ମାଲକାନଗିରି, ୧୮/୬ : ଦିନକୁ ଦିନ ମାଓ ଗଡ଼ ଭୁଶୁଡିବାରେ ଲାଗିଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ଆଜି ଗୁଳି ବିନିମୟରେ ୬୫ଲକ୍ଷ ପୁରସ୍କାର ଘୋଷିତ ମାଓ ସେଣ୍ଟ୍ରାଲ କମିଟିର ୩ମୋଷ୍ଟ ୱାଣ୍ଟେଡ ମାଓବାଦୀ ନିହତ ହୋଇଛନ୍ତି। ଆନ୍ଧ୍ର ଯବାନଙ୍କ ଗୁଳିରେ ମାଓ ନେତା ଉଦୟ ଓ ଅରୁଣାଙ୍କ ସହ ମୋଟ ୩କୁଖ୍ୟାତ ମାଓବାଦୀ ଟଳିପଡ଼ିଛନ୍ତି । ଏହି ମାଓବାଦୀ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଭିନୀଲ କ୍ରିଷ୍ନାଙ୍କ ଅପହରଣରେ ସାମିଲ ଥିଲେ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ଯବାନଙ୍କ ଗୁଳିରେ ମୋଟ ୬୫ଲକ୍ଷ ଇନାମି ୩କୁଖ୍ୟାତ ମାଓ ନେତା ନିହତ ହୋଇଥିବାବେଳେ ମୃତ ମାଓବାଦୀମାନେ ହେଲେ ଗଜରଲା ରବି ଓରଫ ଉଦୟ, ରବି ଭେଙ୍କଟା ଚୈତନ୍ୟା ଓରଫ ଅରୁଣା ଏବଂ ଅଞ୍ଜୁ। ଆଜି ସକାଳେ ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଆଲୁରି ସିତରାମ ରାଜୁ ଜିଲ୍ଲାର ମାରେଡିମେଲୁ ଥାନା ଅଞ୍ଚଳରେ ଟପ୍ କ୍ୟାଡ଼ରର ମାଓବାଦୀ ଲୁଚି ରହିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ମାରେଡମେଳୁ ପୋଲିସ, ଗ୍ରେହଉଣ୍ଡ, ଏସଏସ କୋବ୍ରା ବାହିନୀର ଯବାନ ମାନେ ମିଳିତ ମାଓ ଦମନ ନିମନ୍ତେ ତଲାସି ଅଭିଯାନ କରୁଥିଲେ।
ଏହି ସମୟରେ କୋଏଲଗୁଡମ ଗ୍ରାମ ନିକଟ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇ ଗୁଳି ବିନିମୟ ଘଟି ଥିଲା। ଏହି ଗୁଳି ବିନିମୟ ଦୀର୍ଘ ସାମୟ ଧରି ଜାରି ରହିଥିବାବେଳେ ଯବାନଙ୍କ ସାମ୍ନା କରି ନ ପାରି ମାଓବାଦୀମାନେ ଜଙ୍ଗଲ ମଧ୍ୟରେ ଲୁଚି ପଳାଇଥିଲେ। ଏହାପରେ ଅଞ୍ଚଳରେ ଯବାନମାନେ ତଲାସି ଅଭିଯାନ କରିବା ବେଳେ ମାଓ ସଙ୍ଗଠନର ସେଣ୍ଟ୍ରାଲ କମିଟି ମେମ୍ବର ତଥା ଆନ୍ଧ୍ର ଓଡିଶା ସ୍ପେଶାଲ ଯୋନାଲ ମାଓ କମିଟିର ସେକ୍ରେଟାରୀ ୪୦ ଲକ୍ଷ ଇନାମି ମାଓବାଦୀ ଗାଜେର୍ଲା ଉଦୟ ଓରଫ ଉଦୟ ଏବଂ ମାଓ ନେତ୍ରୀ ତଥା ଆନ୍ଧ୍ର ଓଡିଶା ସ୍ପେସିଆଲ ଜୋନାଲ କମିଟି ମେମ୍ବର ସେଣ୍ଟ୍ରାଲ କମିଟିର ସଦସ୍ୟ ୨୦ଲକ୍ଷ ଇନାମି ମାଓବାଦୀ ରାଭି ଭେଙ୍କେଟ ଚୈତନ୍ୟl ଓରଫ ଅରୁଣାଙ୍କ ସହ ମାଓ ନେତ୍ରୀ ତଥା ଆନ୍ଧ୍ରଓଡ଼ିଶା ଜୋନାଲ କମିଟିର ମେମ୍ବର ୫ଲକ୍ଷ ଇନାମି ମାଓବାଦୀ ଅଞ୍ଜୁର ମର ଶରୀରକୁ ଠାବ କରିଥିଲେ ଯବାନ। ଏହାସହ ଘଟଣାସ୍ଥଳରୁ ୨ଟି ଏକେ ୪୭ ବନ୍ଧୁକ, ବହୁ ମାଓ ସାମଗ୍ରୀ ମଧ୍ୟ ଯବାନମାନେ ଜବତ କରିଥିଲେ।
ମାଲକାନଗିରି ଜିଲ୍ଲା ପୂର୍ବତନ ଜିଲ୍ଲାପାଳ ଭିନିଲ କ୍ରୀଷ୍ଣାଙ୍କ ଅପହରଣରେ ମଧ୍ୟ ଉଦୟ ଓ ଅରୁଣାର ଭୂମିକା ବେସ ଗୁରୁତ୍ଵପୂର୍ଣ ରହିଥିବାବେଳେ ଉଭୟ ମାଓବାଦୀ ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଅନେକ ସମୟ ଧରି ସକ୍ରିୟ ରହିଥିଲେ। ସେହିପରି ମୃତ ମାଓ ନେତ୍ରୀ ଅରୁଣା କୋରାପୁଟ ଜିଲ୍ଲାରେ ମଧ୍ୟ ବେଶସକ୍ରିୟ ରହି ବିଧାୟକ ଝୀନ ହିକକ୍କାଙ୍କୁ ଅପହରଣ ଘଟଣାରେ ମଧ୍ୟ ସାମିଲ ଥିଲେ।