ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ମାଓ ସାମଗ୍ରୀ ଜବତ

କଳାହାଣ୍ଡି, ୨୩। ୬ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୁଣ୍ଡା ମସ୍କା ସଂରକ୍ଷିତ ଜଙ୍ଗଲ ରେ ପୋଲିସ ଓ ମାଓବାଦୀ ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ବେଳେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି।
ଉକ୍ତ ଗୁଳି ବିନିମୟ ରେ କୌଣସି ମୃତାହତ ହେବାର ସୂଚନା ମିଳିନଥିବା ବେଳେ ବିଭିନ୍ନ ପ୍ରକାର ମାଓ ସାମଗ୍ରୀ ଜବତ ହେଇଚି ବୋଲି କଳାହାଣ୍ଡି ଏସ୍ପି ଅଭିଳାଷ ଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ମାଓବାଦୀ ଗୋଷ୍ଠୀ ଟି କେକେବିଏନ ସଙ୍ଗଠନ ର ବୋଲି ଜଣାପଡିଛି । କିଛିଦିନ ତଳେ ନୂଆପଡାରେ ଏକ ମାଓବାଦୀ ଆକ୍ରମଣ ପରେ କଳାହାଣ୍ଡି ରେ ମଧ୍ୟ ବଡ଼ ଧରଣର ମାଓବାଦୀ ଆକ୍ରମଣର ଯୋଜନା କରୁଥିଲେ ବୋଲି ଏସ୍ପି ସୂଚନା ଦେଇଛନ୍ତି ।