ପାଟଣାଗଡ,୦୩/୦୬: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରୁ ଦୁବାଇ ଯିବ ଆମ୍ବ । ପାଟଣାଗଡ଼ ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ୍, ଅଞ୍ଚଳର ଆମ୍ବ ଚାଷୀମାନଙ୍କ ଆୟ ଦ୍ବିଗୁଣିତ କରିବା ସହିତ ବିଦେଶରେ ଏହି ଅଞ୍ଚଳର ଆମ୍ବ ବିକ୍ରି କରିବା ପାଇଁ ଉଦ୍ଦେଶ୍ୟ ରଖିଛି ।
ଏନେଇ ପାଟଣାଗଡ଼ ହରିଶଙ୍କର ସମ୍ମିଳନୀ ସଦନଠାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ କର କମଳରେ ପାଟଣାଗଡ଼ ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ଼ର ଲୋଗୋ ଆମ୍ବ୍ରିତ୍ୟ ଉନ୍ମୋଚନ ହୋଇଛି । ଏହି କମ୍ପାନୀ ଆସନ୍ତା ୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଦୁବାଇକୁ ଆମ୍ବ ରପ୍ତାନି କରିବ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି ।