- ରିଲିଜ୍ ଅପେକ୍ଷାରେ ମର୍ଦ୍ଦାନୀ-୩
- ଚର୍ଚ୍ଚାରେ ଅଭିନେତ୍ରୀ ରାଣୀ ମୁଖାର୍ଜୀ
- ବାପାଙ୍କୁ ମନେ ପକାଇ କାନ୍ଦିଲେ
- କହିଲେ ବାପା ଥିଲେ ଚାମ୍ପିୟନ୍
ମୁମ୍ବାଇ; ୧୮/୧ : ବଲିଉଡର ଜଣାଶୁଣା ଅଭିନେତ୍ରୀ ରାଣୀ ମୁଖାର୍ଜୀ ଆଜିକାଲି ବେଶ ଚର୍ଚ୍ଚାରେ ରହିଛନ୍ତି । ରିଲିଜ୍ ଅପେକ୍ଷାରେ ରହିଛି ତାଙ୍କ ଅଭିନୀତ ଫିଲ୍ମ ମର୍ଦ୍ଦାନୀ-୩ । ବଡ଼ ପରଦାରେ ପୁଲିସ ଅଫିସର ଭୂମିକାରେ ନଜର ଆସିବେ । ୩୦ ବର୍ଷ ଧରି ବଲିଉଡରେ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ରାଣୀ ମୁଖାର୍ଜୀ ଫିଲ୍ମ ରିଲିଜ୍ ପୂର୍ବରୁ ତାଙ୍କ ବାପାଙ୍କୁ ମନେ ପକାଇଛନ୍ତି । ସେ ଦୁଃଖ ପ୍ରକାଶ କରି କହିଛନ୍ତି କି, ମୋ ବାପା ଏହି ଫିଲ୍ମକୁ ଦେଖି ପାରିବେ ନାହିଁ । କହି ରଖୁଛୁ କି, ୨୦୧୭ ମସିହାରେ ତାଙ୍କ ପିତା ରାମ ମୁଖାର୍ଜୀଙ୍କ ପରଲୋକ ହୋଇଛି । ସେ ଜଣେ ଫିଲ୍ମ ନିର୍ମାତା ରହିଥିଲେ । ପିତାଙ୍କ ଦେହାନ୍ତ ପରଠାରୁ ରାଣୀ ତାଙ୍କୁ ମନେ ପକାଇଥିବା ପୂର୍ବରୁ ମଧ୍ୟ ଜଣା ପଡ଼ିଛି ।
ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଛନ୍ତି ରାଣୀ । ସେ କହିଛନ୍ତି କି, ବାପା ମୋର ‘ସାଥିୟା’ ଫିଲ୍ମକୁ ୨୬ଥର ଦେଖିଥିଲେ । ସେ ମୋତେ ବହୁତ ସପୋର୍ଟ କରୁଥିଲେ । ମୋ ବାପା ଥିଲେ ଚାମ୍ପିୟନ୍ । ସେ ମୋର ଫିଲ୍ମ ଦେଖିବାକୁ ନାହାଁନ୍ତି ଯାହାକି ମୋତେ ଅନୁତାପ କରିବାକୁ ବାଧ୍ୟ କରୁଛି । ମୋର ପ୍ରତ୍ୟେକ ଫିଲ୍ମ ତାଙ୍କୁ ଦେଖାଏ । ବାପାଙ୍କ ବଙ୍ଗାଳୀ ଫିଲ୍ମ ବିୟରଫୁଲ ଜରିଆରେ ପ୍ରଥମେ ଅଭିନୟ ଦୁନିଆରେ ପାଦ ଥାପିଥିଲେ ରାଣୀ ।୧୯୯୬ ମସିହାରେ ଏହି ଫିଲ୍ମଟି ରିଲିଜ୍ ହୋଇଥିଲା । ପରେ ୧୯୯୭ ମସିହାରେ ସେ ବଲିଉଡରେ ଡେବ୍ୟୁ କରିଥିଲେ ।
୨୦୧୪ ମସିହାରେ ମର୍ଦ୍ଦାନୀ ’ଫିଲ୍ମ ରିଲିଜ୍ ହୋଇଥିଲା । ପରେ ୨୦୧୯ରେ ପାର୍ଟ-୨ ଆସିଥିଲା । ଆଉ ଏବେ ଏହାର ତଅତୀୟ ଭାଗ ରିଲିଜ୍ ଅପେକ୍ଷରେ । ୩୦ ବର୍ଷର ଫିଲ୍ମ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଉପହାର ଦେଇଛନ୍ତି । ୨୦୨୫ ମସିହାରେ ରିଲିଜ୍ ହୋଇଥିବା ମିସେସ୍ ଚାଟାର୍ଜୀ ଭର୍ସେସ ନରଓ୍ବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା । ସେହି ସମୟରେ ସେ କହିଥିଲେ କି, ଏହି ପୁରସ୍କାର ବାପାଙ୍କ ପାଇଁ ଉତ୍ସର୍ଗ କରୁଛି । ଏବେ ତାଙ୍କର ଆକ୍ସନ ମୁଭି ରିଲିଜ୍ ହେବାକୁ ଥିବାବେଳେ ଏହାକୁ ଦର୍ଶକେ କେତେ ଭଲ ପାଇବା ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।