ବାଲିଗୁଡା, ୨୨।୩ : ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବ। କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ କାଟିଙ୍ଗିଆ ଗ୍ରାମପଞ୍ଚାୟତର ପଣସପଦର ଗାଁରୁ ଶନିବାର ଏହି ମାଓଡମ୍ପକୁ ବିଏସଏଫ୍ ଠାବ କରିଛି l ବ୍ରାହ୍ମଣୀ ଗାଁ ରେ ଅବସ୍ଥାପିତ ବିଏସଏଫ୍ ୧୩୬ ବାଟାଲିୟନର ସର୍ଚ୍ଚ ଅପରେସନ କରି ବନ୍ଧୁକ ତିଆରି କାରଖାନା ଠାବ କରିବାରେ ସଫଳ ହୋଇଛି। ଏହି କାରଖାନାରେ ମାଓବାଦୀଙ୍କ ପାଇଁ ତିଆରି ହେବାକୁ ଥିବା ସରଞ୍ଜାମ କଟର ମେସିନ, ବ୍ଲୋର, ଲୁହା ପାଇପ୍ ଆଦି ଜବତ କରିଛି l