PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଏମ୍‌କେସିଜିରେ ମାଓନେତା ସବ୍ୟସାଚୀ ପଣ୍ଡା ଭର୍ତ୍ତି, କାନରେ ହେବ ଅସ୍ତ୍ରୋପଚାର

ବ୍ରହ୍ମପୁର ୦୫/୦୭: ଦୀର୍ଘ ୮ବର୍ଷ ଧରି ବ୍ରହ୍ମପୁର ସର୍କଲ ଜେଲ୍‌ରେ ଥିବା ମାଓ ନେତା ସବ୍ୟସାଚୀ ପଣ୍ଡା ଅସୁସ୍ଥ । ସେ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । କର୍ଣ୍ଣ, ନାଶା ଓ ଗଳା (ଇଏନ୍‌ଟି) ବିଭାଗରେ ତାଙ୍କର ଚିକିତ୍ସା ଚାଲିଛି । ମଙ୍ଗଳବାର ତାଙ୍କରଚାନରେ ଅସ୍ତ୍ରୋପଚାର ହେବ ବୋଲି କହିଛନ୍ତି ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର । କାନ ପରଦାରେ କଣା ଥିବା ଯୋଗୁଁ ଅସ୍ତ୍ରୋପଚାର କରାଯିବ ବୋଲି ଅଧୀକ୍ଷକ କହିଛନ୍ତି । ସେ କିଛି ମାସ ମାସ ହେଲା କାନ ଓ ଦାନ୍ତ ଯନ୍ତ୍ରଣା ଯୋଗୁଁ ଚିକିତ୍ସିତ ହେଉଥିଲେ । ଏମ୍‌କେସିଜି ଇଏନ୍‌ଟି ବିଭାଗରେ ୭ରୁ୮ ଥର ଚିକିତ୍ସିତ ହେବା ପରେ ବର୍ତ୍ତମାନ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଛନ୍ତି । ଦାନ୍ତ ଓ କାନରେ ଯନ୍ତ୍ରଣା କାରଣରୁ ସେ ଜେଲ୍‌ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହୋଇଥିଲେ ।

ବ୍ରହ୍ମପୁର ଜେଲର ସତ୍ୟନାରାୟଣ ବେହେରା କହିଛନ୍ତି, ସବ୍ୟସାଚୀ ଦାନ୍ତ ଓ କାନରେ ଯନ୍ତ୍ରଣା କାରଣରୁ ଏମ୍‌କେସିଜିରେ ଚିକିତ୍ସିତ ହେଉଥିଲେ । ଆଜି ଡାକ୍ତରଙ୍କ ପ୍ରେସ୍କ୍ରିପସନ୍‌ ପ୍ରକାରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ଆଜି ତାଙ୍କୁ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି କରାଯାଇଛି । ସେପଟେ ମାଓନେତା ସବ୍ୟସାଚୀଙ୍କ ପରିବାର ଲୋକଙ୍କୁ ଏ ନେଇ ଚିଠି କରାଯାଇଥିବା ସେ ସୂଚନା ଦେଇଛନ୍ତି । ଅସ୍ତ୍ରୋପଚାରକୁ ନେଇ ପୁଲିସକୁ ଅବଗତ କରାଯାଇଥିବା ସେ କହିଛନ୍ତି । ବୈଦ୍ୟନାଥପୁର ଥାନା ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସବ୍ୟସାଚୀଙ୍କୁ ଗୋଟିଏ ସେକ୍ସନ୍‌ ଫୋର୍ସ ଜଗି ରହିଛନ୍ତି । ୨୦୧୪ ଜୁଲାଇ ୧୬ତାରିଖରେ ବଡ଼ ବଜାର ଥାନା ଅଞ୍ଚଳରୁ ସବ୍ୟସାଚୀଙ୍କୁ ପୁଲିସ ଗିରଫ କରିଥିଲା । ସେବେଠାରୁ ସେ ବ୍ରହ୍ମପୁର ଜେଲ୍‌ରେ ଅଛନ୍ତି । ଏମ୍‌କେସିଜିରେ ତାଙ୍କର ଅସ୍ତ୍ରୋପଚାର ହେବା ପୂର୍ବରୁ କଡ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି ।