PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ନିୟମଗିରି ପାହାଡ଼ରେ ଲାଗିଲା ମାଓ ପୋଷ୍ଟର, ଗଣତନ୍ତ୍ର ଦିବସକୁ ବିରୋଧ

ରାୟଗଡ଼ା, ୨୬/୦୧ : ଆଜି ହେଉଛି ପବିତ୍ର ଗଣତନ୍ତ୍ର ଦିବସ। ସମଗ୍ର ଦେଶରେ ଆଜି ଏହି ଦିବସ ପାଳନ କରାଯାଉଥିବା ବେଳେ ଏହାକୁ ବିରୋଧ କରିଛନ୍ତି ମାଓବାଦୀ। ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ନିୟମଗିରି ପାହାଡ଼ର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ମାଓବାଦୀ ସଙ୍ଗଠନ ବିରୋଧ କରିବା ସହିତ କଳା ଦିବସ ଭାବେ ପାଳନ କରିବାକୁ ଆହ୍ଵାନ ଜଣାଇଛନ୍ତି। ନିୟମଗିରି ପାହାଡର ବିଭିନ୍ନ ଗାଁମାନଙ୍କରେ ଏହି ପୋଷ୍ଟର ଲଗାଯାଇଛି।

ମୁଖ୍ୟତଃ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଗାଁମାନଙ୍କରେ ଏହି ପୋଷ୍ଟର ନଜରକୁ ଆସିଛି। ପାରସାଲି ପଞ୍ଚାୟତ ମହକୁମା ଠାରେ ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲଗାଯାଇଛି। ଡଙ୍ଗରିଆକନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମଧ୍ୟ ଲାଗିଛି। ସିପିଆଇ (ମାଓବାଦୀ) ସଙ୍ଗଠନର ବାସଧାରା – ଘୁମୁସର – ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଏହା ଲଗାଯାଇଥିବା ଉଲ୍ଲେଖ ରହିଛି। ପୋଷ୍ଟର ନଜରକୁ ଆସିବା ପରେ ନିୟମଗିରି ପାହାଡ ଉପରେ ଥିବା ଗାଁ ମାନଙ୍କରେ ଭୟର ବାତାବରଣ ଖେଳିଯାଇଛି।