳ କାରଣ ହୋଇଥାଏ।