ରାଉରକେଲା ୨୨/୧୨: ଷ୍ଟିଲ୍‌ ସିଟିରେ ଫୁଟିଲା ଗୁଳି। ମାରାଥନ ବେଳେ ଗୁଳିମାଡ଼ । ରାଉରକେଲା ସେକ୍ଟର ଦୁଇରେ ଗୁଳିମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ରବିବାର ଦିନ ସକାଳ ସମୟରେ ରାଉରକେଲା ସେକ୍ଟର ଦୁଇରେ ଚାଲିଥିଲା ମାରାଥନ । ସେହି ସମୟରେ ସେଠାରେ ଛିଡା ହୋଇଥିବା ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ଯେଉଁଥିରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଯାଏଁ ଗୁଳିମାଡ଼ର ସଠିକ୍ କାରଣ ଜଣାପଡିନଥିବା ବେଳେ ପୋଲିସ ଛାନଭିନ୍‌ ଜାରି ରଖିଛି ।