ମାଲକାନଗିରି, ୪/୧୦ (ଆପ୍ର );  ସୀମାନ୍ତ ଜଙ୍ଗଲରେ ଯବାନଙ୍କୁ ଟାର୍ଗେଟ କରି ବୋମା ଖଞ୍ଜୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ମାଓବାଦୀ ଗୁରୁତର  ହୋଇଛି। ଆହତ ମାଓବାଦୀଙ୍କୁ ଜଙ୍ଗଲରେ ଛାଡି ଦେଇ ସାଥି ମାଓବାଦୀ ପଳାଇ ଯାଇଥିଲେ।  ଯନ୍ତ୍ରଣାରେ ଛଟପଟ ହେଉଥିବା ଗୁରୁତର ମାଓବାଦୀଙ୍କୁ ଗାଁ ଲୋକେ ଓ ପୁଲିସ ହସ୍ପିଟାଲକୁ ନେଇ ଚିକିତ୍ସା କରୁଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲା ମାଦେଡ ଥାନା ଅଞ୍ଚଳରେ

 ମାଦେଡ଼ ଥାନା ନିକଟଵର୍ତ୍ତି ବେଦପର ଜଙ୍ଗଲ ରାସ୍ତାରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ବୋମା ଖଞ୍ଜୁ ଥିଲେ ହଠାତ  ବୋମାଟି ବିସ୍ଫୋରଣ ଘଟିଥିଲା ଏହି ବିସ୍ଫୋରଣରେ ଜଣେ ମାଓବାଦୀ ଗୁରୁତର ଭାବେ ଆହତ ହୋଇ ତଳେ ପଡିଯାଇଥିଲେଆହତ ମାଓବାଦୀକୁ ଜଙ୍ଗଲରେ ଛାଡି ଦେଇ ସାଥି ମାଓବାଦୀମାନେ ସେଠାରୁ ଲୁଚି ପଳାଇଥିଲେ। ବିସ୍ଫୋରଣ ଶବ୍ଦ ଓ ଆହତ ମାଓବାଦୀଙ୍କ ଚିତ୍କାର ଶୁଣି ନିକଟସ୍ଥ ଗ୍ରାମବାସୀ ସେଠାରେ ପହଁଚିଥିଲେ ରକ୍ତ ଜୁଡୁବୁଡୁ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ମାଓବାଦୀଙ୍କ ଗୁରୁତର ଅବସ୍ଥା ଦେଖି ଗ୍ରାମବାସୀ ପୁଲିସକୁ ଜଣାଇ ଆମ୍ବୁଲାନ୍ସ ଯୋଗେ ବିଜାପୁର ହସ୍ପିଟାଲକୁ ନେଇଯାଇଥିଲେ।

ପୁଲିସ ପହଁଚି ଘଟଣାତଦନ୍ତ କରିଥିଲା। ଆହତ ମାଓବାଦୀ ଙ୍କ ପରିଚୟ ମିଳିଛି।  ତାଙ୍କ ନାମ ବୁର୍ଜା ସୋଡି।  ସେ ଗତ ୬ବର୍ଷରୁ ଊର୍ଦ୍ଧ୍ବ ମାଓବାଦୀ ସଂଗଠନରେ କାମ କରୁଛନ୍ତିସେ ବୋମା ଭିଡ଼ିବା, ଲ୍ୟାଣ୍ଡମାଇନ ଓ ପ୍ରେସର ବୋମା ଖଞ୍ଜିବା କାର୍ଯ୍ୟ କରୁଥିଲେଆଜି ମଧ୍ୟ ସେ ଯବାନଙ୍କୁ ଟାର୍ଗେଟ କରି ରାସ୍ତାରେ ବୋମା ଖଞ୍ଜୁ ଥିବା ବେଳେ ହଠାବିସ୍ଫୋରଣ ଘଟି ଆହତ ହୋଇଥିଲେ।