PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ମାର୍କ ଜୁକରବର୍ଗଙ୍କ ଭଉଣୀ କାହିଁକି ଛାଡିଥିଲେ ଫେସବୁକ୍ ଚାକିରୀ, ଜାଣନ୍ତୁ ଏହା ପଛରେ ଥିବା କାରଣ

source:www.bhaskar.com

ସୋସିଆଲ ମିଡିଆ କମ୍ପାନୀ ଫେସବୁକର ସଂସ୍ଥାପକ ମାର୍କ ଜୁକରବର୍ଗଙ୍କ ଭଉଣୀ ରେଣ୍ଡୀ ଜୁକରବର୍ଗ ଫେସବୁକ ଚାକିରୀ ଏଥିପାଇଁ ଛାଡିଦେଇଥିଲେ କାରଣ ତାଙ୍କୁ କମ୍ପାନୀରେ ଥିବା ମହିଳା କର୍ମଚାରୀଙ୍କ ଅଭାବ ପସନ୍ଦ ଆସୁନଥିଲା । ରେଣ୍ଡୀ ଏକ ଇଣ୍ଟରଭ୍ୟୁରେ ଚାକିରୀ ଛାଡିବାର ତାଙ୍କର ଏହି ରହସ୍ୟ ସମ୍ପର୍କରେ ଖୁଲାସା କରିଥିଲେ ।

ସେ କହିଥିଲେ ‘ପ୍ରାରମ୍ଭରେ ଫେସବୁକରେ ୫୦ କର୍ମଚାରୀ ଥିଲେ । ସେହି ସମୟରେ ଟେକ୍ ଇଣ୍ଡଷ୍ଟ୍ରୀରେ ମହିଳାମାନେ ସାମିଲ ହେବା ସାମାନ୍ୟ କଷ୍ଟସାଧ୍ୟ ଥିଲା । କିନ୍ତୁ ମୁଁ ଏମିତି ଏକ ପରିବେଶ ଚାହୁଁଛି ଯେଉଁଥିରେ ମହିଳାମାନେ ଅଧିକାଂଶ ଭାଗୀଦାରୀ ଥିବେ । କିନ୍ତୁ ୪ ଫେବୃୟାରୀ ଅର୍ଥାତ୍ ୧୫ ବର୍ଷ ପରେ ମଧ୍ୟ ସ୍ଥିତି ସମାନ ଅଛି’ ।

ତାଙ୍କ କହିବା ଅନୁସାରେ ଫେସବୁକର ଅଧିକାଂଶ ବିଭାଗରେ ତାଙ୍କ ବ୍ୟତୀତ ଅନ୍ୟ ମହିଳା ନଥିଲେ । ତାଙ୍କୁ ଏହା ପସନ୍ଦ ଆସୁନଥିଲା । ରେଣ୍ଡୀ କୁହନ୍ତି ଟେକ୍ନୋଲୋଜି ଦୁନିଆରେ ପୁରୁଷ ମାନଙ୍କ ପାଦୁର୍ଭାବ ରହିଆସିଛି । ସେ ମାର୍କଙ୍କ କହିବା ଅନୁସାରେ ୨୦୦୪ରେ ଫେସବୁକର ଆରମ୍ବରୁ ଯୋଗଦେଇଥିଲେ । ସେଠାରେ ସେ ଲାଇଭ୍ ଷ୍ଟ୍ରିମିଂ ବିଭାଗର ଦାୟିତ୍ୱ ସମ୍ଭାଳୁଥିଲେ । ରେଣ୍ଡୀ ୨୦୧୧ରେ ଫେସବୁକ୍ ଛାଡିଦେଇଥିଲେ ।

ସମ୍ବନ୍ଧିତ ଖବର