ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ମାଓବାଦୀଙ୍କ ହାତରେ ଲୁଟ୍‌ ବିସ୍ଫୋରକ: ଗୋଦାମ ମାଲିକଙ୍କୁ ଏନ୍‌ଆଇଏର ଜେରା, ପାଳନ ହୋଇନଥିଲା ଏସ୍‌ଓପି

Published By : Prameya | May 30, 2025 10:17 AM

ରାଉରକେଲା/କୋଇଡ଼ା,୩୦/୦୫: ସୁନ୍ଦରଗଡ଼ ଜିଲ୍ଲା  ବଣାଇଁ ଉପଖଣ୍ଡ କେ. ବଲାଙ୍ଗ ଥାନା  ଅନ୍ତର୍ଗତ ରେଲହାତୁ-ବାଙ୍କୋ ରାସ୍ତାରୁ  ୪ ଟନ୍‌ ବିସ୍ଫୋରକ ଲୁଟ୍‌ ପଛରେ ମାଓବାଦୀଙ୍କ ହାତ ଥିବା ସ୍ପଷ୍ଟ କରିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ । ଏତେ ପରିମାଣର ବିସ୍ଫୋରକ ଲାଲ୍‌ବାହିନୀ ହାତରେ ଲାଗିବା ପରେ ଟେନ୍‌ସନରେ ଓଡ଼ିଶା-ଝାଡ଼ଖଣ୍ଡ  ରାଜ୍ୟ ପୁଲିସ୍‌ ପ୍ରଶାସନ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦୁଇ ରାଜ୍ୟର  ସୁରକ୍ଷା ପ୍ରସଙ୍ଗ ପାଲଟିଥିବାବେଳେ  ଏହାର ତଦନ୍ତ ଆରମ୍ଭ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)  । ଜଣେ ବିଭାଗୀୟ ଡିଆଇଜିଙ୍କ ନେତୃତ୍ୱରେ ଏନ୍‌ଆଇଏର ୩ ଜଣିଆ ଟିମ୍‌ ଏହାର ଖୋଳତାଡ଼ ଆରମ୍ଭ କରିଛନ୍ତି । ଲାଇସେନ୍ସପ୍ରାପ୍ତ ବିସ୍ଫୋରକ  ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କୁ ପଚରାଉଚରା କରାଯାଉଛି । ଘଟଣା ପରେ ଦୁଇଦିନ ହେଲା ରାଉରକେଲାରେ ଡେରା ପକାଇଥିବା ପୁଲିସ୍‌ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୂର ଖୁରାନିଆଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଏସ୍‌ପିଙ୍କ କାର୍ଯ୍ୟାଳୟରେ  ଝାଡ଼ଖଣ୍ଡର ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ  ବୈଠକରେ ବିସ୍ଫୋରକ ସାମଗ୍ରୀ ଉଦ୍ଧାର ନେଇ ରଣନୀତି  ପ୍ରସ୍ତୁତ କରାଯାଇଛି ।  

ଡିଜିପି ଶ୍ରୀ ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ବୈଠକରେ ଆଇଜି (ଅପରେସନ) ଦୀପକ କୁମାର, ପଶ୍ଚିମାଞ୍ଚଳ ଡିଆଇଜି ଶ୍ରୀ ରାୟ, ଏସ୍‌ପି ନିତେଶ ୱାଧୱାନି,  ଝାଡ଼ଖଣ୍ଡର ବରିଷ୍ଠ ପୁଲିସ୍‌ ଅଧିକାରୀ ଯୋଗ ଦେଇଥିଲେ ।  

ଏସବୁ ଭିତରେ ବିସ୍ଫୋରକ ଗୋଦାମ ମାଲିକଙ୍କ ଅବହେଳା ପଦାକୁ ଆସିଛି । ବିସ୍ଫୋରକ ପରିବହନ  ବେଳେ ଏସ୍‌ଓପି ପାଳନ ନ ହେବା ଓ ଉକ୍ତ ରୁଟ୍‌ରେ ଥିବା  କୌଣସି ଥାନାକୁ ଅବଗତ କରାଯାଇ ନ ଥିବା ଜଣାପଡ଼ିଛି ।  କେଉଁ ପରିସ୍ଥିତିରେ ଏଭଳି ଅକ୍ଷମଣୀୟ ଅବହେଳା କରାଗଲା ତାହା ଜାଣିବା ଲାଗି ଏନ୍‌ଆଇଏ ଟିମ୍‌, ଏସ୍‌ପି  ଓ ଅତିରିକ୍ତ ଏସ୍‌ପି ବିସ୍ଫୋରକ ଗୋଦାମ ମାଲିକ ଶ୍ରୀ  ଅଗ୍ରୱାଲଙ୍କୁ ପଚରାଉଚରା କରିଛନ୍ତି । ସିଆରପିଏଫ୍‌  ଆଇଜି ଅମିତେନ୍ଦ୍ରନାଥ ସିହ୍ନାଙ୍କ ସମେତ ବରିଷ୍ଠ ଅଧିକାରୀ  ବିସ୍ଫୋରକ ସାମଗ୍ରୀ ଲୁଟ୍‌ ସ୍ଥଳରେ ତଦନ୍ତ କରିଛନ୍ତି ।  

ଟ୍ରକ୍‌ରୁ ବିସ୍ଫୋରକ ଲୁଟ୍‌ ପଛରେ ମାଓବାଦୀ ସଙ୍ଗଠନ  ଝାଡ଼ଖଣ୍ଡ ସବ୍‌ଜୋନ୍‌ ଡିଭିଜନର ହାତ ଥିବା ସନ୍ଦେହ  କରାଯାଉଛି । କମିଟିର ମୋଷ୍ଟୱାଣ୍ଟେଡ୍‌ ମାଓବାଦୀ ଏସିଏମ୍‌  ମେଚ୍ଛୁ ଓରଫ ମେହନତ ଓରଫ ଲଖିରାମ ଏବଂ ଲାଲଚାନ୍ଦ  ହେମ୍ବ୍ରମ ଓରଫ ଅନମୋଲ ଓରଫ ସମରଜୀ ଓରଫ  ସୁଶାନ୍ତଙ୍କ ସମେତ ସେମାନଙ୍କ ସହଯୋଗୀ ଏଭଳି କାଣ୍ଡ  କରିଥିବା ଚର୍ଚ୍ଚା ହେଉଛି । କାରଣ ୨୦୦୯ରେ ୧୪୩ନଂ.  ଜାତୀୟ ରାଜପଥର ଚମ୍ପାଝରଣଠାରେ ଆଇଡିଏଲ୍‌ରୁ  ବିସ୍ଫୋରକ ନେଇ ଯାଉଥିବା ଟ୍ରକ୍‌କୁ ମାଓବାଦୀମାନେ ଲୁଟି  ନେଇଥିଲେ । ଏଥିରେ ମେଚ୍ଛୁ ଓ ସମରଜୀଙ୍କ ହାତ ଥିଲା ।  ଦୀର୍ଘ ୧୬ ବର୍ଷ ପରେ ଘଟଣାର ପୁନରାବୃତ୍ତି ହୋଇଥିବାରୁ  ଏଥିରେ ମଧ୍ୟ ଝାଡ଼ଖଣ୍ଡ ସବ୍‌ଜୋନ୍‌ ଡିଭିଜନ କମିଟିର  ସମ୍ପୃକ୍ତି ସନ୍ଦେହ ଦୃଢ଼ୀଭୂତ ହୋଇଛି । 

ଘଟଣା ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାକୁ ସିଲ୍‌ କରି  ଦିଆଯାଇଛି । ସୀମାବର୍ତ୍ତୀ ଥାନାଗୁଡ଼ିକୁ ହାଇଆଲର୍ଟରେ  ରଖାଯାଇଛି । ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯାଉଛି ।  ଝାଡ଼ଖଣ୍ଡ ସିଆରପିଏଫ୍‌, କୋବ୍ରା, ଜାଗୁଆର ବାହିନୀ ସହ  ଓଡ଼ିଶା ଡିଭିଏଫ୍‌ ଫୋର୍ସ ସରଣ୍ଡା ଜଙ୍ଗଲରେ ଜୋର୍‌ଦାର  କମ୍ବିଂ ଅପରେସନ ଚଳାଇଛନ୍ତି । ଓଡ଼ିଶା ପୁଲିସ୍‌ ପକ୍ଷରୁ  ମଧ୍ୟ ଅଧିକ ଫୋର୍ସ ମଗାଯିବା ଯୋଜନା ରହିଛି । ସେହି  ଫୋର୍ସ ଅପରେସନରେ ସାମିଲ ହେବେ । ଆବଶ୍ୟକ  ପଡ଼ିଲେ ଡ୍ରୋନ୍‌ ସହାୟତା ନିଆଯିବ ବୋଲି ଜଣେ  ଅଧିକାରୀ କହିଛନ୍ତି । ଅପରପକ୍ଷେ ଉଚ୍ଚସ୍ତରୀୟ ବୈଠକ  ପରେ ଡିଜିପି ଶ୍ରୀ ଖୁରାନିଆ ଭୁବନେଶ୍ୱର ଫେରି ଯାଇଛନ୍ତି ।  ଆଇଜି (ଅପରେସନ) ଶ୍ରୀ କୁମାର ରାଉରକେଲାରେ  ଡେରା ପକାଇଛନ୍ତି । ସୂଚନାଯୋଗ୍ୟ, ଗତ ୨୪ ତାରିଖରେ  ବଡ଼ଗାଁ ଇତ୍‌ମାରୁ ଟ୍ରକ୍‌ (ଓଡି ୧୪ ଡି ୧୯୮୭)ରେ ୨୦୦  ପେଟି ପ୍ରାଇମର ପାଉଡର (ପ୍ରାୟ ୪ ଟନ୍‌) କେ.ବଲାଙ୍ଗର  ବାଙ୍କୋ ଅଞ୍ଚଳକୁ ଯାଉଥିବାବେଳେ ସଶସ୍ତ୍ର ମାଓବାଦୀ ଲୁଟି  ନେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.