ନୂଆଦିଲ୍ଲୀ, ୨୯/୧ : ଭାରତରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପରୁ ବାଦ ପଡ଼ିଛି ବାଂଲାଦେଶ । ନିଜ ଜିଦରେ ଅଟଳ ରହିଥିବା ବାଂଲାଦେଶ ବଦଳରେ ସ୍କଟଲ୍ୟାଣ୍ଡ ଟୁର୍ଣ୍ଣାମେଣ୍ଟ ଖେଳିବ । ତେବେ ଏହି ଘଟଣାକୁ ନେଇ ବିଭନ୍ନ ପ୍ରତିକ୍ରିୟାମାନ ଆସୁଥିବାବେଳେ ଏକ ପୋଡକାଷ୍ଟରେ ପୂର୍ବତନ ଇଂଲଣ୍ଡ କ୍ରିକେଟର ମାର୍କ ବୁଚର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଆଗାମୀ ଦିନରେ ଆଇସିସିର ଏଭଳି ନିଷ୍ପତ୍ତି ଆଗାମୀ ଦିନରେ ଏକ ଉଦାହରଣ ହୋଇ ରହିବ ।

ଶେଷ ମୁହୂର୍ତ୍ତରେ ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ଓହରିଯିବା ଏକ ଅବ୍ୟବସ୍ଥା ବୋଲି କହିଛନ୍ତି । ଏହାସହ ସେ ୨୦୨୫ ମସିହାର ଚାମ୍ପିୟନ୍ସଟ୍ରଫିର ଉଦାହରଣ ଦେଇଥିଲେ । ପାକିସ୍ତାନ-ଭାରତ ମ୍ୟାଚ ଭିନ୍ନ ଭେନ୍ୟୁରେ କିଭଳି ଆୟୋଜନ ହୋଇଥିଲା ସେ ଏହାର ଉଦାହରଣ ଦେଇଥିଲେ । ଏଭଳି ସ୍ଥାନ ପରିବର୍ତ୍ତନ ହେଉଥିବାବେଳେ ଆଇସିସି ପାଖରେ ଏକ ନିୟମ ରହିବା ଦରକାର । ଏହାସହ ଯଦି କେହି ଆଇସିସି ନିୟମକୁ ଉଲଙ୍ଘନ କରନ୍ତି ବିକଳ୍ପ ଦଳ ଭାବେ ଅନ୍ୟ ଦଳକୁ ସୁଯୋଗ ମିଳିବା ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେବା ଜରୁରୀ । ପ୍ରଥମେ ତୁମେ ବିଦେଶରେ ଯାଇ ଖେଳିବା ପୂର୍ବରୁ ନିଜର ସୁରକ୍ଷା କଥା ନିଜେ ଚିନ୍ତା କରିବା ଜରୁରୀ । ଏଭଳି ଅନେକ ଦେଶ ମଧ୍ୟ କରୁଛନ୍ତି । ଏହାସହ ସେ କହିଛନ୍ତି କି, ଟଙ୍କା ଅପେକ୍ଷା ପ୍ରଥମେ ଖେଳକୁ ଗୁରୁତ୍ବ ଦେବା ଜରୁରୀ । ବାଂଲାଦେଶ ପାକିସ୍ତାନ କିଭଳି ବାହାରେ ମ୍ୟାଚ ଖେଳିବ ଏହାର ଉଦାହରଣ ଦେଇଥିଲା। ମାତ୍ର ଶେଷରେ ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛି । ଏଣୁ ବୁଚର କହିଛନ୍ତି କି, ଯଦି ନିଜର କିଛି ଅସୁବିଧା ହେଉଛି ତେବେ ଟୁର୍ଣ୍ଣାମେଣ୍ଟରୁ ଓହରି ଯିବା ଭଲ ।

ଏହାସହ ପଢ଼ନ୍ତୁ : ଟି-୨୦ ବିଶ୍ବକପରେ ବଡ଼ ପାଳି ଖେଳିଥିବା ବ୍ୟାଟ୍ସମ୍ୟାନ୍, ୫ ଜଣଙ୍କ ଭିତରେ ଜଣେ ବି ନାହାନ୍ତି ଭାରତୀୟ....