PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ମାଓବାଦୀଙ୍କ କୋରାପୁଟ ବନ୍ଦ ଡାକରା ନିଷ୍କ୍ରିୟ

କୋରାପୁଟ, ୧୮/୧୧ : ମାଓବାଦୀଙ୍କ କୋରାପୁଟ ବନ୍ଦ ଡାକରା ନିଷ୍କ୍ରିୟ। ଜିଲ୍ଲାର ବିଭିନ୍ନ ରୁଟ୍‌ରେ ବସ୍ ଚଳାଚଳ ସ୍ଵାଭାବିକ ରହିଛି। ସେହିପରି ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଖୋଲା ରହିଛି। ପୋଲିସ ପକ୍ଷରୁ ଜିଲ୍ଲା ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି।

ସୂଚନାନୁଯାୟୀ, ବୈପାରିଗୁଡ଼ା ଥାନା ଅଧୀନ ମାଲିପଦର୍ ଜଙ୍ଗଲରେ ନିରୀହ ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗ କରି ମାଲକାନାଗିରି-କୋରାପୁଟ ସୀମା ମାଓବାଦୀ ଡିଭିଜନ ପକ୍ଷରୁ ଶୁକ୍ରବାର କୋରାପୁଟ ଓ ମାଲକାନାଗିରି ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା। ତେବେ ଏହି ବନ୍ଦ ଡାକରା ନିଷ୍କ୍ରିୟ ହୋଇଥିବା ଦେଖିବାକୁ ମିଳିଛି। ଜିଲ୍ଲାର ବିଭିନ୍ନ ରୁଟ୍‌ରେ ବସ୍ ଚଳାଚଳ ସ୍ଵାଭାବିକ ରହିଛି। ସେହିପରି ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଖୋଲା ରହିଛି। ପୋଲିସ ପକ୍ଷରୁ ଜିଲ୍ଲା ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି।