ତୃତୀୟ ଥର ପାଇଁ ବାପା ହେଲେ ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ, ଘରକୁ ଆସିଲା ଶିଶୁ କନ୍ୟା…

ନୂଆଦିଲ୍ଲୀ: ମେଟାର ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ ପୁଣିଥରେ ବାପା ହୋଇଛନ୍ତି । ମାର୍କ ଜୁକରବର୍ଗ ନିଜେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ଶିଶୁ କନ୍ୟାର ଫଟୋ ସେୟାର କରି ଜୁକରବର୍ଗ ଏହାକୁ ଇଶ୍ବରଙ୍କ ଆଶୀର୍ବାଦ ବୋଲି କହିଛନ୍ତି । ଏହା ସହିତ ମେଟାର ମାଲିକ ଏବଂ ତାଙ୍କ ପତ୍ନୀ ପ୍ରିସିଲା ଚାନ୍ ତୃତୀୟ ଥର ପାଇଁ ପିତାମାତା ହୋଇଛନ୍ତି । ଫେସବୁକର ପ୍ରତିଷ୍ଠାତା ଇନଷ୍ଟାଗ୍ରାମରେ ଝିଅର ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, “ଏହି ଦୁନିଆକୁ ତୁମର ସ୍ୱାଗତ” । ଏହି ପୋଷ୍ଟ ସହିତ ସେ ଝିଅର ନାମକରଣ ମଧ୍ୟ କରିଛନ୍ତି ।
ଇନଷ୍ଟାଗ୍ରାମରେ ଝିଅର ଫଟୋ ସେୟାର କରି ସେ ମାର୍କ ଜୁକରବର୍ଗ ତାଙ୍କର ନାମକରଣ ମଧ୍ୟ କରିଛନ୍ତି । ଫେସବୁକ୍ ପ୍ରତିଷ୍ଠାତା ତାଙ୍କ ଝିଅର ନାମ ଆରେଲିଆ ଖାନ୍ ଜୁକରବର୍ଗ ରଖିଛନ୍ତି ।
୨୦୦୩ ମସିହାରେ ମାର୍କ ଜୁକରବର୍ଗ ଏବଂ ପ୍ରିସିଲା ଚାନ୍ ପରସ୍ପରକୁ ଚିହ୍ନିଥିଲେ ଏବଂ ସେବେଠାରୁ ସେମାନଙ୍କର ପ୍ରେମ କାହାଣୀ ଆଗକୁ ବଢିବାରେ ଲାଗିଛି । ମାର୍କ ଜୁକରବର୍ଗ ଏବଂ ଚାନ୍ ହାୱାର୍ଡ ବିଶ୍ୱବିଦ୍ୟାଳୟରେ ପରସ୍ପରକୁ ପ୍ରଥମେ ଭେଟିଥିଲେ । ଏହି ସମୟରେ ଉଭୟ ଏକ ପାର୍ଟୀରେ ସାକ୍ଷାତ ହୋଇଥିଲେ । ୨୦୧୨ ମସିହାରେ, ମାର୍କ ଜୁକରବର୍ଗ ଏବଂ ଚାନଙ୍କ ପ୍ରେମ ଏହାର ପରବର୍ତ୍ତୀ ସ୍ତରରେ ପହଞ୍ଚିଥିଲା ଏବଂ ଦୁହେଁ ପରସ୍ପରକୁ ବିବାହ କରିଥିଲେ । ଉଲ୍ଲେଖନୀୟ ବିଷୟ ହେଉଛି, ଫେସବୁକ୍ ପ୍ରତିଷ୍ଠାତା ଏବଂ ପ୍ରିସିଲା ଖାନ୍ ପୂର୍ବରୁ ଦୁଇଟି ସନ୍ତାନର ପିତାମାତା ଅଟନ୍ତି ।