PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଏସିଆନ୍ କପ୍ ଟେବଲ ଟେନିସ୍: ଇତିହାସ ରଚିବା ପରେ ସେମିଫାଇନାଲରେ ହାରିଲେ ମନିକା ବାତ୍ରା,ବ୍ରୋଞ୍ଜ ପଦକ ପାଇଁ ଖେଳିବେ

ବ୍ୟାଙ୍କକ୍,୧୯।୧୧: ଏସିଆନ୍ କପ୍ ଟେବଲ ଟେନିସ୍‌ରେ ଇତିହାସ ରଚିଛନ୍ତି ଦେଶର ଏକ ନମ୍ବର ମହିଳା ଟେବଲ ଟେନିସ୍‌ ଖେଳାଳି ମନିକା ବାତ୍ରା। ସେ ଜାପାନର ହିନା ହୟାତାଙ୍କୁ ୪-୨ ସେଟ୍‌ରେ ପରାସ୍ତ କରିଥିଲେ। ୬ନମ୍ବର ରାକିଂରେ ଥିବା ହିନା ହୟାତ ତିନି ଥର ଏହି ଟୁର୍ଣ୍ଣାମେଣ୍ଟ ଜିତି ସାରିଛନ୍ତି। ଏହି ବରିଷ୍ଠ ଖେଳାଳିଙ୍କୁ ହରାଇ ମନିକା ଦେଶ ପାଇଁ ଗୌରବ ଆଣିଛନ୍ତି। ହେଲେ ଦେଶ ପାଇଁ ଏହି ଗୌରବ ଆଣିବା ପରେ ମଧ୍ୟ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି। ଶନିବାର ଖେଳା ଯାଇଥିବା ମହିଳା ସିଙ୍ଗିଲସ୍‌ ସେମିଫାଇନାଲରେ ମନିକାଙ୍କୁ ଜାପାନର ମିମା ଇତୋ ହରାଇ ତାଙ୍କର ଫାଇନାଲରେ ପହଞ୍ଚିବାର ସ୍ବପ୍ନ ଭାଙ୍ଗି ଦେଇଛନ୍ତି। ଏବେ ମନିକା ବ୍ରୋଞ୍ଜ ପଦକ ପାଇଁ ଖେଳିବେ।

ମନିକା ଏକ କୋଟି ୬୩ ଲକ୍ଷ ଟଙ୍କାର ପୁରସ୍କାର ଥିବା ଏହି ଟୁର୍ଣ୍ଣାମେଣ୍ଟର ଅନ୍ତିମ ୪ ପର୍ଯ୍ୟନ୍ତ ପହଞ୍ଚିଥିବା ପ୍ରଥମ ଭାରତୀୟ ମହିଳା। ତାଙ୍କୁ ସେମିଫାଇନାଲ ମ୍ୟାଚରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଜାପାନର ମିମା ଇତୋ ହରାଇଥିଲେ। ମନିକା ଏହି ମହାଦ୍ୱୀପିୟ ଟୁର୍ନାମେଣ୍ଟର ସେମିଫାଇନାଲରେ ଦୁନିଆର ପଞ୍ଚମ ନମ୍ବର ଖେଳାଳିଙ୍କଠାରୁ ହାରିଛନ୍ତି। ମିମା ଇତୋ ତାଙ୍କୁ ୮-୧୧,୧୧-୭,୭-୧୧,୬-୧୧,୧୧-୮,୭-୧୧(୨-୪) ରେ ପରାସ୍ତ କରିଛନ୍ତି। ୩୯ ବର୍ଷର ଟୁର୍ଣ୍ଣାମେଣ୍ଟ ଇତିହାସରେ ୨୦୧୫ ରେ ଶରତ କମଳ ଓ ୨୦୧୯ ରେ ଜି ସାଥିୟାନ ଷଷ୍ଠ ସ୍ଥାନ ହାସଲ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ଏସିଆ ଟପ୍ ୧୬-୧୬ ପେଡଲର ବିଶ୍ବ ରାକିଂ ଓ କ୍ବାଲିଫିକେସନ୍ ଆଧାରରେ ଖେଳୁଛି।