PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ପଦ୍ମ ପୋଖରୀକୁ ଛୁଟିଛି ସୁଅ: ବିଜେପିରେ ଯୋଗଦେଲେଣି ୯ ବିଜେଡି ନେତା

ଭୁବନେଶ୍ୱର ୨୦/୩: ରାଜ୍ଯ ରାଜନୀତିରେ ଏବେ ଇସ୍ତଫା ପର୍ବ ଚାଲିଛି । ବାକି ସବୁ ପଛକଥା, ଆଗ ଦରକାର ଟିକେଟ । ଟିକେଟ ନାହିଁ ତ କିଛି ନାହିଁ । ଟିକେଟ ନମିଳିଲେ ହାଇକମାଣ୍ଡଙ୍କ କଥାକୁ ମଧ୍ଯ ଶୁଣିବାକୁ ନେତାମାନେ ନାରାଜ । ଏମିତି ଚିତ୍ର ଏବେ ଦେଖିବାକୁ ମିଳିଛି ଶାସକ ଦଳ ବିଜେଡିରେ । ଜଣକ ପରେ ଜଣେ ବିଧାୟକ ଓ ସାଂସଦ ଦଳ ଛାଡିବାରେ ଲାଗିଛନ୍ତି । କେବଳ ଯେ ଦଳ ଛାଡୁଛନ୍ତି ତା ନୁହେଁ, ସିଧା ପଦ୍ମ ପୋଖରୀକୁ ଲମ୍ଫ ମାରୁଛନ୍ତି ନେତାଏ ।

ଦୁଇ ମାସ ତଳେ ବିଜେଡିରେ ଯେଉଁପରିମାଣରେ ନେତାମାନେ ମିଶୁଥିଲେ ଏବେ ସେହି ପରିମାଣରେ ଦଳ ଛାଡୁଛନ୍ତି। ଲାଗୁଛି ଯେମିତି ଟିକେଟ ନମିଳିବାରୁ ଧେର୍ଯ୍ୟହରା ହୋଇପଡୁଛନ୍ତି ନେତାମାନେ । ତୁରନ୍ତ ଦଳକୁ ବାଏବାଏ କରିଦେଉଛନ୍ତି । ତେବେ ଟିକିଏ ନଜର ପକାଇବା ବିଜେଡିରୁ ଟିକେଟ ନମିଳିବା ପରେ ବିଜେପିରେ ଯୋଗଦେଇଥିବା କିଛି ନେତାଙ୍କ ତାଲିକା ଉପରେ…

ଦଶପଲ୍ଲାର ବିଜେଡି ବିଧାୟକ ଥିବା ପୂର୍ଣ୍ଣଚନ୍ଦ୍ର ନାୟକ ଦଳ ସହ ସଂପର୍କରେ ପୂର୍ଣ୍ଣଛେଦ ପକାଇଛନ୍ତି। କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ବି ଇସ୍ତଫା ଦେଇଛନ୍ତି । ଗତକାଲି ରାତିରୁ କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ବିଜେଡିରୁ ଇସ୍ତଫା ଦେଇସାରିଛନ୍ତି । ପାରଳାରୁ ୨୦୧୪ ନିର୍ବାଚନ ଲଢିଥିବା ବିଜେଡି ନେତା କେ. ଏନ୍. ରାଓ ଦଳ ଛାଡିଛନ୍ତି ।

ସେପଟେ ବିଜେପି ଶିବିରରେ ଦିନକୁ ଦିଓଳା ଚାଲୁଛି ମିଶ୍ରଣ ପର୍ବ। ଯେଉଁମାନେ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡୁଛନ୍ତି ସେମାନେ ଗେରୁଆ ଉତ୍ତରୀ, ଟୋପି ସହିତ ଫୁଲ ତୋଡ଼ା ଧରି ବିଜେପିରେ ମିଶୁଛନ୍ତି। ଆଜି କେ. ଏନ. ରାଓ ଶଙ୍ଖ ଛାଡି ପଦ୍ମ ଧରିଛନ୍ତି । ତାଙ୍କ ସହ ୩୦ ସରପଞ୍ଚ, ୩୨ ସମିତି ସଭ୍ୟ, ୩ ଜିଲ୍ଲାପରିଷଦ ଓ ୨ ବ୍ଲକ ଚେୟାରମ୍ୟାନ ବି ବିଜେପିରେ ସାମିଲ ହୋଇଛନ୍ତି ।

ବିଜେଡିରୁ ଇସ୍ତଫା ଦେଇଥିବା ନିଳଗିରି ବିଧାୟକ ସୁକାନ୍ତ ନାୟକ ବି ବିଜେପିରେ ମିଶିଛନ୍ତି । ଦଶପଲ୍ଲା ବିଧାୟକ ପୂର୍ଣ୍ଣ ନାୟକ ଆଜି ବିଜେଡି ଛାଡୁଛାଡୁ ସିଧା ପଦ୍ମ ପୋଖରୀରେ ପଶିଛନ୍ତି । ସେହିଭଳି ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ବି ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ମୟୁରଭଞ୍ଜର ପୂର୍ବତନ ବିଜେଡି ସାଂସଦ ଲକ୍ଷ୍ଣଣ ଟୁଡୁ ବି ଫୁଲ ଧରିଛନ୍ତି । ଏହାସହ ସୁନ୍ଦରଗଡର ବିଜେଡି ନେତ୍ରୀ କୁସୁମ ଟେଟେ, ଇନ୍ଦୁମତୀ ନାୟକ, ଆସ୍କା ବିଧାୟକ ଦେବରାଜ ମହାନ୍ତି, ଦଶପଲ୍ଲା ପୂର୍ବତନ ବିଧାୟକ କାଶୀନାଥ ମଲ୍ଲିକ, ପୋଲସରା ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ, ଗଞ୍ଜାମ ଜିଲ୍ଲାର ସ୍ବେଚ୍ଛାସେବୀ ପ୍ରଭାକର ପଣ୍ଡା ପ୍ରମୁଖ ଆଜି ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପିରେ ଯୋଗଦେଇଛନ୍ତି ।

ତେବେ ଏତିକିରେ ସରୁନି ବିଜେଡିରୁ ବିଜେପିକୁ ଡିଆଁ ପର୍ବ । ଆଗକୁ ଆହୁରି ବିଜେଡି ଟିକଟ ନପାଇ ନିରାଶ ହେଉଥିବା ନେତା ବିଜେପି ମୁହାଁ ହେବା ସଂକେତ ଦେଇସାରିଲେଣି । ଖୁବଶୀଘ୍ର କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ମଧ୍ୟ ବିଜେପିରେ ଯୋଗଦେଇପାରନ୍ତି । ଏସବୁ ଚିତ୍ର ଦର୍ଶାଉଛି ଯେ ବିଜେଡି ଅସନ୍ତୁଷ୍ଟଙ୍କ ପାଇଁ ଏକ ବଡ ପ୍ଲାଟଫର୍ମ ପାଲଟିଛି ବିଜେପି । ତେବେ ଏହି ଦଳଡିଆଁ କାହା ପାଇଁ ଲାଭଦାୟକ ହୋଇଛି ଆଉ କାହା ପାଇଁ ଘାଟା ଆଣି ଦେଉଛି ତାହାତ କେବଳ ନିର୍ବାଚନ ଫଳ ଆସିବାପରେ ହିଁ ଜଣାପଡିବ ।