PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ମଣିପୁର ହିଂସା: ପୂର୍ବତନ ବିଜେପି ବିଧାୟକ ଗିରଫ, ହିଂସାକାଣ୍ଡ ଘଟାଇବାକୁ କରୁଥିଲେ ଯୋଜନା

ଇମ୍ଫାଲ ୨୫/ ୦୫: ମଣିପୁରକୁ ପୁଣି ଫେରିଛି ହିଂସାକାଣ୍ଡ । ଦୁଇ ସମ୍ପ୍ରଦାୟ ମୈତେଇ ଓ କୁକୀ ମଧ୍ୟରେ ଲାଗି ରହିଥିବା ବିବାଦ କିଛି ଦିନ ଶିଥିଳତା ପରେ ପୁଣି ତୀବ୍ର ହୋଇଛି । ରାଜ୍ୟ ସରକାର ଓ ସେନା ମିଳିତ ଭାବେ ହିଂସାକାଣ୍ଡ ରୋକିବା ପାଇଁ ପ୍ରୟାସରତ । କିନ୍ତୁ ବ୍ୟତିକ୍ରମ ହେଉଛି କିଛି ନେତା ମଧ୍ୟ ଜନତାଙ୍କୁ ଉସକାଇବାରେ ବ୍ୟସ୍ତ । ଗୋଟିଏ ପଟେ ହିଂସାକାଣ୍ଡ କିଭଳି ଥମିବ ସେ ନେଇ ସମସ୍ତଙ୍କ ଚିନ୍ତା ବଢିଥିବା ବେଳେ ପୂର୍ବତନ ବିଜେପି ବିଧାୟକ ଦଙ୍ଗା ଉସକାଇବା ଅଭିଯୋଗରେ ଗିରଫ ହୋଇଛନ୍ତି । ହେଙ୍ଗଲେପ୍‌ର ପୂର୍ବତନ ବିଜେପି ବିଧାୟକ ତେଲଭମ୍‌ ଥାଙ୍ଗଜାଲାଙ୍ଗ ହାଓକିପ୍‌ ମଣିପୁର ବିଧାନସଭାର ଉପ-ବାଚସ୍ପତି ଭାବେ ମଧ୍ୟ କାର୍ଯ୍ୟଭାର ତୁଲାଇଥିଲେ । ତାଙ୍କ ସମେତ ୨ ଜଣ ଅଙ୍ଗରକ୍ଷୀଙ୍କୁ ମଧ୍ୟ ପୋଲିସ ଗତ ମେ ୨୨ ତାରିଖରେ ଗିରଫ କରିଥିଲା । ହେଙ୍ଗଲେପ୍‌ ଅଞ୍ଚଳ ମଣିପୁର ଦଙ୍ଗାରେ ସର୍ବାଧିକ ପ୍ରଭାବିତ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂହ କହିଛନ୍ତି, ‘ପୂର୍ବତନ ବିଧାୟକ ତେଲଭମ୍‌ ଥାଙ୍ଗଜାଲାଙ୍ଗ ହାଓକିପ୍‌ ହିଂସାକାଣ୍ଡ ଘଟାଇବା ପାଇଁ ଷଡଯନ୍ତ୍ର ରଚିଥିଲେ । ସେ ଏଭଳି ସ୍ଥାନରେ ପୁଣି ଦଙ୍ଗା କରିଥାନ୍ତେ ଯେଉଁଠି କି ପୂର୍ବରୁ ୭୧ ଜଣଙ୍କ ଜୀବନ ଯାଇ ସାରିଛି ଓ ପ୍ରାୟ ୩୫ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି।’

୧୯୯୮ ମସିହାରେ ହେଙ୍ଗଲେପ୍‌ ଆସନରୁ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢି ବିଜୟୀ ହେବା ପରେ ମଣିପୁର ବିଧାନସଭାର ଉପ-ବାଚସ୍ପତି ହୋଇଥିଲେ ତେଲଭମ୍‌ ଥାଙ୍ଗଜାଲାଙ୍ଗ ହାଓକିପ୍‌ । ପୁଣି ୨୦୧୭ରେ ବିଜେପି ଟିକେଟରୁ ସେଠାରୁ ଲଢି ବିଜୟୀ ହୋଇଥିଲେ । ପ୍ରତିପକ୍ଷ କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୨୬୮ ଭୋଟରେ ହରାଇଥିଲେ । ସେହି ବର୍ଷ ସେ ହିଲ୍ସ ଏରିୟା କମିଟି (HAC)ର ଚେୟାରମ୍ୟାନ୍‌ ହୋଇଥିଲେ । ଯାହା କି ମଣିପୁରର ଶୀର୍ଷ ସଂସ୍ଥା । ରାଜ୍ୟରେ ଯେତେ ବି ଯୋଜନା, କାର୍ଯ୍ୟକାରିତା ଏବଂ ତଦାରଖ କାର୍ଯ୍ୟ ଏହି କମିଟି ହିଁ କରିଥାଏ । ୨୦୨୦ରେ ସେ ଚେୟାରମ୍ୟାନ୍‌ ପଦବୀରୁ ଇସ୍ତଫା ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂହଙ୍କ ସହ ବିବାଦ କାରଣରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ୨୦୨୨ରେ ସେ ଶିବ ସେନାରୁ ଟିକେଟ୍‌ ପାଇଁ ନିର୍ବାଚନ ଲଢିଥିଲେ ସୁଦ୍ଧା ମାତ୍ର ୨୬୦୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

ସମ୍ବନ୍ଧିତ ଖବର