PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

କେବେ ସୁଧୁରିବ ମାନସିକତା? ଦଳିତ ବୋଲି ସରପଞ୍ଚଙ୍କୁ ପଞ୍ଚାୟତରେ ମିଳୁନି ସିଟ୍, ପତାକା ଉତ୍ତୋଳନ କରିବାରୁ ବି ବଞ୍ଚିତ

Image Courtesy: India Today

ନୂଆଦିଲ୍ଲୀ: ତାମିଲନାଡୁର ଅସ୍ଫୃଶ୍ୟତା ଉନ୍ମୁଳନ ମୋର୍ଚ୍ଚା (TNUEF) ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଏକ ଆଶ୍ଚର୍ଯ୍ୟଜନକ ବିଷୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଦଲିତ ସମ୍ପ୍ରଦାୟର ପଞ୍ଚାୟତ ଅଧ୍ୟକ୍ଷଙ୍କ ପ୍ରତି ଭେଦଭାବ କରାଯାଉଥିବା ଚର୍ଚ୍ଚା ଚାଲିଛି। ଏହି ସର୍ଭେରେ ଅନ୍ତର୍ଭୁକ୍ତ ୩୮୬ଟି ପଞ୍ଚାୟତ ମଧ୍ୟରୁ ୨୨ଟି ଏମିତି ପଞ୍ଚାୟତ କାର୍ଯ୍ୟାଳୟ ଅଛି ଯେଉଁଠାରେ ଦଳିତ ପଞ୍ଚାୟତ ଅଧ୍ୟକ୍ଷଙ୍କ ପାଇଁ କୌଣସି ଆସନ ନାହିଁ। TNUEF ରିପୋର୍ଟ ଅନୁଯାୟୀ, ରାଜ୍ୟର ୨୪ଟି ଜିଲ୍ଲାରେ କରାଯାଇଥିବା ସର୍ଭେରୁ ଏହା ମଧ୍ୟ ଜଣାପଡିଛି ଯେ ଅନେକ ଦଳିତ ପଞ୍ଚାୟତ ଅଧ୍ୟକ୍ଷଙ୍କୁ ଜାତୀୟ ପତାକା ଉଡ଼ାଇବାକୁ ମଧ୍ୟ ବାରଣ କରାଯାଇଛି, ସେମାନେ ଜାତିଭେଦ ଭଳି କଳୁଶିତ ପ୍ରଥାର ଶିକାର ହେଉଛନ୍ତି।

ବେଳେବେଳେ ଦଳିତ ପଞ୍ଚାୟତ ଅଧ୍ୟକ୍ଷମାନଙ୍କୁ ସ୍ଥାନୀୟ ସଂସ୍ଥାର କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ବାରଣ କରାଯାଉଛି ଏବଂ ବେଳେବେଳେ କାର୍ଯ୍ୟାଳୟରେ ରଖାଯାଇଥିବା ଦଲିଲକୁ ମଧ୍ୟ ଛୁଇଁବାକୁ ଦିଆଯାଉନଥିବା ଅଭିଯୋଗ ହୋଇଛି। ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପାଳନ କରୁଛି କିନ୍ତୁ ତାମିଲନାଡୁର ଅନେକ ଜିଲ୍ଲାରେ ଏବେ ଅସ୍ପୃଶ୍ୟତା ଏତେ ମାତ୍ରାରେ ବ୍ୟାପିଛି ଯେ ଏହି କାରଣରୁ କିଛି ଲୋକ ଜାତୀୟ ପତାକା ଉତ୍ତୋଳନ କରିବାରୁ ବି ବଞ୍ଚିତ ହେଉଛନ୍ତି।

TNUEF ଦ୍ୱାରା କରାଯାଇଥିବା ଏକ ଫିଲ୍ଡ ସର୍ଭେ ଅନୁଯାୟୀ ତାମିଲନାଡୁର ୨୦୦୦ରୁ ଅଧିକ ପଞ୍ଚାୟତରେ ଦଳିତ ବର୍ଗର ଲୋକ ପ୍ରତିନିଧି ଅଛନ୍ତି। TNUEF ର ସଦସ୍ୟମାନେ ୨୪ଟି ଜିଲ୍ଲାର ୩୮୬ଟି ପଞ୍ଚାୟତକୁ ନେଇ ସର୍ବେକ୍ଷଣ କରାଯାଇଥିଲା। ଏହା ସ୍ପଷ୍ଟ ହୋଇଛି ଯେ ତାମିଲନାଡୁର ସାଧାରଣ ସଚିବ ସାମୁଏଲ ରାଜଙ୍କ ଅନୁଯାୟୀ ଅନେକ ପଞ୍ଚାୟତରେ ଅସ୍ପୃଶ୍ୟତା ଭଳି କଳୁଶିତ ପ୍ରଥା ଏବେବି ରହିଛି।

ତେବେ ଅସ୍ପୃଶ୍ୟତା ବିଲୋପ ମୋର୍ଚ୍ଚାର ନେତା ଚେଲାକାନୁ କହିଛନ୍ତି ଯେ, ଦଳିତ ପଞ୍ଚାୟତ ଅଧ୍ୟକ୍ଷମାନଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦିଆଯାଉ ଏବଂ ଅଭିଯୋଗ ପଞ୍ଜିକରଣ ପାଇଁ ସେମାନଙ୍କ ପାଇଁ ଏକ ଯାନ୍ତ୍ରିକ କୌଶଳ ଲାଗୁ କରାଯାଉ। ଶିବଗଙ୍ଗାସ୍ଥିତ କେଜାପୁଙ୍କୋଡି ପଞ୍ଚାୟତର ସଭାପତି ଶାନମୁଗାୱାଲୀ କହିଛନ୍ତି ଯେ ସେ ପଞ୍ଚାୟତ ସହ ଜଡିତ କାଗଜପତ୍ର ଗ୍ରହଣ କରିନାହାଁନ୍ତି ଏବଂ ଗ୍ରାମସଭାରେ ଯୋଗଦେବା ପାଇଁ ମଧ୍ୟ ତାଙ୍କୁ ବାରଣ କରାଯାଇଛି। ତେବେ ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ସ୍ଥାୟୀ ପ୍ରତିକାର କରିବାକୁ ନେଇ ଦାବି ହୋଇଛି।

ସମ୍ବନ୍ଧିତ ଖବର