ଏମିତି ଏକ ସ୍ଥାନ ଯେଉଁଠି ଡେଇଁ ପଡିଲେ ହୁଏ ଭୂକମ୍ପ, ଭୂମିକମ୍ପର ମଜା ନେବା ପାଇଁ ଲାଗେ ପର୍ଯ୍ୟଟକଙ୍କ ଲମ୍ବା ଲାଇନ୍

ସାରା ବିଶ୍ୱରେ ସପ୍ତ ଆଶ୍ଚର୍ଯ୍ୟ ରହିଛି କିନ୍ତୁ ଏହା ସବୁ ମାନବ ନିର୍ମିତ । ଏହି ସମସ୍ତ ସପ୍ତାଶ୍ଚର୍ଯ୍ୟ ବ୍ୟତୀତ ମଧ୍ୟ ଦୁନିଆରେ ଅନେକ ଆଶ୍ଚର୍ଯ୍ୟଜନକ ପ୍ରାକୃତିକ ସ୍ଥାନ ରହିଛି । ଏହି ସ୍ଥାନଗୁଡିକୁ ବୁଲିବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଏମିତି ଏକ ବିସ୍ମୟରେ ଭରା ସ୍ଥାନ ଆମ ଦେଶରେ ମଧ୍ୟ ରହିଛି । ଏହି ସ୍ଥାନରେ ଭୂମିରେ ଡେଇଁ ପଡିଲେ ଏହି ସମ୍ପୂର୍ଣ୍ଣ ସ୍ଥାନଟି ହଲିବାକୁ ଲାଗିଥାଏ । ତେବେ ଆମେ ଯେଉଁ ସ୍ଥାନ କଥା କହୁଛୁ ତାହା ଛତିଶଗଡର ମ୍ୟାନପାଟରେ ରହିଛି । ଏହି ସ୍ଥାନକୁ ଦେଖିବା ପାଇଁ ବିଦେଶରୁ ମଧ୍ୟ ପର୍ଯ୍ୟଟକ ଆସିଥାନ୍ତି । ପର୍ଯ୍ୟଟକ ଏଠାକୁ ଆସି ଏକ ଅଦ୍ଭୁତ ଜିନିଷକୁ ଅନୁଭବ କରିଥାନ୍ତି ।
ଆପଣଙ୍କୁ କହିରଖୁଛୁ ଏହି ସ୍ଥାନକୁ ଚତିଶଗଡର ସିମଲା ବୋଲି ମଧ୍ୟ କୁହାଯାଏ । ତେବେ ଚାଲନ୍ତୁ ଜାଣିବା ଏହି ସ୍ଥାନରେ ଏମିତି କଣ ରହିଛି । ମ୍ୟାନପାଟସ୍ଥିତ ଏହି ସ୍ଥାନରେ ଡେଇଁବା ଫଳରେ ଏଠାର ଭୂମି(ମାଟି) ହଲିବାକୁ ଲାଗିଥାଏ । ଅର୍ଥାତ୍ ଏଠାକାର ଭୂମି ସ୍ପଞ୍ଜ ଭଳି କାମ କରିଥାଏ । ଯେତେବେଳେ ବି କେହି ଏଠାରେ କୁଦାକୁଦି କରିଥାଏ ତେବେ ଏଠାର ମାଟି ମଧ୍ୟ ହଲେ ଏବଂ ଭୂମିକମ୍ପ ଭଳି ଅନୁଭୂତ ହୁଏ ।
ଏହି ସ୍ଥାନରେ ଡେଇଁଲେ ବହୁତ ମଜା ଆସିଥାଏ । ଯଦି ଆପଣ ମଧ୍ୟ କେବେ ଏହି ସ୍ଥାନକୁ ଯିବେ ତେବେ ନିଶ୍ଚୟ ଏହାକୁ ଅନୁଭବ କରିପାରିବେ । ବୈଜ୍ଞାନିକଙ୍କ ଗବେଷଣା ଅନୁସାରେ ଏହି ସ୍ଥାନରେ ବହୁତ ଚାପ ରହିଛି ଏବଂ ଏଠାରେ ମାଟି ତଳେ ପାଣି ଭରି ରହିଛି ଯାହା ଫଳରେ ଏହା ସ୍ପଞ୍ଜ ଭଳି କାର୍ଯ୍ୟ କରୁଛି ।