PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଜାପାନକୁ ୨-୧ ଗୋଲ୍‌ରେ ହରାଇଲା ଭାରତ

pic- internet

ନୂଆଦିଲ୍ଲୀ,୦୫/୨୮: ଜାପାନକୁ ୨-୧ ଗୋଲ୍‌ରେ ହରାଇଛି ଡିଫେଣ୍ଡିଂ ଚାମ୍ପିଅନ ଭାରତ। ଏସିଆ କପ୍ ୨୦୨୨ର ସୁପର ୪ରେ ନିଜର ପ୍ରଥମ ମ୍ୟାଚ୍‌ରେ ଜାପାନଙ୍କୁ ୨-୧ ଗୋଲ୍‌ରେ ହରାଇଛି। ଏହି ବିଜୟ ସହିତ ଭାରତୀୟ ପୁରୁଷ ହକି ଦଳ ପୁଲ୍ ପର୍ଯ୍ୟାୟରେ ଜାପାନଠୁ ମିଳିଥିବା ପରାଜୟର ମଧୁର ପ୍ରତିଶୋଧ ନେଇ ପାରିଛି। ଭାରତ ପକ୍ଷରୁ ମଞ୍ଜିତ ଅଷ୍ଟମ ଏବଂ ପବନ ରାଜଭର ୩୪ମ ମିନିଟରେ ଗୋଲ୍ ଦେଇଛନ୍ତି। ଭାରତୀୟ ଦଳ ତିନି ପଏଣ୍ଟ ସହ ସୁପର ୪ରେ ଶୀର୍ଷକୁ ଉଠିଛି। ଗ୍ରୁପ ୪ର ମାଲେସିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମୁକାବିଲା ୨-୨ରେ ଶେଷ ହୋଇଛି। ସୁପର ୪ରେ ଜାପାନ ପରେ ଭାରତ ରବିବାର ମାଲେସିଆ ସହ ଏବଂ ମଙ୍ଗଳବାର ଦକ୍ଷିଣ କୋରିଆ ବିପକ୍ଷରେ ଶେଷ ମୁକାବିଲା ଖେଳିବ।

ଭାରତ ମୁକାବିଲାରେ ଦମଦାର ଆରମ୍ଭ କରିଥିଲା ଏବଂ ପ୍ରଥମ କ୍ଵାର୍ଟରରେ ମଞ୍ଜିତଙ୍କ ଗୋଲ୍‌ ବଳରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ମଞ୍ଜିତ ମ୍ୟାଚ୍‌ର ଅଷ୍ଟମ ମିନିଟ୍‌ରେ ଗୋଲ୍ ଦେଇଥିଲେ। ଏହାର ପାଞ୍ଚ ମିନିଟ୍ ପରେ ଭାରତକୁ ଆଉ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ହେଲେ ଭାରତ ଏହାକୁ ଗୋଲ୍‌ରେ ପରିଣତ କରି ପାରିନଥିଲା।

ହେଲେ ଭାରତର ଏହି ଅଗ୍ରଣୀ ହାସଲ ଅଧିକ ସମୟ ରହିନଥିଲା। ଜାପାନ ୧୮ତମ ମିନିଟ୍‌ରେ ପେନାଲ୍‌ଟି କର୍ଣ୍ଣର ଜରିଆରେ ଗୋଲ୍ ଦେଇ ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲା। ଜାପାନ ପକ୍ଷରୁ ଏହି ଗୋଲ୍ ନେଭା ଦେଇଥିଲେ। ଦ୍ଵିତୀୟ କ୍ଵାର୍ଟର ସରିବା ବେଳକୁ ମନିନ୍ଦର ସିଂହଙ୍କୁ ଗ୍ରୀନ କାର୍ଡ ଦେଖାଇଥିଲେ। ପୁଣି ଭାରତ ୧୦ ଜଣ ଖେଳାଳିଙ୍କୁ ନେଇ ମ୍ୟାଚ୍ ଖେଳିଥିଲା। ପ୍ରଥମ ହାଫ ସୁଦ୍ଧା ଦୁଇ ଦଳ ୧-୧ରେ ବରାବର ସ୍ଥିତିରେ ରହିଥିଲା।

ସମ୍ବନ୍ଧିତ ଖବର