ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ବିଜେଡି ଓ ବିଜେପି ବିରୋଧରେ ହେବ ମହାମେଣ୍ଟ: ଡି. ରାଜା

ଭୁବନେଶ୍ୱର ୧୭/୨: ବିଜେଡି ଓ ବିଜେପି ବିରୋଧରେ ରାଜ୍ୟରେ ହେବ ମହାମେଣ୍ଟ । ସିପିଆଇ, ସିପିଏମ୍, ଜେଏମଏମ ଓ କଂଗ୍ରେସକୁ ନେଇ ମହାମେଣ୍ଟ ହେବ ବୋଲି କହିଛନ୍ତି ସିପିଆଇର କେନ୍ଦ୍ରୀୟ ସମ୍ପାଦକ ଡି.ରାଜା ।

ଆସନ୍ତା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ବ କରିସାରିଲେଣି ସମସ୍ତ ରାଜନୈତିକ ଦଳ । ରାଜ୍ଯ ରାଜନୀତି ଏବେ ସରଗରମ । ବହୁ ପୂର୍ବରୁ ମହାମେଣ୍ଟ ନେଇ କଳ୍ପନା ଜଳ୍ପନା ଚାଲିଥିଲା । ତେବେ ଏନେଇ ମୁହଁ ଖୋଲିଛନ୍ତି ସିପିଆଇର କେନ୍ଦ୍ରୀୟ ସମ୍ପାଦକ ଡି.ରାଜା । ଡି. ରାଜା ଆସନ୍ତା ନିର୍ବାଚନରେ ମହାମେଣ୍ଟ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବିଜେଡି ଓ ବିଜେପି ବିରୋଧରେ ମହାମେଣ୍ଟ ଗଠନ ହେବ । ସିପିଆଇ, ସିପିଏମ୍, ଜେଏମଏମ ଓ କଂଗ୍ରେସକୁ ନେଇ ଏହି ମହାମେଣ୍ଟ ଗଠନ କରାଯିବ । ଆଜି ଭୁବନେଶ୍ୱରରେ ଏକ ଦଳୀୟ କାର୍ଯ୍ଯକ୍ରମରେ ଯୋଗଦେଇ ଡି.ରାଜା ଏହି ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଓଡିଶା ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ତାଙ୍କର ଆଲୋଚନା ହୋଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି । ବାମପନ୍ଥି ଦଳ ଏବଂ ଅନ୍ୟାନ୍ୟ ଦଳ ସହ ରାଜ୍ୟ ସ୍ତରରେ ମେଣ୍ଟ କରିବା ପାଇଁ ଏଆଇସିସିର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ରାଜ୍ୟକୁ ସବୁଜ ସଂକେତ ପ୍ରଦାନ କରିସାରିଛନ୍ତି । କେନ୍ଦ୍ରରେ ହେଉଥିବା ମହାମେଣ୍ଟ ଢାଞ୍ଚାର ଓଡିଶାରେ ମଧ୍ୟ ମହାମେଣ୍ଟ କରିବା ଯୋଜନାରେ କଂଗ୍ରେସ ରହିଛି । ତେବେ ଆସନ ବୁଝାବଣା ନେଇ ବିବାଦ ସୃଷ୍ଟି ହେବାର ଆଶଂକାକୁ ଏଡାଇ ଦିଆଯାଇନପାରେ ।

୨୦୧୪ରେ ବି ହୋଇଥିଲା ମହାମେଣ୍ଟ ଚର୍ଚ୍ଚା
ଓଡ଼ିଶା ରାଜନୀତି ଇତିହାସରେ ମହାମେଣ୍ଟର ପରିକଳ୍ପନା କିଛି ନୂଆ କଥା ନୁହେଁ । ୨୦୧୪ ନିର୍ବାଚନ ପୂର୍ବରୁ ମଧ୍ୟ ବିଜେଡି ବିରୋଧରେ ମହାମେଣ୍ଟ ଗଠନ ନେଇ ଚର୍ଚ୍ଚା ହୋଇଥିଲା । ଏନେଇ ଦୁଇରୁ ଅଧିକ ଥର ବୈଠକ ମଧ୍ୟ ହୋଇଥିଲା । ହେଲେ ମହାମେଣ୍ଟ ଗଠନ ସମ୍ଭବ ହୋଇ ନଥିଲା।

ନବୀନଙ୍କୁ ଗାଦିରୁ ହଟାଇବା ପାଇଁ ୨୦୧୪ରେ ଯେଉଁ ଯୋଜନା ହୋଇଥିଲା ତାହା ଫଳପ୍ରଦ ହୋଇ ନଥିଲା । ନବୀନ ପୁଣି ୧୧୭ ଆସନରେ ବିଜୟ ବାନା ଉଡ଼ାଇଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ ମଧ୍ୟ ପୁଣି ମହାମେଣ୍ଟ ପ୍ରସଙ୍ଗ ଉଠିଛି । ଏଥର ଶାସକଦଳ ବିଜେଡି ସହ ବିଜେପି ବିରୋଧରେ ମଧ୍ଯ ମେଣ୍ଟ ଗଠନ ହେବା ଆଲୋଚନା ହେଉଛି । ତେବେ ଦେଖାଯାଉ ଏହା କେତେଦୂର ଫଳପ୍ରଦ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.