PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଟିଏମରେ ଟଙ୍କା ଭରିବା ନେଇ ଗାଡିରେ ଯାଉଥିବା ବେଳେ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଫେରାର
  • ||
  • ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଘଟଣାରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲମ୍ବିତ
  • ||
  • କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ମୁକ୍ତାର ଆବ୍ବାସ ନକଭି
  • ||
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ମୃତ୍ୟକୁ ନିକଟରେ ଦେଖି ମଧ୍ୟ ସେ ହସୁଥିଲେ… ଜାଣନ୍ତୁ କ’ଣ କହିଲେ ପାରିକରଙ୍କୁ ଚିକିତ୍ସା କରୁଥିବା ଡାକ୍ତର

ନୂଆଦିଲ୍ଲୀ,୧୮।୩: ସେ ଜାଣିଥଲେ ତାଙ୍କ ଶରୀରର ସ୍ଥିତି କ’ଣ? ତଥାପି ମଧ୍ୟ ହସୁଥିଲେ। ମୃତ୍ୟୁକୁ ସେ ଭୟ କରିନଥିଲେ। ଶେଷ ସମୟ ପର୍ଯ୍ୟନ୍ତ ଜଣେ ଯୋଦ୍ଧା ଭାବରେ ନିଜର ରୋଗ ସହ ହସି ହସି ଲଢେଇ କରିଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ନିଜର କର୍ତ୍ତବ୍ୟକୁ ପାଳନ କରିଚାଲିଥଲେ। ଏଭଳି ଜଣେ ସାହାସୀ ବ୍ୟକ୍ତିତ୍ବ ଥିଲେ ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ବୋଲି କହିଛନ୍ତି ତାଙ୍କୁ ଚକିତ୍ସା କରୁଥିବା ଡାକ୍ତର। ଉଲ୍ଲେଖନୀୟ ଯେ ଗତ ରବିବାର ସନ୍ଧ୍ୟାରେ ୬୩ ବର୍ଷ ବୟସରେ ପାରିକରଙ୍କ ପରଲୋକ ହୋଇଯାଇଛି।

source: https://navbharattimes.indiatimes.com

ଲୀଳାବତୀ ହସ୍ପିଟାଲର ସର୍ଜିକାଲ ଅନକୋଲୋଜି ଡିପାର୍ଟମେଣ୍ଟର ଅଧ୍ୟକ୍ଷ ଡାକ୍ତର ପି ଜଗନ୍ନାଥ ପାରିକରଙ୍କୁ ଚିକତ୍ସା କରୁଥିଲେ। ସେ ତାଙ୍କର ପରଲୋକ ପରେ ଖୁବ୍ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ୧୫ ଫେବୃଆରୀ ୨୦୧୮ର ସେ ଦିନ ମୋର ମନେଅଛି। ମୋତେ କୁହାଯାଇଥିଲା ଜଣେ ଭିଭିଆଇପିଙ୍କୁ ଗୋଆରୁ ଲୀଳାବତୀ ହସ୍ପିଟାଲ ଅଣାଯିବ। ତାଙ୍କ ପେଟରେ ଯନ୍ତ୍ରଣା ହେଉଛି ଓ ସେ ଅଗ୍ନାଶୟ ସମ୍ପର୍କିତ କୌଣସି ସମସ୍ୟାରେ ପୀଡିତ ଅଛନ୍ତି। ଭିଭିଆଇପି ହୋଇଥିବାରୁ ହସ୍ପିଟାଲରେ ସବୁ ପ୍ରକାର ପ୍ରସ୍ତୁତି ଚାଲିଥିଲା। ହସି ହସି ଜଣେ ବ୍ୟକ୍ତି ଆସିଥିଲେ, ସେ ଆଉ କେହି ନୁହଁନ୍ତି, ମନୋହର ପାରିକର ଥିଲେ।

source: https://www.news18.com/

ମୁଁ ଯେତେବେଳେ ତାଙ୍କର ରିପୋର୍ଟ ଦେଖିଥିଲି ନିରାଶ ହୋଇଯାଇଥିଲି। କାରଣ ତାଙ୍କ ଅଗ୍ନାଶୟରେ  କିଛି କ୍ଷତ ଥିଲା। ଦୁର୍ଭାଗ୍ୟର କଥା ଯେ ଅଗ୍ନାଶୟର କ୍ଷତର ଲକ୍ଷଣ ଆରମ୍ଭରୁ ବହୁତ କମ୍ ଦେଖାଯାଇଥାଏ। ଏହାପରେ ଅଗ୍ନାଶୟର ଚିକିତ୍ସା ଆରମ୍ଭ କରାଯାଇଥିଲା। ଏପରିକି ତାଙ୍କ ଉପରେ ଏହାର ପ୍ରଭାବ ଭଲ ପଡୁଥିବାର ଦେଖିବାକୁ ମିଳିଥିଲା। ସେ ଯେତେବେଳେ ହସ୍ପିଟାଲରେ ଭର୍ତ୍ତି ଥିଲେ ତାଙ୍କୁ ଦେଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିଲେ। ପ୍ରଧାନମନ୍ତ୍ରୀ ଖୁବ୍ ଚିନ୍ତାରେ ଥିଲେ କାରଣ ତାଙ୍କର ଜଣେ ଭଲ ବନ୍ଧୁ ଓ ସହଯୋଗୀ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି। ଏହି ସମୟରେ ପାରିକର ଅଳ୍ପ ହସି ମୋଦିଙ୍କୁ କହିଥିଲେ ସେ କେବଳ ଗୋଆର ଲୋକଙ୍କ ସେବା କରିବାକୁ ଚାହାଁନ୍ତି। ପ୍ରଧାନମନ୍ତ୍ରୀ ମୋତେ କହିଥିଲେ ଏହି ରୋଗର ଚିକିତ୍ସା ପାଇଁ ବିଶ୍ବରେ ଯାହା ସବୁଠୁ ଭଲ ତାହା ତାଙ୍କ ପାଇଁ କରାଯାଉ। ଇଣ୍ଟରନ୍ୟାସନାଲ ହେପା​ଟୋ ପ୍ୟାନକ୍ରିଏଟୋ ବାଇଲେରି ଆସୋସିଏସନର ଅଧ୍ୟକ୍ଷ ହୋଇଥିବା କାରଣରୁ ନ୍ୟୁୟର୍କ ସ୍ଥିତ ମେମୋରିଆଲ ସ୍ଲୋଅନ୍ କେଟରିଂର କିଛି ସାଥୀ ଡାକ୍ତର ତାଙ୍କର ଚିକତ୍ସା ପାଇଁ ପ୍ରସ୍ତୁତ ହୋଇଥିଲେ। ଏହାପରେ ପାରିକରଙ୍କୁ ନ୍ୟୁୟର୍କ ଅଣାଯାଇଥିଲା। ଏହାପରେ ସମସ୍ତ ଜିନିଷ ନିୟନ୍ତ୍ରଣରେ ରହିଥିଲା ଓ ସେଠାରୁ ସେ ଫେରିଆସିଥିଲେ।

source: https://www.moneycontrol.com

ହସ୍ପିଟାଲରେ ସେ ମଧ୍ୟ ନିଜର ଅଫିସ କାର୍ଯ୍ୟ କରୁଥିଲେ। ନିଜର କର୍ମଚାରୀଙ୍କ ସହ ଅଫିସ କାମ କରୁଥିଲେ। ଏପରିକି ତାଙ୍କୁ ଦେଖା କରିବାକୁ ମୁଁ ନ୍ୟୁୟର୍କ ଯାଇଥିବା ବେଳେ ନିଜ କର୍ମଚାରୀଙ୍କ ଠାରୁ କିଛି ସୂଚନା ଏକାଠି କରୁଥିଲେ। ଯେତେବେଳେ ବାହାରକୁ ଆସୁଥିଲେ, ସେ ସବୁବେଳେ ଗୋଆ ଫେରିବାକୁ ଅପେକ୍ଷା କରୁଥିଲେ। ଚିକିତ୍ସା ବେଳେ ମଧ୍ୟ ସେ କେବେ ବିଚଳିତ ନଥିଲେ। ହସ୍ପିଟାଲରେ ଭର୍ତ୍ତିଥିବା ବେଳେ କହିଥିଲେ ବିଧାନସଭା ବଜେଟ୍ ଉପସ୍ଥାପନ କରିବାର ଅଛି। ଆମେ ଭୟ କରିଯାଇଥିଲୁ କିନ୍ତୁ ସେ ଠିକ୍ ସମୟରେ ଓ ସଠିକ୍ ଭାବରେ ବଜେଟ୍ ଉପସ୍ଥାପନ କରିଥିଲେ। ଏତେ ସକାରତ୍ମକ ରୋଗୀଙ୍କୁ ମୁଁ ମୋ ଜୀବନରେ କେବେ ଦେଖିନି ବୋଲି କହିଛନ୍ତି ଡାକ୍ତର ଜଗନ୍ନାଥ। ମୁଁ ତାଙ୍କୁ ଖୁବ୍ ସମ୍ମାନ ଦିଏ। ଜଣେ ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ କି ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନୁହେଁ ବଂର ଜଣେ କର୍ତ୍ତବ୍ୟପରାୟଣ ଓ ପରିଶ୍ରମୀ ନେତାଙ୍କୁ ଆମେ ହରାଇଛୁ ବୋଲି ସେ କହିଛନ୍ତି।   

ସମ୍ବନ୍ଧିତ ଖବର